ଜି-୨୦ ସମ୍ମିଳନୀରେ ଟ୍ରମ୍ପଙ୍କୁ ଝଟ୍‌କା

ଦକ୍ଷିଣ ଆଫ୍ରିକାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ଝଟକା ଲାଗିଛି । ଡୋନାଲ୍ଡ ଟ୍ରମ୍ପ ସମ୍ମିଳନୀକୁ ବର୍ଜନ କରିଥିଲେ। ଶନିବାର ଦିନ, ଜି-୨୦ ସଦସ୍ୟ ନେତାମାନେ ଜଳବାୟୁ ସଙ୍କଟ ଏବଂ ଅନ୍ୟାନ୍ୟ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରସ୍ତୁତ ଏକ ଘୋଷଣା ପତ୍ରକୁ ଅନୁମୋଦନ କରିଥିଲେ। ଆମେରିକା ଏହି ସମ୍ମିଳନୀକୁ ବର୍ଜନ କରିବା ସତ୍ୱେ ଘୋଷଣା ପତ୍ର ମଞ୍ଜୁର ହୋଇଛି । ଆମେରିକା ଜି-୨୦ର ଆୟୋଜକ […]

ସଂପୂର୍ଣ୍ଣ ପଢନ୍ତୁ

ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ, ୨୩/୧୧: ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍ ହୋଇଛି । କଲମ୍ବୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନେପାଳକୁ ୭ ଓ୍ବିକେଟ୍‌ ରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍‌ ଜିତି ଇତିହାସ ରଚିଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଳିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ପିକେଟ୍ ହରାଇ […]

ସଂପୂର୍ଣ୍ଣ ପଢନ୍ତୁ

ସାମ୍ଭାବ୍ୟ ବାତ୍ୟା ନେଲୋରରୁ ପାରାଦ୍ବୀପ ଆଡକୁ ମୁହାଁଇପାରେ

ଭୁବନେଶ୍ୱର, ୨୨/୧୧: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟାରେ ଏହା […]

ସଂପୂର୍ଣ୍ଣ ପଢନ୍ତୁ

କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡ଼ାଉଛି ଇଡି

ନୂଆଦିଲ୍ଲୀ, ୨୧/୧୧: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଘାଣ୍ଟୁଛି ଇଡି । କୋଇଲା ମାଫିଆଙ୍କ ଲିଙ୍କରେ ବିଭିନ୍ନ ସ୍ଥାନରେ ରେଡ କରୁଛି ଇଡି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୪୦ଟି ଠିକଣାରେ ଚାଲିଛି ଚଢାଉ । କୋଇଲା ମାଫିଆଙ୍କ କଳା ସାମ୍ରାଜ୍ୟର ବୁଢିଆଣୀ ଜାଲ ଛିଡେଇବାକୁ ଇଡି ଆଜି ସକାଳେ ସକାଳେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ପୁଳାପୁଳା ଟଙ୍କା, ସୁନା ଜବତ କରିଛି । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ କୋଇଲା ମାଫିଆଙ୍କ ଘର, […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶରେ ଭୂମିକମ୍ପ, ୩ ମୃତ

କୋଲକତା, ୨୧/୧୧: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସର […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଳୀ ବିସ୍ଫୋରଣ ପରେ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ

ଦିଲ୍ଳୀ, ୨୦/୧୧: ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି ।ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଡାକ୍ତରଙ୍କ ପାଇଁ “ନିରାପଦ ଆଶ୍ରୟସ୍ଥଳ” ଭାବରେ କାର୍ଯ୍ୟ କରିଥିବା ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋରତା ଜାରି କରିଛି । ବୁଧବାର ଇଡି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ଟେକଓଭର କରିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦/୧୧: ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଧେୟକ ମଞ୍ଜୁରୀ ପାଇଁ ସମୟସୀମା ସ୍ଥିର କରିବା ପ୍ରସଙ୍ଗରେ ଦୀର୍ଘ ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ଅଣଦେଖା କରିପାରିବ ନାହିଁ। ଆଜି CJI କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସନ୍ଦର୍ଭ ସପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଉପସ୍ଥାପିତ କରିଥିବା ଯୁକ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଉଲ୍ଲେଖ […]

ସଂପୂର୍ଣ୍ଣ ପଢନ୍ତୁ

୧୦ମ ଥର ପାଇଁ ଶପଥ ନେଲେ ନିତୀଶ

ପାଟନା, ୨୦/୧୧: ଆଜି ବିହାରରେ ୧୦ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଶପଥ ଉତ୍ସବରେ ପ୍ରଧାନମମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ନୀତିଶ କୁମାରଙ୍କ ସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ନେବେ । ଶପଥ ନେବାକୁ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଓଡିଶାର ୩୪ ଲକ୍ଷ ଚାଷୀଙ୍କୁ ପିଏମ୍‌ କିଷାନ୍ ଟଙ୍କା

ଭୁବନେଶ୍ୱର, ୧୯/୧୧: ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ। କେହି ଜଣେ ବି ଯେପରି ଏଥିରୁ ବଞ୍ଚିତ ନହୁଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ୱଜା

ୟୁପି, ୧୯/୧୧: ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ତାରିଖରେ ହେବାକୁ ଥିବା ପତାକା ଉତ୍ତୋଳନ ଏବଂ ପୂର୍ଣ୍ଣାହୁତି ସମାରୋହକୁ ଚୂଡାନ୍ତ କରାଯାଉଛି । ଟ୍ରଷ୍ଟର ସଂଯୋଜକ ଶରଦ ଶର୍ମା ଏହି କାର୍ଯ୍ୟକ୍ରମରେ ଜଡିତ ଥିବା ବିବରଣୀକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସୂଚନା ଅନୁସାରେ ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ୱଜା । ଆହୁରି ସୁନ୍ଦର ହୋଇଯିବ ଦିବ୍ୟ ମନ୍ଦିର । […]

ସଂପୂର୍ଣ୍ଣ ପଢନ୍ତୁ