ହବିଷ୍ୟାଳି ମା’ମାନଙ୍କ ବ୍ରତର ପୁଣ୍ୟ ସମଗ୍ର ଓଡ଼ିଆ ଜାତି ଭୋଗ କରିବ: ଆଇନ ମନ୍ତ୍ରୀ

ପୁରୀ, ୮/୧୦: ମହାପ୍ରଭୁ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ। ହବିଷ୍ୟାଳି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମର ଉଦ୍‌ଘାଟନ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ଉଦ୍‌ଘାଟନୀ ପର୍ବରେ ଶ୍ରୀ ହରିଚନ୍ଦନ ବକ୍ତବ୍ୟ ରଖି […]

ସଂପୂର୍ଣ୍ଣ ପଢନ୍ତୁ

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ରାଉରକେଲା, ୮/୧୦: ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ରୱାନୀ ଛକ ଅଞ୍ଚଳର ଅସରଫ ଅନ୍‌ସାରୀ(୨୬), ସିନ୍ଧିପଡ଼ାର ଦୀପକ ମାହାତୋ(୩୧), ବିଶ୍ରା ଥାନା ଅଞ୍ଚଳର କର୍ମା ଗୁଆଲା(୩୮), ଟିମ୍ବର କଲୋନିର ଆଶୁତୋଷ ରଥ(୨୫), ରେଲୱେ କଲୋନି ସ୍ବାମୀ ବିବେକାନନ୍ଦପାଲିର ଶେଖର ମୁଖୀ(୨୦) ଓ ଗୋପବନ୍ଧୁପାଲିର ଚନ୍ଦନ ଯାଦବ(୨୪)। ସେମାନଙ୍କଠାରୁ ୨ଟି ଲୁହା ରଡ୍‌, ଗୋଟିଏ ଭୁଜାଲି ଓ ୩ଟି ଛୁରି […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରଲର ଦୁର୍ଘଟଣାରେ ମା ମୃତ, ପୁଅ ଗୁରୁତର

କୁତ୍ରା, ୮/୧୦: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। କୁତ୍ରା ଥାନା ଗଡ଼ପୋଷ ଛକ ନିକଟରେ ରାଉରକେଲାରୁ ବାଇକରେ ଫେରୁଥିବା ବେଳେ ମା ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରଲର। ଘଟଣା ସ୍ଥଳରେ ମା ମୃତ, ପୁଅ ଗୁରୁତର। ମୃତକ ହେଲେ ହେମଗିରି ଥାନା ଗୋପାଳପୁର ଅଞ୍ଚଳର ଡିଲେଶ୍ୱରୀ ଦାସ। ମହିଳାଙ୍କ ଭାଇଙ୍କର ରାଉରକେଲାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ସହର ସ୍ଥିତି ସ୍ଵଭାବିକ ହେଲା

କଟକ, ୭/୧୦,: ଦଶହରା ଭସାଣି ଗଣ୍ଡଗୋଳ ରେ କଟକ ସହରର ସ୍ଥିତି ଅଣାୟତ ହେବାରୁ ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ ଲଗାଯାଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଓ ଇଣ୍ଟରନେଟ କଟକଣାକୁ ହଟାଇ ଦିଆଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କୁ ଆସିବା ପରେ କଟକଣା ହଟାଯାଇଛି। ହେଲେ ଦରଘା ବଜାର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ପୋଲିସ ନଜରରେ ରଖିଛି।ଯେଉଁଥିପାଇଁ ଆଜି […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୪ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୭/୧୦: କେନ୍ଦ୍ର କ୍ୟାବିନେଟ ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ୭ଟି ରେଳ କରିଡର ମୋଟ ରେଳ ଟ୍ରାଫିକର ୪୧ ପ୍ରତିଶତ ବହନ କରେ। ଆମେ ଏହି କରିଡରଗୁଡ଼ିକୁ ସୁଦୃଢ଼ ଏବଂ ଆହୁରି ସଂଯୋଗ କରିବା ପାଇଁ ସମ୍ପ୍ରତି ଅନେକ ପ୍ରକଳ୍ପ ଆରମ୍ଭ କରିଛୁ।ବର୍ତ୍ତମାନ ଏହି କରିଡରଗୁଡ଼ିକୁ ଚାରି ଲେନ ଏବଂ ଛଅ ଲେନ ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଷ୍ପତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ଯୁବ କଳାକାରଙ୍କ ସ୍ମୃତି ଚାରଣ ସଭା

କନ୍ଦରପୁର, ୭/୧୦: କଟକ ସଦର ବ୍ଲକ ଅନ୍ତର୍ଗତ ବମ୍ବୁରୀ ଗ୍ରାମ ନିବାସୀ କଳ୍ପତରୁ ଚୌଧୁରୀ ଓ ଜୟନ୍ତୀ ଚୌଧୁରୀଙ୍କ ୩୩ ବର୍ଷୀୟ ପୁତ୍ର ଯୁବ କଳାକାର ସ୍ବର୍ଗତ ଚିରଞ୍ଜିବି ଚୌଧୁରୀ (କିକି) ଙ୍କ ସମ୍ମାନାର୍ଥେ ଓ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀଶ୍ରୀ ଦଧିବାମନ ଜୀୟୁ ରାମଲୀଳା ପ୍ରଚାର ସମିତି ଆନୁକୂଲ୍ୟରେ ଏକ ସ୍ମୃତି ଚାରଣ ସଭା ବମ୍ବୁରୀ ସ୍ଥିତ ଶ୍ରୀଶ୍ରୀ ଦଧିବାମନଜୀୟୁ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଶ୍ରୀଶ୍ରୀ ଦଧିବାମନ ଜୀୟୁ […]

ସଂପୂର୍ଣ୍ଣ ପଢନ୍ତୁ

ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି

ତୁମୁଡିବନ୍ଧ, ୭/୧୦: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା ପୁଅ ପ୍ରମୋଦ ଦଳପତି । ଏଭଳି ଏକ ଦୁର୍ଗମ ଗାଁରୁ ଚଳିତ ବର୍ଷ ITI ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି। ପ୍ରମୋଦଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା। ଗତ ଗୁରୁବାର […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଲା ବେଳେ ସହକାରୀ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ

କୁନ୍ଦୁରା, ୭/୧୦: କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡିବସିଲା। ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ ୬ ଲକ୍ଷ ଟଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ସରକାରଙ୍କ ବଡ ଘୋଷଣା: ବଢ଼ିଲା ସ୍କଲାରସିପ

ଭୁବନେଶ୍ଵର,୭/୧୦: ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।ସେହିପରି, ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଥିବା ଅନ୍ୱେଷା ଯୋଜନାରେ ବୃତ୍ତି ରାଶି ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ବସରେ ଚଢି ଯାତ୍ରୀଙ୍କୁ ହାଣି ପକାଇଲା ଜୁବକ

ପୁରୀ,୭/୧୦: ହରଶପଡ଼ାରୁ ସୁକଳ ଯାଉଥିବା ଏକ ଆମ ବସ୍‌ରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ବିନ୍ଧନ ଛକଠାରେ ଜଣେ ଯୁବକ ବସ୍‌ରେ ଚଢି ବସିଥିବା ଯାତ୍ରୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇ କଣାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେଉଁ ପରିିସ୍ଥିତିରେ ଏହି କାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ