ମୋ ଉପରେ ମୋଦୀ ଖୁସି ନାହାଁନ୍ତି- ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଉପରେ ଅସନ୍ତୁଷ୍ଟ।ହାଉସ୍ ରିପବ୍ଲିକ୍ ସଦସ୍ୟଙ୍କ ରିଟ୍ରିଟ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଆଲୋଚନାକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା-ଭାରତ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ-ବାଂଲାଦେଶ ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ, ୬/୧: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଭାରତ ଏବେ ହାଇ ଆଲର୍ଟରେ ଅଛି। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ସୀମା ସୁରକ୍ଷା ବଳ (ବିଏସଏଫ୍‌) ଚିକେନ୍ ନେକ୍ ଅଞ୍ଚଳର ପ୍ରାୟ ୭୫ଧ ଅଞ୍ଚଳରେ ଏକ ନୂତନ ଡିଜାଇନ୍ ବାଡ଼ (ଏନଡିଏଫ୍‌) ସ୍ଥାପନ କରାଯାଇଛି।ରିପୋର୍ଟ ଅନୁଯାୟୀ, ବିଏସଏଫ୍‌ ପକ୍ଷରୁ ବିଶେଷ ସମ୍ବେଦନଶୀଳ ଅଞ୍ଚଳରେ ୧୨ ଫୁଟ ଉଚ୍ଚତାର ଅତ୍ୟାଧୁନିକ ବାଡ଼ ସ୍ଥାପନ କରାଯାଇଛି । ସ୍ମାର୍ଟ ବାଡ଼ ବ୍ୟବହାର କରାଯାଇଛି କାରଣ ଏହାର […]

ସଂପୂର୍ଣ୍ଣ ପଢନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ !

ନୂଆ ଦିଲ୍ଲୀ, ୬/୧:ଭାରତୀୟ ଟିମର ଷ୍ଟାର ବୋଲର ହମମ୍ମଦ ଶାମି ନିର୍ବାଚନ କମିଶନଙ୍କ ରାଡାରକୁ ଆସିଛନ୍ତି । ଏସଆଇଆର ସହ ଜଡ଼ିତ ଶୁଣାଣି ଲାଗି କୋଲକାତାର ଯାଦବପୁରରେ ଥିବା ଏକ ସ୍କୁଲକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ସେ ଆସିପାରି ନଥିଲେ । ସେହିଦିନ ବିଜୟ ହଜାରେ ଟ୍ରଫିରେ ବେଙ୍ଗଲ ପାଇଁ ଖେଳୁଥିବାରୁ ସେଠାକୁ ଆସିପାରି ନଥିଲେ ଶାମି । ଏସଆଇର ପ୍ରସଙ୍ଗରେ ତାଙ୍କୁ ନୋଟିସ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।ସୋମବାର ଶାମି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କ ଦେହାନ୍ତ

ପୁଣେ, ୬/୧: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କର ଦେହାନ୍ତ ଘଟିଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମହାରାଷ୍ଟ୍ରର ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା। ଅପରାହ୍ନ ୩ଟା ୩୦ ରେ ପୁଣେର ବୈକୁଣ୍ଠ ଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ। ଏବେ ତାଙ୍କ ପରିବାରରେ ପତ୍ନୀ, ପୁଅ […]

ସଂପୂର୍ଣ୍ଣ ପଢନ୍ତୁ

ସୋନିଆ ଗାନ୍ଧୀ, ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୬/୧: ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ କରାଯାଇଛି। ତଥାପି, କଂଗ୍ରେସ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ଅଫିସିଆଲ ବିବୃତ୍ତି ଜାରି କରିନାହିଁ।ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସାଂସଦ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୫/୧ : ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ । ଜଣେ ସନ୍ଦିଗ୍ଧ ଅଟକ ।ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ ହୋଇଛି । ଭାନ୍ସଙ୍କ ଆମେରିକାସ୍ଥିତ ସିନସିନ୍ନାଟି ଘର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି । ଆକ୍ରମଣରେ କୌଣସି ବ୍ୟାପକ କ୍ଷୟକ୍ଷତି ହୋଇନଥିବା ବେଳେ ଘରର ଝରକା ଭାଙ୍ଗିରୁଜି ଯାଇଛି । ଭାଗ୍ୟବଶତଃ ଆକ୍ରମଣ ସମୟରେ ଭାନ୍ସ ଘରେ ଅନୁପସ୍ଥିତ ଥିଲେ । ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଟାରିଫ୍ ଧମକ ସହ ମୋଦୀଙ୍କୁ ଏମିତି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ, ୫/୧ : ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ସମ୍ପର୍କରେ ଏକ କଡ଼ା ବୟାନ ଦେଇଛନ୍ତି। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ କିନ୍ତୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଯଦି ଭାରତ ରୁଷରୁ ତେଲ କିଣିବା ଜାରି ରଖେ, ତେବେ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି କରିପାରେ। “ଯଦି ଭାରତ ତୈଳ ପ୍ରସଙ୍ଗରେ ରୁଷକୁ ସହଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଟି୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ମନାକଲା ବାଂଲାଦେଶ

ନୂଆଦିଲ୍ଲୀ ୫/୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି। ଭାରତକୁ ଦଳ ନପଠାଇବାକୁ ବିସିବି ନିଷ୍ପତ୍ତି ନେଇଛି। ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବିଦା ପରେ ଟି୨୦ ବିଶ୍ୱକପ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଂଲାଦେଶ କ୍ରିକେଟ ବୋର୍ଡର ରବିବାର ଏକ ଜରୁରୀକାଳୀନ ବୈଠକ ବସିଥିଲା। ବୈଠକରେ ବିଶ୍ବକପ […]

ସଂପୂର୍ଣ୍ଣ ପଢନ୍ତୁ

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୁଆଦିଲ୍ଲୀ,୩/୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୪୬ ହଜାର କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି।ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ।ଏହି ଯୋଜନା ‘ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ଭେନେଜୁଏଲାର ରାଜଧାନୀରେ ଭୟଙ୍କର ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆ ଦିଲ୍ଲୀ, ୩/୧ ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିସ୍ଫୋରଣ ପରେ, ଭେନେଜୁଏଲାର ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, କାରାକାସର ମୁଖ୍ୟ ସାମରିକ ଘାଟି, ଫର୍ଟୁନା […]

ସଂପୂର୍ଣ୍ଣ ପଢନ୍ତୁ