ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରବୃତ୍ତି ହାର ବୃଦ୍ଧି

ଭୁବନେଶ୍ୱର,୨୨/୧୧: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ମନୋଜ […]

ସଂପୂର୍ଣ୍ଣ ପଢନ୍ତୁ

ଜାଭିୟର୍ସ ପବ୍ଲିକସ୍କୁଲ ରେ କୁଇଜ ପ୍ରତିଯୋଗିତା

ଝଙ୍କଡ଼, ୨୨/୧୧: ତିର୍ତ୍ତୋଲ ବ୍ଲକ, ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ, ବିଦ୍ୟାର୍ଥୀ ମାନଙ୍କ ସାଧାରଣଜ୍ଞ୍l ନ ବୃଦ୍ଧିପାଇଁ, ଗତ ଶନିବାର ଦିନ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଏହି ଦଳଗତ କୁଇଜ ପ୍ରତିଯୋଗିତା ର ନିୟମାବଳୀ ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ, ହଳଦିଆ, ସବୁଜ, ଲାଲ ଓ ନୀଳରଙ୍ଗରେ ଚାରିଭାଗରେ ବିଭକ୍ତ କରାଯିବାପରେ, […]

ସଂପୂର୍ଣ୍ଣ ପଢନ୍ତୁ

ଲଘୁ ଖଣି ଲିଜ୍‌: ଟେଣ୍ଡର ବଦଳରେ ଇ-ଲଟେରି ବ୍ୟବସ୍ଥା

ଭୁବନେଶ୍ବର, ୨୨/୧୧: ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ପାଇଁ ରାଜ୍ୟ ସରକାର ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହାସହ ବେଆଇନ ଖଣି ଖନନ ଓ ଚୋରାଚାଲାଣ ରୋକିବାକୁ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ, ୨୦୦୭କୁ ଉଚ୍ଛେଦ କରି ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫ ପ୍ରଣୟନ କରାଯାଇଛି। ସେହିପରି ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ ସିଲେକ୍ସନ […]

ସଂପୂର୍ଣ୍ଣ ପଢନ୍ତୁ

ଚିକିତ୍ସାଧୀନ ଥିବା ମାକନା ହାତୀର ମୃତ୍ୟୁ ହୋଇଯାଇଛି

ବାରଙ୍ଗ, ୨୨/୧୧: ଗତକାଲି ଠାରୁ ଦାରୁଠେଙ୍ଗ ଭୂଆଶୁଣି ଡମ୍ପିଙ୍ଗ ୟାର୍ଡ ପାଖରେ ଚିକିତ୍ସାଧୀନ ଥିବା ମାକନା ହାତୀର ମୃତ୍ୟୁ ହୋଇଛି। କର୍ମଚାରୀମାନଙ୍କ ଠାରୁ ହାତୀ ମୃତ୍ୟୁର ସୂଚ଼ନା ପାଇ ଚ଼ନ୍ଦକା ଡିଏଫଓ ବିନୋଦ ଆଚାର୍ଯ୍ୟ, ଏସିଏଫ ସଂଗ୍ରାମ କେଶରୀ ମହାନ୍ତି ଓ ରେଞ୍ଜ ଅଫିସର ଉତ୍ତମ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଲାଗି ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ସହାୟତା ଲୋଡା ଯାଇଛି। ଓୟୁଏଟିର […]

ସଂପୂର୍ଣ୍ଣ ପଢନ୍ତୁ

ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ଟଙ୍କା ଆତ୍ମସାତ ଘଟଣାରେ କିରାଣି ଶରୀଫ

ଢେଙ୍କାନାଳ, ୨୨/୧୧: ଢେଙ୍କାନାଳ ଜିଲାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ଆତ୍ମସାତ କରି ଗିରଫ ହୋଇଛନ୍ତି ବରିଷ୍ଠ କିରାଣୀ ମନୋରଂଜନ ସାହୁ । ସେ ହିନ୍ଦୋଳ ସବ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ସମୟରେ ଟଙ୍କା ନାମରେ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ସେ ଦୀର୍ଘ ଦୁଇ ବର୍ଷ ଧରି ଫେରାର ଥିଲେ । ମନୋରଂଜନ ୬୮ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆସିଥିଲା । ଗତକାଲି ରାତିରେ ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵାରା ଭଦ୍ରକରେ ୧୦୧ କୋଟି ଟଙ୍କା ବ୍ୟୟରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ

ଦୋବଲ ୨୨/୧୧: ଭଦ୍ରକ ଜିଲା ଧାମନଗରରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳ ୯ ଟାରେ ଧାମନଗର ବଜାରରୁ ମୋଟର ସାଇକେଲ ପଟୁଆରରେ ଆସି ଐତିହାସିକ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଗୋହିରାଟିକିରିରେ ପହଞ୍ଚିଥିଲେ। ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିକଟସ୍ଥ ମଠ ପରିଦର୍ଶନ କରିଥିଲେ। ଏହାପରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ମହାନ ସ୍ବାଧୀନତା ସଂଗ୍ରାମୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ […]

ସଂପୂର୍ଣ୍ଣ ପଢନ୍ତୁ

ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ଗିରଫ

ଜଗତସିଂହପୁର, ୨୨/୧୧: ଜଗତସିଂହପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ଗିରଫ । ମୁଖ୍ୟ ଆସାମୀ ସିକନ୍ଦର ଆଲାମକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସ । ସିକନ୍ଦରକୁ ଗିରଫ ସହ ତା ପାଖରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ । ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଯେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ […]

ସଂପୂର୍ଣ୍ଣ ପଢନ୍ତୁ

ସାମ୍ଭାବ୍ୟ ବାତ୍ୟା ନେଲୋରରୁ ପାରାଦ୍ବୀପ ଆଡକୁ ମୁହାଁଇପାରେ

ଭୁବନେଶ୍ୱର, ୨୨/୧୧: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟାରେ ଏହା […]

ସଂପୂର୍ଣ୍ଣ ପଢନ୍ତୁ

ସିବିଆଇରେ ହାଜର ହେଲେ ଜଣେ ଏସ୍‌ଆଇ ପରୀକ୍ଷା

ବ୍ରହ୍ମପୁର, ୨୨/୧୧: ପୁଲିସ ସବ୍‌ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତକୁ ଜୋରଦାର କରିଛି । ସିବିଆଇରେ ଆଜି ଆଉ ଜଣେ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ଆଜି ହାଜର ପରୀକ୍ଷାର୍ଥୀ ଜଣଙ୍କ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ଗତକାଲି ୪ଜଣଙ୍କୁ ମାରାଥନ ଜେରା କରିଥିଲା ସିବିଆଇ । ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କୁ ପଚରାଉଚରା କରିଥିଲା । କିଭଳି ଡିଲ୍‌ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓଦମନ ସରିବ

କନ୍ଧମାଳ, ୨୨/୧୧: ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି । ଡିଜିପି କହିଛନ୍ତି ଯେ ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସ୍ୱତନ୍ତ୍ର ପଲିସି […]

ସଂପୂର୍ଣ୍ଣ ପଢନ୍ତୁ