୧୯ ବର୍ଷରୁ କମ୍‌ ଏସିଆ କପରେ ଭାରତର ବିଜୟ

ନୂଆଦିଲ୍ଲୀ, ୧୬/୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍‌ର ଏକ ମ୍ୟାଚରେ ମଙ୍ଗଳବାର ଭାରତ ମାଲେସିଆକୁ ୩୧୫ ରନରେ ପରାଜିତ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଜ୍ଞାନ କୁଣ୍ଡୁଙ୍କୁ ବିସ୍ଫୋରକ ଦ୍ବିଶତକ ବଳରେ ଟିମ ଇଣ୍ଡିଆକୁ ଏହି ସହଜ ବିଜୟ ମିଳିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୪୦୮ ରନ ସଂଗ୍ରହ କରିଥିଲା। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଜ୍ଞାନ ୧୨୫ ବଲରେ ଧୂଆଁଧାର ୨୦୯ ରନ ସଂଗ୍ରହ କରିଥିଲେ। ଯେଉଁଥିରେ […]

ସଂପୂର୍ଣ୍ଣ ପଢନ୍ତୁ

ସରକାରୀ ପାଣ୍ଠିର ଅପବ୍ୟବହାର: କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର, ୧୬/୧୨: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ରତ୍ନେଶ କୁମାର ପାଣ୍ଡେ। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜିଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହାକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି।ଏପର୍ଯ୍ୟନ୍ତ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷରେ ପୁରୀରେ ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ନିମନ୍ତେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୬/୧୨: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ଆସିବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀକୁ ଲକ୍ଷାଧିକ ଭକ୍ତଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକସ୍କୁଲ ର ଅଧ୍ୟକ୍ଷ ବରଦା ମହାନ୍ତି ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ ପାଳିତ

ଝଙ୍କଡ଼, ୧୬/୧୨: ଝଙ୍କଡ଼ ସାରଳାପୀଠ କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକସ୍କୁଲ ର ପୂର୍ବତନ ଅଧ୍ୟକ୍ଷ ବରଦା ପ୍ରସାଦ ମହାନ୍ତି ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ଉପଲକ୍ଷେ ତାଙ୍କର ଜନ୍ମସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି l କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଉପଲକ୍ଷେ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, କୁ ସାରଦା ପ୍ରସାଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଏଥିରେ ଭବାନୀ ଶଙ୍କର ଜେନା, […]

ସଂପୂର୍ଣ୍ଣ ପଢନ୍ତୁ

ସିଡନୀ ଆକ୍ରମଣ ପଛରେ ଆଇଏସଆଇଏସ୍

ସିଡନୀ, ୧୫/୧୨: ସିଡନୀର ବଣ୍ଡି ବିଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଏବେ କେତେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଏହି ଆକ୍ରମଣ ପଛରେ ଆଇଏସଆଇଏସର ଲିଙ୍କ ସାମନାକୁ ଆସିଛି । ପୁଲିସ ଆକ୍ରମଣକାରୀଙ୍କ କାରରେ ଏକ ଆଇଏସଆଇଏସ ପତାକା ପାଇଛି, ଯାହାପରେ ପାକିସ୍ତାନୀ ବଂଶୋଦ୍ଭବ ପିତାପୁତ୍ରଙ୍କ ଆଇଏସଆଇଏସ ଲିଙ୍କ ନେଇ ସନ୍ଦେହ ସୃଷ୍ଟି କରିଛି। ତଥାପି, ଅଷ୍ଟ୍ରେଲୀୟ ପୁଲିସ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ, ଏବଂ ତଦନ୍ତ ଜାରି ରହିଛି। ଆକ୍ରମଣକାରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ପହଲଗାମ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ଜମ୍ମୁ, ୧୫/୧୨: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଚାର୍ଜସିଟ୍ ଦାଖଲ କରିଛି। ଜମ୍ମୁର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଲସ୍କର-ଏ-ତୈବା ଆତଙ୍କବାଦୀ ସାଜିଦ ଜଟ୍ଟଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ନାମ ଦିଆଯାଇଛି। ଏନଆଇଏ ସାଜିଦ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହି ଚାର୍ଜସିଟରେ କୁହାଯାଇଛି ଯେ ପହଲଗାମ ଅଞ୍ଚଳର ଦୁଇ ବାସିନ୍ଦା, ବଶିର ଅହମ୍ମଦ ଜୋଥାର ଏବଂ ପରଭେଜ […]

ସଂପୂର୍ଣ୍ଣ ପଢନ୍ତୁ

ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ ପାଇଁ ‘ମଧ୍ୟସ୍ଥତା’ ପ୍ରଭାବଶାଳୀ ମାଧ୍ୟମ: ପ୍ରଧାନ ବିଚାରପତି

କଟକ, ୧୫/୧୨: ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ, ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲ ପରୀକ୍ଷା ନିହିତ ଥାଏ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ତରଫରୁ ସହିଦ ଭବନଠାରେ ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ: ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଧାନ […]

ସଂପୂର୍ଣ୍ଣ ପଢନ୍ତୁ

ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଭୁବନେଶ୍ୱର: ଆଗରୁ ଓଡ଼ିଶା ଲୋକଙ୍କୁ ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ୁଥିଲା। ହେଲେ ଆଉ ସେଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାବାସୀ। ଏହାର ସମାଧାନ ଲାଗି ରାଜ୍ୟ ସରକାର ପ୍ରଚେଷ୍ଟା କରିଛନ୍ତି। ଓଡ଼ିଶା ସରକାର ଭୁବନେଶ୍ୱରରେ ପ୍ରତିଷ୍ଠା କରିବେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର […]

ସଂପୂର୍ଣ୍ଣ ପଢନ୍ତୁ

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

ବଲାଙ୍ଗୀର,୧୫/୧୨: ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ ଡାକ୍ତର ଛାତ୍ରୀଛାତ୍ରମାନଙ୍କ ଚାଲିଥିବା ଆନ୍ଦୋଳନ ସ୍ଥଗିତ କରାଯାଇଛି। ଦାବିଗୁଡ଼ିକୁ ଯଥାର୍ଥ ଓ ନ୍ୟାୟ ଦାବି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିବା ସହ ଖୁବ୍‌ଶୀଘ୍ର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ଆଠ ଦଫା ଦାବି ନେଇ ଗତ ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ବିଧାୟକ […]

ସଂପୂର୍ଣ୍ଣ ପଢନ୍ତୁ

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼, ୧୫/୧୨: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ପିଟି ହତ୍ୟା କରିଛି। ପରେ ପ୍ରେମିକ ଜଣକ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ପ୍ରେମିକା ଜଣକ ଟ୍ୟୁସନ୍ ସାରି ଘରକୁ ଫେରୁଥିଲେ। ସେତିକିବେଳେ ପ୍ରେମିକଙ୍କ ସହ ଦେଖା ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ