କାର୍ତ୍ତିକ ସୋମବାର: ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼

କଟକ, ୧୩/୧୦:ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଥିଲେ ଶ୍ରଦ୍ଧାଳୁ । ଘଣ୍ଟଘଣ୍ଟା ଶଦ୍ଦରେ ପରିବେଶ ଯେମିତି ପ୍ରକମ୍ପିତ ହୋଇଥିଲା ଭକ୍ତିମୟ ପରିବେଶ । ସେହିପରି କଟକ ଜିଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । କାର୍ତ୍ତିକ ସୋମବାରରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭୋର ୪ଟାରୁ ପହଡ ଖୋଲିବା […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ଶିକ୍ଷାନୀତି ଭାରତକୁ ଜ୍ଞାନର ବିଶ୍ୱଶକ୍ତିରେ ପରିଣତ କରିବ: ମୁଖ୍ୟମନ୍ତ୍ରୀ

ପୁରୀ, ୧୩/୧୦: ଜାତୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି, ଯାହା ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି। ଏହା ଭାରତକୁ ଜ୍ଞାନର ବିଶ୍ଵଶକ୍ତିରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟଠାରେ ଆୟୋଜିତ ଜାତୀୟୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ‘ଭାରତୀୟ ଜ୍ଞାନ ପରମ୍ପରା’ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଶିକ୍ଷାନୀତି […]

ସଂପୂର୍ଣ୍ଣ ପଢନ୍ତୁ

ବୋଲେର ଗାଡି ସହ ୧୪ପ୍ୟାକେଟ ଗ6ଞ୍ଜଇ ଜବତ

ବଲାଙ୍ଗିର, ୧୩/୧୦: ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୪ ପ୍ୟାକେଟ ଗଞ୍ଜେଇକୁ ପୋଲିସ ଜବତ କରିଛି। ବଲାଙ୍ଗିର ଜିଲା ପୁଇଁତଲା ଥାନା ଛତାପିପଲ ନିକଟ କୁରେଭନା ଛକରେ ପୁଇନ୍ତଲା ଥାନା ପୋଲିସ ଭୋର ସକାଳ ୬ଟା ସମୟରେ ପେଟ୍ରୋଲିଂ କରିବା ବେଳେ MP 35BA0801ଏକ ବୋଲେରୋ ଗାଡ଼ି ପୋଲିସ ହାବୁଡ଼ରେ ପଡ଼ିଥିଲା l ଚଢାଉ ସମୟରେ ଗାଡ଼ି ଭିତରୁ ଗଞ୍ଜେଇ ଥିବା ଜଣାପଡିଥିଲା l ଗାଡ଼ିକୁ ଜବତ କରି ଯାଞ୍ଚ କରିଥିଲେ। ୨ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଖୁବ୍ ଶିଘ୍ର ଗଡ଼ିବ ବୁଲେଟ୍ ଟ୍ରେନ୍

ନୂଆଦିଲ୍ଲୀ, ୧୩/୧୦: ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଗୁଜରାଟରେ ରେଳ ଚଳାଚଳର ଐତିହାସିକ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ସମୟରେ ସେ କହିଛନ୍ତି କି ଗୁଜରାଟ ରେଳ କ୍ଷେତ୍ରରେ ସମୁଦାୟ ୧,୪୬,୦୦୦ କୋଟି ଟଙ୍କାର ନିବେଶ କରାଯାଉଛି। ଗତ ୧୧ ବର୍ଷରେ ରାଜ୍ୟରେ ୨,୭୬୪ କିଲୋମିଟର ନୂଆ ଟ୍ରେନ୍‌ ଲାଇନ୍ ବିଛାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ

ଭୂବନେଶ୍ଵର, ୧୩/୧୦ ନୁଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଫଳରେ ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍‍ ଗ୍ରହଣ ହେବ, ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଲ୍ୟାବ୍‍ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ ଡ୍ୟୁଟି ଆସିବା ବେଳେ ଲ୍ୟାବ୍‍ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଡିଆଙ୍କୁ ତିନି ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ । ସୁଧାଂଶୁଙ୍କ ଘର […]

ସଂପୂର୍ଣ୍ଣ ପଢନ୍ତୁ

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଭୁବନେଶ୍ଵର, ୧୩/୧୦: ରାଜଧାନୀ ଭୁବନେଶ୍ୱରରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଷିକ ଅବସ୍ତାରୁ ଜାଣିବାକୁ ମିଳିଛି। ରାଜଧାନୀର ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ସଂପୃକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।ତେବେ ସ୍ଥାନୀୟ ଲୋକଙ୍କୁ ପୁଲିସର ପଚରାଉଚରା ପରେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜଣାପଡିଛି । ଯୁବକଙ୍କ ମୁଣ୍ଡକୁ ପଥରରେ ଅତି ଅମାନୁଷିକ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ତାଲିବାନ୍‌ ଆକ୍ରମଣରେ ୫୮ ପାକିସ୍ତାନ ସୈନ୍ୟ ନିହତ

କାବୁଲ, ୧୩/୧୦: ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସେନା ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ରାତିରେ ପାକ୍‌-ଆଫ୍‌ଗାନ ସୀମାନ୍ତ ବରହମପୁରରେ ଏଭଳି ଆକ୍ରମଣ କରାଯାଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି ଯେ ପାକିସ୍ତାନ ନିଜ ମାଟିରେ ଆଇଏସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଏସ୍‌ ଆତଙ୍କବାଦୀମାନେ ଆଫ୍‌ଗାନିସ୍ତାନ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ବିପଦ ସୃ​‌ଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଫ୍‌ଗାନିସ୍ତାନର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଙ୍କ ସିଂହଦ୍ୱାର ସମ୍ମୁଖରୁ ସ୍ଥାନାନ୍ତରିତ ହେଲା ହନୁମାନଜୀ ଙ୍କ ମନ୍ଦିର

ଝଂକଡ, ୧୨/୧୦: ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଅନୁଦାନ ରେ ସାରଳାପୀଠର ନବୀକରଣ କାର୍ଯ୍ୟ ପାଇଁ ଭିତର ବେଢ଼ାର ସମ୍ପ୍ରସାରଣ ନିମନ୍ତେ , ମାଆଙ୍କ ସିଂହଦ୍ୱାର ଟିକେ ଆଗକୁ ବଢ଼ିଯାଇଥିଲା। ସମ୍ମୁଖରେ ଥିବା ଦୋଳ ମଣ୍ଡପରେ ପୂର୍ବରୁ ହନୁମାନଙ୍କ ମନ୍ଦିର ରହିଥିବାରୁ, ସିଂହଦ୍ୱାର ସମ୍ମୁଖ ସ୍ଥାନ ଟି ଶଙ୍କୁଚିତ ହୋଇ ଯାଇଥିଲା। ଯାହା ଫଳରେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା ଓ ଯାନିଯାତ୍ରା ପର୍ବପର୍ବାଣୀ ରେ ପାରମ୍ପରିକ ନିତିକାନ୍ତି ମଧ୍ୟ ବାଧାପ୍ରାପ୍ତ ହେଉଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ

ବରଗଡ, ୧୨/୧୦: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାକଡ଼ରୁ ଗଳାକଟା ମୃତଦେହକୁ ଜବତ କରିଛି ପୁଲିସ। ହତ୍ୟାର ଶିକାର ହୋଇଛନ୍ତି ବରଗଡ଼ ଜିଲ୍ଲା ବରାହ ଗୋଡା ଗ୍ରାମାଞ୍ଚଳ ଥାନା ବରାହ ଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ […]

ସଂପୂର୍ଣ୍ଣ ପଢନ୍ତୁ