ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ନୂଆଦିଲ୍ଲୀ,୨୩/୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଦଳର ନେତା କାମ୍ରାନ ସୟିଦ ଉସମାନୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବାଂଲାଦେଶର ସ୍ୱାଧୀନତା ଉପରେ ଆଞ୍ଚ ଆସିଲେ ପାକିସ୍ତାନ ଚୁପ୍ ରହିବ ନାହିଁ।“ଯଦି ଭାରତ ବାଂଲାଦେଶର ସ୍ୱାୟତ୍ତଶାସନ ଉପରେ ଆକ୍ରମଣ କରେ କିମ୍ବା ଖରାପ ନଜର ପକାଏ, ତେବେ ମନେ […]

ସଂପୂର୍ଣ୍ଣ ପଢନ୍ତୁ

ଭିବି-ଜି ରାମ ଜି ବିଲ୍-୨୦୨୫କୁ ରାଷ୍ଟ୍ରପତିଙ୍କ ଅନୁମୋଦନ: ନିଯୁକ୍ତି ଗ୍ୟାରେଣ୍ଟି ୧୨୫ ଦିନକୁ ବୃଦ୍ଧି

ଭୁ‌ବନେଶ୍ବର, ୨୨/୧୨: ରାଷ୍ଟ୍ରପତି ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ୱରୂପ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ପାଇଁ ଗ୍ୟାରେଣ୍ଟି ମିସନ୍‌ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍, ୨୦୨୫କୁ ଅନୁମୋଦନ କରିଛନ୍ତି। ଏହି ଆଇନ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ସାମ୍ବିଧାନିକ ମଜୁରିଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରିଛି। ଏହା ସଶକ୍ତୀକରଣ ଓ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ସହ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨/୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଏକ ଟେଲିଫୋନ ବାର୍ତ୍ତାଳାପ ସମୟରେ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ମିଳିତ ଭାବରେ ଘୋଷଣା କରାଯାଇଥିଲା। ଏହି ଚୁକ୍ତିନାମା କେବଳ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଉନ୍ନତ କରିବ ନାହିଁ ବରଂ ସୁରକ୍ଷାବାଦୀ ଆମେରିକା ବାଣିଜ୍ୟ ନୀତି ସାମ୍ନାରେ ଭାରତର ବିକଳ୍ପ ବିଶ୍ୱ ସହଭାଗୀତାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ଅଭିଯୋଗରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିରଫ

ନୂଆଦିଲ୍ଲୀ, ୨୨।୧୨: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ ଶନିବାର ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌ଡେପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ରପ୍ତାନୀ ଏବଂ ଅନ୍ୟ କାରବାରରେ ସଂପୃକ୍ତ ଘରୋଇ ଓ ବିଦେଶୀ କମ୍ପାନୀ ନିକଟରୁ ଦୀପକ ନିୟମିତ ଭାବେ ଲାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧/୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଛି। ଟାଇଟଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି କୌଣସି ପ୍ରଭାବ […]

ସଂପୂର୍ଣ୍ଣ ପଢନ୍ତୁ

ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି, ସୀମା ସୁରକ୍ଷା ବଳ (BSF) ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ

ନୂଆ ଦିଲ୍ଲୀ, ୨୧/୧୨: ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (Non-Gazetted) ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ ମାଧ୍ୟମରେ ଏହି ବୃଦ୍ଧି କରାଯାଇଛି।ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରମାନେ ବୟସ ସୀମାରେ ୫ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼, ୨୧/୧୨: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ।ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ରବିବାର ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ଏନସିଆରରେ ଗ୍ରାଫ୍ ଷ୍ଟେଜ୍-୪ ଲାଗୁ, ଛୋଟ ପିଲାଙ୍କ ସ୍କୁଲ ଛୁଟି

ନୂଆଦିଲ୍ଲୀ, ୨୦/୧୨: ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ଯେତିକି କମୁଛି ବାୟୁ ଗୁଣବତ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମାତ୍ରା ଖରାପ ସ୍ଥିତିକୁ ଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆଖି ଆଗରେ ରଖି ସରକାର ସ୍କୁଲ ବନ୍ଦ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ‘ଗମ୍ଭୀର ପ୍ଲସ୍’ ବର୍ଗରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ଆଉଟ୍‌

ଭୁବନେଶ୍ଵର, ୨୦/୧୨: ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ ଉପଅଧିନାୟକ ହୋଇଛନ୍ତି । ତାଲିକାରେ ସଞ୍ଜୁ ସାମସନ ଓ ଈଶାନ କିଶନ ଦୁଇ ୱିକେଟ କିପର ଭାବେ ଘୋଷଣା ହୋଇଛନ୍ତି । ଟିମରେ ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, […]

ସଂପୂର୍ଣ୍ଣ ପଢନ୍ତୁ

ଡେମ୍ବେଲେ, ବୋନମାତିଙ୍କୁ ବର୍ଷର ଶ୍ରେଷ୍ଠ ଫୁଟ୍‌ବଲର ପୁରସ୍କାର

ନୂଆଦିଲ୍ଲୀ, ୧୯/୧୨: ଫ୍ରାନ୍‌ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ମଙ୍ଗଳବାର ରାତିରେ ଦୋହାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଫିଫା ପକ୍ଷରୁ ଡେମ୍ବେଲେ ଓ ବୋନମାତିଙ୍କୁ ଏହି ପୁରସ୍କାର ମିଳିଛି। ୨୮ ବର୍ଷୀୟ ଡେମ୍ବେଲେ ଚମତ୍କାର ପ୍ରଦର୍ଶନ ବଳରେ ପିଏସ୍‌ଜି ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍‌ସ ଲିଗ୍‌ ଚମ୍ପିଅା ନ ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ