ଅମୃତସରରୁ ସହରସା ଯାଉଥିବା ଜନସେବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଅମୃତସର, ୨୪/୧୦: ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଜନସେବା ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ସହରସା ଷ୍ଟେସନରେ […]

ସଂପୂର୍ଣ୍ଣ ପଢନ୍ତୁ

କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୨୪/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।ସୂଚନାଯୋଗ୍ୟ, ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ୫ରୁ ୧୪ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ୱର, ୨୪/୧୦: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କୁଆଖାଇ ନଦୀପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ସଂପର୍କରେ ଆଲୋଚନା କରି […]

ସଂପୂର୍ଣ୍ଣ ପଢନ୍ତୁ

ମାନବ ଚୋରା ଚାଲାଣ ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

.ଭୁବନେଶ୍ୱର, ୨୪/୧୦: ପୁଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି କହିଛନ୍ତି । ନ୍ୟାୟପାଳିକା, ପୁଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, […]

ସଂପୂର୍ଣ୍ଣ ପଢନ୍ତୁ

ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ

କଟକ ସଦର, ୨୪/୧୦: କଟକ ୪୨ମୌଜା ସ୍ଥିତ ନାରାୟଣୀ ପୂଜା କମିଟି , ବରାଳ, ଠାରେ କାଳୀ ପୂଜା ଅବସରରେ ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ଏହି ଅବସରରେ ନାରାୟଣୀ ପୂଜା କମିଟି ର ପୂର୍ବତନ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସ୍ବର୍ଗତ ସୁରେନ୍ଦ୍ର ନାଥ ବେହେରା ଙ୍କୁ ମରଣତୋର ସମ୍ମାନ ରେ ସମ୍ମାନିତ କରାଯିବ ସହିତ ଉକ୍ତ କମିଟି ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ବେଉରା ଏବଂ ସମ୍ପାଦକ ଶ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ବାପ ବିକ୍ରି ଜମି ଖାରଜ କରିପାରିବେ ସନ୍ତାନ

ନୂଆଦିଲ୍ଲୀ, ୨୪/୧୦: ବିନା କୌଣସି ଲ’ସୁଟ୍‌ (ମକଦ୍ଦମା) ରେ ପିତାମାତାଙ୍କ ଦ୍ବାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସନ୍ତାନ ନାବାଳକ ଥିବା ସମୟରେ ତା’ର ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କରିଥାନ୍ତି କିମ୍ବା ହସ୍ତାନ୍ତର କରିଥାନ୍ତି ତେବେ ତାହାକୁ ସନ୍ତାନ ସାବାଳକ ହେବା ପରେ ଚାଲେଞ୍ଜ କରିପାରିବ। ଏପରି କି ଉକ୍ତ ସମ୍ପତ୍ତିକୁ ସନ୍ତାନ ଅନ୍ୟ କାହାକୁ ବିକ୍ରି କରିପାରିବ। ତେଣୁ […]

ସଂପୂର୍ଣ୍ଣ ପଢନ୍ତୁ

ମିଳିତ ଜାତିସଂଘ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର, ୨୪/୧୦: ୧୯୯୫ ମସିହାରେ ଜାତିସଂଘ ଚାର୍ଟର କାର୍ଯ୍ୟକାରୀ ହେବାର ବାର୍ଷିକୀକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୪ତାରିଖକୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା ଏବଂ ସାମୁହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ବର୍ଷର ଉଦ୍ୟମ ଓ ପ୍ରୟାସକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆସୁଛି ବାତ୍ୟା: ମନ୍ତ୍ରୀ କହିଲେ ଆମେ ପ୍ରସ୍ତୁତ ଅଛୁ

ଭୁବନେଶ୍ୱର ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା […]

ସଂପୂର୍ଣ୍ଣ ପଢନ୍ତୁ

ଆନ୍ଧ୍ରପ୍ରଦେଶ ବସ ପୋଡି: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧପ୍ରଦେଶ ବସ ଟ୍ରାଜେଡିରେ ୨୦ଜଣ ଜୀବନ୍ତ ଦଗ୍ଧ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ, ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଧାନ କରିବାକୁ ଘୋଷଣା କରିଛନ୍ତି ମୋଦୀ । ଏହାସହିତ ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଆଜି ଭୋର ୩ଟା ୩୦ସମୟରେ ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

ନୂଆଦିଲ୍ଲୀ, ୨୪/୧୦: ଥଣ୍ଡା ବଢିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୨ରହିଛି ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଛି । ତେଣୁ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଏବଂ ବିଷାକ୍ତ ବାୟୁର ପ୍ରତିକ୍ରିୟାରେ ସରକାର ରାଜଧାନୀରେ କୃତ୍ରିମ ବର୍ଷା ଘୋଷଣା କରିଛନ୍ତି । ଯାହା ଆସନ୍ତା ୨୯ ତାରିଖରେ ହୋଇପାରେ ।ଏହି ଉଦ୍ଦେଶ୍ୟରେ ବୁରାଡିରେ ଏକ କ୍ଲାଉଡ ସିଡିଂ ପରୀକ୍ଷଣ […]

ସଂପୂର୍ଣ୍ଣ ପଢନ୍ତୁ