୧୦ ଲକ୍ଷ ଟଙ୍କାର ହେରୋଇନ ଜବତ, ଜଣେ ଗିରଫ

କଟକ, ୨୮/୧୦: କଟକ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଇମାମପଡ଼ା ବସ୍ତି ରୋଡ୍‌ ଅଞ୍ଚଳରୁ ସୋମବାର ପୁଲିସ ୧୦୪ ଗ୍ରାମ ହେରୋଇନ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ସତୀଚଉରା ଅଞ୍ଚଳର ଅନିଲ ଦାସ ଓରଫ ଘାଟୁଆ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଜବତ ହୋଇଥିବା ହେରୋଇନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ଚାକିରି ନାଁରେ ୬୪ ଲକ୍ଷ ଠକେଇ: ଜୀବନ ହାରିଲେ ମହିଳା

ସମ୍ବଲପୁର, ୨୭/୧୦: ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଶେଷରେ ଜୀବନ ହାରିଛନ୍ତି। ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ। ଲୋକଙ୍କଠାରୁ ସେମାନେ ୬୪ ଲକ୍ଷ ଟଙ୍କା ଠକି […]

ସଂପୂର୍ଣ୍ଣ ପଢନ୍ତୁ

ସିରିଜ ଦୁର୍ଘଟଣା ଘଟାଇବା ପରେ ରାସ୍ତା ମଝିରେ ମହିଳାଙ୍କ ହାଇଡ୍ରାମା

ଭୂବନେଶ୍ଵର, ୨୭/୧୦: ତ୍ସିରଜ ଦୁର୍ଘଟଣା ଘଟାଇଲେ। ଗୋଟିକ ପରେ ଗୋଟିଏ ୪ ଗାଡ଼ିକୁ ଧକ୍କା ଦେଲେ। ଶେଷରେ ନିଜ କାରକୁ ଡିଭାଇଡରରେ ପିଟିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ମଝି ରାସ୍ତାରେ ହଙ୍ଗାମା କଲେ। ଭୁବନେଶ୍ଵର ପଳାଶୁଣୀ ଛକ ନିକଟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ହାଇଡ୍ରାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।ରାସ୍ତାରେ କାର ଦୁର୍ଘଟଣା କରିବା ପରେ ମହିଳା ଜଣକ ନିଜ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ସୁରକ୍ଷା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ

କଟକ, ୨୭/୧୦: ରାଜ୍ୟ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଖଚିତ LED ପ୍ୟାନେଲ୍ ରେ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା: ୨୩ ଦିନ ପରେ ଅଭିଯୁକ୍ତ ଗିରଫ

ବନ୍ତ, ୨୭/୧୦: ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଡ଼ଅଁର ଗ୍ରାମର ଏବିଡିଓ ଦେବୀ ପ୍ରସାଦ ଜେନାଙ୍କୁ ଗିରଫ କରିଛି ନନ୍ଦିପଦା ପୁଲିସ। ଗତ ଅକ୍ଟୋବର ମାସ ଦୁଇ ତାରିଖ ଦିନ ଦେବୀପ୍ରସାଦ ତାଙ୍କ ପତ୍ନୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଘଟଣାର ୨୩ ଦିନ ପରେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବୀ ପ୍ରସାଦ ବାବାଜୀ ବେଶରେ […]

ସଂପୂର୍ଣ୍ଣ ପଢନ୍ତୁ

ନୟାଗଡ଼ ଜିଲା କାରାଗାରରେ ଗୋଷ୍ଠୀ ସଂଘର୍ଷ

ନୟାଗଡ, ୨୭/୧୦: ନୟାଗଡ ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ମିଳିଛି। କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ସଂଘର୍ଷ ଅଟକାଇବା ସମୟରେ ଜେଲ୍‌ ଅଧିକ୍ଷକଙ୍କ ସହ ୪ ଓ୍ବାଡର୍‌ ଆହତ ହୋଇଛନ୍ତି । ସଂଘର୍ଷରେ ୫ଜଣ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ସଦର […]

ସଂପୂର୍ଣ୍ଣ ପଢନ୍ତୁ

୪ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ

ବିନିକା, ୨୬/୧୦: ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍‌ ସକ୍ରିୟ ଦେଖାଯାଇଛି। ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବଡ଼ ଖୁଲାସା କରିଛନ୍ତି। ଜାଲ ନୋଟ୍‌ କାରବାରରେ ଲିପ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ବିନିକା ଥାନାରେ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଏହି ଜାଲ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ

କୁର୍ଣ୍ଣୁଲ୍,୨୬/୧୦: କୁର୍ଣ୍ଣୁଲ୍ ଠାରେ ଘଟିଥିବା ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଉକ୍ତ ଦୁର୍ଘଟଣାର କିଛି ସମୟ ପୂର୍ବରୁ ପ୍ରାଣ ହରାଇଥିବା ବାଇକ୍ ଚାଳକ ଶିବଶଙ୍କରଙ୍କ ବିରୋଧରେ ପୋଲିସ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ କରିଛି। ଏହି ମାମଲାଟି ଶିବଶଙ୍କରଙ୍କ ସହିତ ଯାତ୍ରା କରୁଥିବା ଏରିସ୍ୱାମୀଙ୍କ ଅଭିଯୋଗ ଆଧାରରେ କରାଯାଇଛି।ଏରିସ୍ୱାମୀଙ୍କ ଏଫ୍.ଆଇ.ଆର୍ (FIR) ଅନୁଯାୟୀ, ଦୁହେଁ ମଦ୍ୟପାନ କରି ବାଇକ୍ ଚଲାଇବା ଆରମ୍ଭ କରିଥିଲେ। ନିଶାସକ୍ତ ଅବସ୍ଥାରେ ଶିବଶଙ୍କର ବାଇକ୍ ଉପରୁ ନିୟନ୍ତ୍ରଣ […]

ସଂପୂର୍ଣ୍ଣ ପଢନ୍ତୁ

ଭୁଜାଲି ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ଗହଣା

ସୋର, ୨୬/୧୦: ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ​‌ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର […]

ସଂପୂର୍ଣ୍ଣ ପଢନ୍ତୁ

ମିଛ ଚାକିରି ନାଁରେ ଠକେଇର ଶିକାର ହେଲେ ମହିଳା

ଭଟଲି ୨୬/୧୦: ଝାଡୁଦାର ଚାକିରି ଦେବା ନାଁରେ ଗରିବ ଅନୁସୂଚିତ ଜାତି ବର୍ଗର ଲୋକଙ୍କଠୁ ଟଙ୍କା ଠକେଇ ଘଟଣାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ଏହି ଠକେଇ ହୋଇଥିବା ଜଣାପଡ଼ିଥିବାବେଳେ ତଦନ୍ତକୁ ତ୍ୱରାନ୍ୱିତ କରିଛି ବରଗଡ଼ ଜିଲ୍ଲା ପୁଲିସ। ବରଗଡ଼ ଜିଲ୍ଲାରେ ଏହି ଠକେଇ ଗାଁଗାଁକୁ ବ୍ୟାପିଛି। ଭେଡ଼େନ ପୁଲିସ ଏହି ମାମଲାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବରୁ ବୁର୍ଲା […]

ସଂପୂର୍ଣ୍ଣ ପଢନ୍ତୁ