ଭାରତକୁ ବଡ ଝଟକା ଦେଲା ୟୁକ୍ରେନ

ନୂଆଦିଲ୍ଲୀ, ୧୬/୯ ଅମେରିକା ସହ ନାଟୋ ଦେଶମାନଙ୍କ ରୁଷିଆ ତେଲ ବାବଦରେ ଭାରତ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଯୁକ୍ରେନ୍‌ ଭାରତରୁ ଡିଜେଲ୍‌ ଆମଦାନୀ ଉପରେ ରୋକ୍‌ ଲଗାଇଛି। ଯୁକ୍ରେନ୍‌ର ଏନର୍ଜି କନ୍ସଲ୍‌ଟେନ୍ସି ଏନ୍‌କୋର୍‌ (ଏନ୍‌କୋର୍‌) ସୋମବାର (୧୫ ସେପ୍ଟେମ୍ବର ୨୦୨୫) ଘୋଷଣା କରିଛି ଯେ ୧ ଅକ୍ଟୋବର ୨୦୨୫ରୁ ଭାରତରୁ ଡିଜେଲ୍‌ କିଣିବା ଉପରେ ପ୍ରତିବନ୍ଧକ। ରିପୋର୍ଟ ଅନୁଯାୟୀ, ଭାରତ ରୁଷିଆରୁ ବହୁଳ ଅଶୋଧିତ ତୈଳ କିଣୁଛି, ତେଣୁ ଯୁକ୍ରେନ୍‌ ଏହି ପଦକ୍ଷେପ ନେଉଛି। ରୁଷିଆ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଭୁବନେଶ୍ୱରକୁ ଭାରତର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା

ନୂଆଦିଲ୍ଲୀ,୧୪/୯: ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି, ଯାହା ଏକ ବିରଳ ସଫଳତା। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡକ୍ଟର ଅଶୁତୋଷ ବିଶ୍ୱାସ କହିଛନ୍ତି, ୨୦୨୧ରେ ୩୧ତମ ଓ ୨୦୨୪ରେ ୧୫ତମ ସ୍ଥାନରୁ ଏହି ଉନ୍ନତି ମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗବେଷଣାରେ […]

ସଂପୂର୍ଣ୍ଣ ପଢନ୍ତୁ

ପଥର ଖାଦାନ ଭୁଶୁଡି ୫ ଶ୍ରମିକଙ୍କର ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ନାଲହାଟିର ବାହାଦୁରପୁରରେ ଏକ ପଥର ଖଣି ଭୁଶୁଡିପଡିବା ଯୋଗୁଁ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଚାରି ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣିରୁ ପଥର ବାହାର କରିବା ସମୟରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଖଣିରେ ୧୨ ଜଣ ଶ୍ରମିକ କାମ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଶ୍ରମିକମାନେ ଅପରାହ୍ନରେ ଖଣିରୁ ପଥର ବାହାର କରିବା କାମ କରୁଥିଲେ। ହଠାତ୍ ଖଣିର ଏକ ଅଂଶ ଭୁଶୁଡ଼ି […]

ସଂପୂର୍ଣ୍ଣ ପଢନ୍ତୁ

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ, ୧୨/୯: ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମଧ୍ୟ ଉପସ୍ଥିତ । ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ସୂଚନାଥାଉକି, ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ରାଧାକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବା ଉଚିତ ନଚେତ୍‌ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହେବ ନାହିଁ – ହାୱାର୍ଡ ଲୁଟନିକ

ଓ୍‌ବାଶିଂଟନ୍‌,୧୧/୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି ଯେ ଏହି ସମୟରେ ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।ଏକ ରିପୋର୍ଟ ଅନୁଯାୟୀ, ହାୱାର୍ଡ ଲୁଟନିକ କହିଛନ୍ତି, ଯେତେବେଳେ ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବ, ଆମେ ସେମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

14 ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର 3 ଜଣ ଯୁବ କ୍ରୀଡ଼ାବିତ (2ଟି ସ୍ଵର୍ଣ୍ଣ ଓ 3ଟି ରୌପ୍ୟ ପଦକ) ବିଜୟୀ

ନୂଆଦିଲ୍ଲୀ,୧୧/୯: ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା 14 ତମ ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ ୨୦୨୫ରେ ଓଡ଼ିଶା ପୋଲିସର 3 ଜଣ ଯୁବ କ୍ରୀଡ଼ାବିତ (2ଟି ସ୍ଵର୍ଣ୍ଣ ଓ 3ଟି ରୌପ୍ୟ ପଦକ) ବିଜୟୀ ହୋଇ ରାଜ୍ୟ ପୋଲିସକୁ ଗୌରବାନ୍ୱିତ କରିଛନ୍ତି। OISF, ଭୁବନେଶ୍ୱରରେ କାର୍ଯ୍ୟରତ କନଷ୍ଟେବଳ ବର୍ଷା ନାଥ ଭୋଭିନାମ ମାର୍ସଲ ଆର୍ଟ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି କନଷ୍ଟେବଳ ବିଶ୍ୱଜିତ ରାଉତ 81 କେଜି ବର୍ଗରୁ ଅଧିକ ଜାତୀୟ ଭୋଭିନାମ ମାର୍ସଲ […]

ସଂପୂର୍ଣ୍ଣ ପଢନ୍ତୁ

ଆଧାର ପରିଚୟପତ୍ର ନାଗରିକତା ପ୍ରମାଣପତ୍ର ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୮/୯: ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ଉପରେ ଶୁଳ୍କ ଲଗାଇ ଠିକ କରିଛନ୍ତି : ଜେଲେନସ୍କି

କିବ୍,୮/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ କଠୋର ଶୁଳ୍କ ଲାଗୁ କରିଛନ୍ତି। ଏବେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଟ୍ରମ୍ପଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ୟୁରୋପୀୟ ଦେଶ ଏବେ ବି ରୁଷଠାରୁ ତେଲ ଏବଂ ଗ୍ୟାସ କିଣୁଛନ୍ତି, ଯାହା ନ୍ୟାୟସଙ୍ଗତ ନୁହେଁ। ତାଙ୍କ ମତରେ, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ହେବ ୭୫ହଜାର ସ୍ୱାସ୍ଥ୍ୟ ଶିବିର

ନୂଆଦିଲ୍ଲୀ, ୮/୯:: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହେବ ୭୫ହଜାର ସ୍ୱାସ୍ଥ୍ୟ ଶିବିର। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ଏହି ବଡ଼ ଘୋଷଣା କରିଛନ୍ତି। ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସାରା ଭାରତରେ ୭୫,୦୦୦ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହୋଇ ଗାନ୍ଧୀ ଜୟନ୍ତୀରେ ଶେଷ ହେବ। ଏହାର ଲକ୍ଷ୍ୟ ହେଉଛି ମହିଳା ଏବଂ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏବଂ ସାମୁଦାୟିକ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପ କହିଲେ, ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅଚାନକ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଭାରତ ସହ ସଂପର୍କରେ ଉନ୍ନତି ଆଣିବାକୁ ସଙ୍କେତ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି- ‘ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ।’ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତ୍ୟୁତ୍ତର ଦେଇ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ସହଭାଗିତା […]

ସଂପୂର୍ଣ୍ଣ ପଢନ୍ତୁ