ଆଇପିଏସ୍‍ ଆତ୍ମହତ୍ୟା ମାମଲା: ଛୁଟିରେ ଗଲେ ହରିୟାଣା ଡିଜିପି

ହରିୟାଣାରେ, ୧୪/୧୦: ହରିୟାଣାରେ ଆଇପିଏସ୍‍ ପୁରନ କୁମାର ଆତ୍ମହତ୍ୟା ମାମଲାରେ ଡିଜିପିଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଯାଇଥିବା ସୂଚନା ମିଳିଛି । ଗତ ୭ତାରିଖ ଦିନ ଚଣ୍ଡିଗଡ ସ୍ଥିତ ବାସଭବନରେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ ଆଇପିଏସ ୱାଇ.ପୁରନ କୁମାର । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ ପୁରନ । ଯେଉଁଥିରେ ସେ ଡିଜିପିଙ୍କ ସମେତ ୭ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟୀ […]

ସଂପୂର୍ଣ୍ଣ ପଢନ୍ତୁ

ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନର ପ୍ରତ୍ୟାଖ୍ୟାନ

କାବୁଲ, ୧୪/୧୦: ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ଉପନୀତ ହୋଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟପକ୍ଷରୁ ଏକାଧିକ ସୈନ୍ୟ ନିପାତ ହୋଇସାରିଥିବାବେଳେ ଦୁଇ ଦେଶର ଆନ୍ତର୍ଜାତିକ ସୀମାକୁ ସିଲ୍‌ କରାଯାଇଛି। କାତାର ଓ ସାଉଦି ଆରବର ମଧ୍ୟସ୍ଥତା ଯୋଗୁଁ ଏହି ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରହିଥିଲେ ସୁଦ୍ଧା ଉତ୍ତେଜନା ପ୍ରଶମିତ ହୋଇନାହିଁ।ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପକ୍ଷରୁ ଆଗତ ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନରେ କ୍ଷମତାସୀନ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷା ପ୍ରତିଶ୍ରୁତି ଦେଲା ଦୁର୍ଗାପୁର ପୁଲିସ

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।ସେପଟେ ପୀଡିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ ସାମ୍ନାରେ ଭାରତ ଓ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ

ଇଜିପ୍ଟ, ୧୪/୧୦: ବିଶ୍ଵ ମଞ୍ଚରେ ଭାରତକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟର ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ସମ୍ମୁଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ଭଲ ବନ୍ଧୁ ବୋଲି କହିଛନ୍ତି ।ସୋମବାର ଇଜିପ୍ଟର ଶର୍ମ ଏଲ୍‍- ଶେଖରେ ଗାଜା ଶାନ୍ତି ସମ୍ମିଳନୀ ସମୟରେ ସେ ଏହି ମନ୍ତବ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ମହିୟସୀ ମହିଳା ଶଶିରେଖା ରାଉତରାୟ ଙ୍କ ବିୟୋଗରେ ଶୋକ

ଝଙ୍କଡ଼ :୧୪/୧୦: ଝଙ୍କଡ଼ ସାରଳା ମନ୍ଦିରର ପୂର୍ବତନ ଟ୍ରଷ୍ଟି, ଝଙ୍କଡ ମହୋତ୍ସବ କମିଟିର ଅଧ୍ୟକ୍ଷ,ପାରାଦୀପ ସାରଳା ମନ୍ଦିରର ପରିଚାଳନା ସମିତି ର ସଭାପତି ତଥା ପାରାଦୀପ ବନ୍ଦର ହନୁମାନ ଜୀଉ ମନ୍ଦିର ପ୍ରଶାସନର ମୁଖ୍ୟ ପରିଚାଳକ,ଅମରେଶ ରାଉତରାୟ ଙ୍କ ମାଆ ତଥା ସ୍ବର୍ଗତ ରାଇଚରଣ ରାଉତରାୟ ଙ୍କ ଧର୍ମପତ୍ନୀ , ମହିୟସୀ ମହିଳା ଶଶୀରେଖା ରାଉତରାୟ ( ୭୬ ) ଙ୍କର ପୁରୀ ଶ୍ରୀକ୍ଷେତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାର୍ଶ୍ଵ ସ୍ଥ ମଧୁବନ ସ୍ଥିତ , ମାଆ ନୀଳୟ […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିଲେ ଚୌଦ୍ଵାର ଜେଲର

କଟକ, ୧୩/୧୦: ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍‌ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ନିକଟରେ ଚୌଦ୍ଵାର ଜେଲରୁ ଦୁଇ ଜଣ କଏଦୀ ତାର ଜାଲି କାଟି ପାଚେରି […]

ସଂପୂର୍ଣ୍ଣ ପଢନ୍ତୁ

ଛତ୍ରମଠ ସରସ୍ୱତୀ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତି ପାଳନ

ଝଙ୍କଡ଼,୧୩/୧୦: ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମ ପଞ୍ଚାୟତ ଅଧୀନ ତରାପୁର ଛତ୍ରମଠ ସ୍ଥିତ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ମନ୍ଦିରରେ, ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତି ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ, ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

୧.୫୪%କୁ ଖସିଲା ମୁଦ୍ରାସ୍ଫୀତି, ୮ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୧୩/୧୦: ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା ହେତୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।ଖାଦ୍ୟ ମୁଦ୍ରାସ୍ଫୀତି ଲଗାତାର ଚତୁର୍ଥ ମାସ ପାଇଁ ବିଯୁକ୍ତ ରହିଛି, ଯେଉଁଥିରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ଗତ ବର୍ଷ ତୁଳନାରେ ୨.୨୮% ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୧.୬୯%ରୁ […]

ସଂପୂର୍ଣ୍ଣ ପଢନ୍ତୁ

ଅଫିସ୍ ରେ କାର୍ଯ୍ୟରତ ଥିବାବେଳେ ହୃଦଘାତରେ ମୃତ୍ୟୁ

ଭଞ୍ଜନଗର,୧୩/୧୦: ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ନୀଳକଣ୍ଠ ସ୍ବାଇଁଙ୍କର(୫୨) ସୋମବାର ହୃଦଘାତରେ ପରଲୋକ ଘଟିଛି। ଖବରପାଇ ଭଞ୍ଜନଗର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଉମା ଶଙ୍କର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନିତା ଦଳବେହେରା ପ୍ରମୁଖ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାରଦାବର୍ତ୍ତନୂଆଁଗାଁ ଗ୍ରାମର ନୀଳକଣ୍ଠ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ୧୯୯୬ରୁ ଚାକିରି […]

ସଂପୂର୍ଣ୍ଣ ପଢନ୍ତୁ

କରୁର ଦଳାଚକଟାର ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୩/୧୦:ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ୱର୍ବଧାନରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ଜଣିଆ କମିଟି ଗଠନ କରାଯିବ । ସେପ୍ଟେମ୍ବର ୨୭ରେ ସାଉଥ୍‍ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ଯେଉଁଥିରେ ୪୧ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ ।ଆବେଦନର ଶୁଣାଣି […]

ସଂପୂର୍ଣ୍ଣ ପଢନ୍ତୁ