ବାଂଲାଦେଶରେ ଭୂମିକମ୍ପ, ୩ ମୃତ

କୋଲକତା, ୨୧/୧୧: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସର […]

ସଂପୂର୍ଣ୍ଣ ପଢନ୍ତୁ

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଇଭି କାର

ବାଣପୁର, ୨୧/୧୧: ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଧୂଆଁଳ ଓଭର ବ୍ରିଜ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଇଭି କାର । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଇଲେକଟ୍ରିକ ଟାଟା ନେକ୍ସନ କାର ଯାଉଥିବା ବେଳେ ଚାଳକ ଦେଖିଲେ ହଠାତ ଗାଡ଼ିରୁ ଧୂଆଁ ବାହାରୁଛି । ଚାଳକ ଗାଡିକୁ ରାସ୍ତା କଡରେ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ହଠାତ ଗାଡିଟି […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀଜୀଉଙ୍କର ଆଉ ଏକ ସ୍ୱର୍ଣ୍ଣ ଅଳଙ୍କାର ସେଟ୍‌ ତିଆରି ହେବ

ପୁରୀ, ୨୧/୧୦: ଶ୍ରୀମନ୍ଦିରେ ରତ୍ନ ଭଣ୍ଡାରରେ ଥିବା ସମସ୍ତ ସୁନା ଗହଣା ରତ୍ନ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁର ଗଣତି ମଣତି ହେବ । ଏହା ପର୍ଯ୍ୟାୟ କ୍ରମେ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରର ନୀତିକାନ୍ତି ଅଧିକ ନଥିବା ସମୟରେ ଏହି ଗଣତି ମଣତି କାର୍ଯ୍ୟକ୍ରମ କରାଯିବ । ଶ୍ରୀଜୀଉମାନଙ୍କର ନୀତିକାନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଳୀ ବିସ୍ଫୋରଣ ପରେ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ

ଦିଲ୍ଳୀ, ୨୦/୧୧: ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି ।ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଡାକ୍ତରଙ୍କ ପାଇଁ “ନିରାପଦ ଆଶ୍ରୟସ୍ଥଳ” ଭାବରେ କାର୍ଯ୍ୟ କରିଥିବା ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋରତା ଜାରି କରିଛି । ବୁଧବାର ଇଡି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ, ୨୦/୧୧: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଦରପୁର ପୁରାତନ ବ୍ୟବସାୟୀ ଙ୍କ ପରଲୋକରେ ବଜାର ବନ୍ଦ

କଟକ,୨୦/୧୧: କଟକ ସଦର ବ୍ଲକ୍ ଅନ୍ତର୍ଗତ କୋରପଦା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ତଥା କନ୍ଦରପୁର ବଜାର ର ପୁରାତନ ମିଷ୍ଟାନ୍ନ ବ୍ୟବସାୟୀ ଦରିଦ୍ରନାଥ ସାହୁ ଙ୍କ (୭୦) ବୟସ ରେ ଙ୍କ ପରଲୋକ ହୋଯାଇଛି। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟ ସଜ୍ୟା ନିକଟରେ ଜ୍ଞାତି କୁଟୁମ୍ବ, ପରିବାର ବର୍ଗ, ବଜାର କମିଟ, ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ସହୀତ ବଜାର ପରିକ୍ରମା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମନ୍ଦିରପ୍ରଶାସନ ର ଅବହେଳା ଯୋଗୁଁ ଦୁଇବର୍ଷ ପୂର୍ବରୁ ଭରଚୁଆଲ ଉଦଘାଟନ ହୋଇଥିବା, କୌଣସି ପ୍ରକଳ୍ପ କିଛି କାମରେ ଲାଗୁନି

ଝଙ୍କଡ଼, ୨୦/୧୧: ଦୀର୍ଘ ଦୁଇବର୍ଷ ପୂର୍ବରୁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସାରଳାପୀଠ ରେ ବିସ୍ଥାପିତ ମାନଙ୍କୁ ଥଇଥାନ କରିବାପାଇଁ ଯେଉଁ ଶତାଧିକ ଦୋକାନଗୃହ ( ମାର୍କେଟ କପ୍ଲେକ୍ସ ) ନିର୍ମାଣ କରାଯାଇଥିଲା, ସେଥିମଧ୍ୟରୁ ଆଜିପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଦୋକାନଘର, ପର୍ଯାୟ କ୍ରମେ ଉଠାଇଦିଆଯାଇଥିବା ଦୋକାନୀ ଙ୍କୁ ହସ୍ତାନ୍ତର କରାଯାଇନାହିଁ l ଯାହାଫଳରେ ସେହି ଦୋକାନୀମାନେ ଠେଲାଗାଡି ରେ ଦୋକାନଖୋଲି ବହୁ ଦୁଃଖକଷ୍ଟ ରେ ଜୀବନଜୀବିକା ନିର୍ବାହ କରୁଛନ୍ତି l ସେମାନଙ୍କ ମଧ୍ୟରୁ […]

ସଂପୂର୍ଣ୍ଣ ପଢନ୍ତୁ

କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ଟେକଓଭର କରିପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦/୧୧: ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଧେୟକ ମଞ୍ଜୁରୀ ପାଇଁ ସମୟସୀମା ସ୍ଥିର କରିବା ପ୍ରସଙ୍ଗରେ ଦୀର୍ଘ ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ଅଣଦେଖା କରିପାରିବ ନାହିଁ। ଆଜି CJI କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସନ୍ଦର୍ଭ ସପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଉପସ୍ଥାପିତ କରିଥିବା ଯୁକ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଉଲ୍ଲେଖ […]

ସଂପୂର୍ଣ୍ଣ ପଢନ୍ତୁ

୨୮ ବର୍ଷ ପରେ ଗାଁକୁ ବିଜୁଳି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ କଳର ତତ୍ପରତା

ଧରାକୋଟ, ୨୦/୧୧: ଧରାକୋଟ ବ୍ଲକ୍‌ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗାଁ ସୁବର୍ଣ୍ଣପୁରରେ ଏବେ ବି ବିଦ୍ୟୁତ୍‌ ସେବା ପହଞ୍ଚିପାରିନାହିଁ। ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବା ପରେ ଆଜି ପ୍ରଶାସନିକ କଳ ତତ୍ପରତା ଦେଖାଇଛି। ଧରାକୋଟ ବିଡିଓ ସଂଗ୍ରାମକେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି

ଝାରସୁଗୁଡା, ୨୦/୧୧: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଏଡିଜି ସନ୍ତୋଷ ବାର୍ଲା, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଜି ଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ […]

ସଂପୂର୍ଣ୍ଣ ପଢନ୍ତୁ