ବିହାରରେ ରେକଡ଼ ବ୍ରେକ ୬୭.୧୪% ମତଦାନ

ବିହାର, ୧୧/୧୧: ବିହାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪%ରେ ପହଞ୍ଚିଛି। ଏହା ସହିତ ୨୭ ବର୍ଷର ରେକର୍ଡ ଭଙ୍ଗ ହୋଇଛି। ଚଳିତ ନିର୍ବାଚନରେ ମତଦାନ ପୂର୍ବ ନିର୍ବାଚନଗୁଡ଼ିକର ରେକର୍ଡ ଭାଙ୍ଗିଛି। କାରଣ ପୂର୍ବ ନିର୍ବାଚନଗୁଡ଼ିକ ମଧ୍ୟରୁ ୧୯୯୮ରେ ସର୍ବାଧିକ ୬୪.୬% ମତଦାନ ହୋଇଥିଲା। ୨୦୦୦ ମସିହାରେ ୬୨.୫୭% ମତଦାନ ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ୬୫%ରୁ ଅଧିକ ମତଦାନ ହୋଇଥିବାବେଳେ ୨ୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ମଧ୍ୟରେ ୬୭.୧୪% ମତଦାନ […]

ସଂପୂର୍ଣ୍ଣ ପଢନ୍ତୁ

ହିଡ଼ମା ଘରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ମାଲକାନାଗିରି ୧୧/୧୧: ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମାକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଛି। ୪ ରାଜ୍ୟର ପୁଲିସ ହିଡ଼ମାକୁ ଘେରି ରହିଥିବାରୁ ତୁରନ୍ତ ଆତ୍ମସମର୍ପଣ ଲାଗି ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ମାଓ ପ୍ରବଣ ପୂବର୍ତ୍ତୀ ଗାଁରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ହିଡ଼ମାଙ୍କ ମା’ଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ହିଡ଼ମା ପାଇଁ ସମୟ ସରି […]

ସଂପୂର୍ଣ୍ଣ ପଢନ୍ତୁ

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି; ମଇଦାନରେ ୧୩୦୨ ପ୍ରାର୍ଥୀ

ପାଟନା, ୧୧/୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନରେ ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର । ୨୦ଟି ଜିଲ୍ଲାର ୧୨୨ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମତଦାନ ୪୫ହଜାର ୩୯୯ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଆଇପିଏଲ୍‌-୨୦୨୬ର ମିନି ନିଲାମ ଆବୁଧାବିରେ ହେବାକୁ ଯାଉଛି

ନୂଆଦିଲ୍ଲୀ, ୧୧/୧୧: କ୍ରମାଗତ ତୃତୀୟ ବର୍ଷ ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ବିଦେଶରେ ଅନୁଷ୍ଠିତ ହେବ। ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‌ର ୨୦୨୬ ସଂସ୍କରଣ ଲାଗି ମିନି ନିଲାମ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେବ। ଡିସେମ୍ବର ତୃତୀୟ ସପ୍ତାହରେ ଏହି ନିଲାମ ଆୟୋଜନ ହେବ ବୋଲି ଜାଣିବାକୁ ମିଳିଛି। ବିସିସିଆଇ ମଧ୍ୟସ୍ଥ ଏହି ସୂତ୍ରରୁ ପ୍ରକାଶ ଯେଆଇପିଏଲ୍‌-୨୦୨୬ ଖେଳାଳି ନିଲାମ ପାଇଁ ଡିସେମ୍ବର ୧୫-୧୬ ତାରିଖ ବିସିସିଆଇ ଧାର୍ଯ୍ୟ କରିଛି।ଗତ […]

ସଂପୂର୍ଣ୍ଣ ପଢନ୍ତୁ

ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କ ଠାବ: ୪ ଡାକ୍ତରଙ୍କ ସହ ୮ ଗିରଫ

ନୂଆଦିଲ୍ଲୀ: ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଥିବା ଏକ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ଗୁଜରାଟ ଓ ହରିୟାଣା ପୁଲିସ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଆତଙ୍କବାଦୀ ନେଟୱର୍କକୁ ୪ଜଣ ଡାକ୍ତର ଓ ସେମାନଙ୍କ ସହଯୋଗୀମାନେ ଚଳାଇଥିଲେ। ପୁଲିସ ୪ଜଣ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୯୦୦ କିଲୋ ବିସ୍ଫୋରକ, ଏକାଧିକ ରାଇଫଲ, ପିସ୍ତଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଡାକ୍ତରଙ୍କ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଲାଲ୍‌ କିଲ୍ଲା ନିକଟରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଦିଲ୍ଲୀ, ୧୦/୧୧: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛନ୍ତି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି।ପୁରୁଣା ଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ […]

ସଂପୂର୍ଣ୍ଣ ପଢନ୍ତୁ

ବୋତ୍‌ସ୍ବାନାରୁ ଆସିବେ ଆଉ ୮ ଚିତା

ନୂଆଦିଲ୍ଲୀ, ୯/୧୧: ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ। ସମ୍ଭବତଃ ଆସନ୍ତା ଜାନୁଆରୀରେ ଏହି ଆଠଟି ଚିତାଙ୍କୁ ଭାରତ ଅଣାଯିବାପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଜଣେ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୀଷଣ ଅଗ୍ନିକାଣ୍ଡ: ୫୦୦ ଝୁମ୍ପୁଡ଼ି ଜଳିଗଲା

ନୂଆଦିଲ୍ଲୀ, ୯/୧୧: ଦିଲ୍ଲୀର ରୋହିଣୀ ଅଞ୍ଚଳର ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଗତରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦୦ ଝୁମ୍ପୁଡ଼ି ଭସ୍ମୀଭୂତ ହୋଇଯାଇଛି। ଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରାତି ୧୧ଟା ପରେ ରୋହିଣୀ ସେକ୍ଟର-୫ର ଦିଲ୍ଲୀ ଜଳ ବୋର୍ଡ କର୍ମଚାରୀ କ୍ୱାର୍ଟର୍ସ ନିକଟସ୍ଥ ଝୁମ୍ପୁଡ଼ି ବସ୍ତିରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ୟ ଜାତିରେ ବିବାହରେ ଓଡ଼ିଶା ଆଗରେ: କେନ୍ଦ୍ରମନ ମନ୍ତ୍ରୀ

ଭୂବନେଶ୍ୱର, ୯/୧୧: ଅନ୍ୟ ଜାତିରେ ବିବାହ ମାମଲାରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହାରଣ। ଏଭଳି ବିବାହ ଦ୍ବାରା ସମାଜ ଆଗକୁ ବଢ଼ିଥାଏ। ଦଳିତ-ସବର୍ଣ୍ଣ ଭିତରେ ଏକତା ସମାଜ ପାଇଁ ଭଲ ଲକ୍ଷଣ। ଦେଶରେ ବହୁତ ଲୋକ ଜାତି ବ୍ୟବସ୍ଥାକୁ ଭୁଲି ଗଲେଣି। କିନ୍ତୁ କିଛି ଲୋକଙ୍କ ମନରେ ଆଜି ବି ଜାତିଆଣ ଭାବନା ରହିଥିବା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ

ନୁଆଦିଲ୍ଲୀ, ୯/୧୧: ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ , ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସୂଚନା ନାହିଁ । ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜ​‌ରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନ ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଭୂମିକମ୍ପ ହୋଇଥିବା , ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ସୂଚନା ଦେଇଛି । ସୂଚନା ଅନୁସାରେ ସମୁନ୍ର ପତ୍ତନ ଠାରୁ ୯୦କିମି ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର […]

ସଂପୂର୍ଣ୍ଣ ପଢନ୍ତୁ