ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ- ମନ୍ତ୍ରୀ

ଭୁବନେଶ୍ୱର, ୩/୧୨: ଆଜି ବିଧାନସଭା ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାମ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ବିଗତ୧୦ବର୍ଷରେ ରାଜ୍ୟରେ ୨୬ଟି ଶୀଳତ ଭଣ୍ଡାର ନିର୍ମାଣ ହୋଇଛି । ଏବେ ୨୨ଟି […]

ସଂପୂର୍ଣ୍ଣ ପଢନ୍ତୁ

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଵର, ୩/୧୨: ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କକ ପକ୍ଷରୁ ସୂଚନା ମିଳିଛି। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ […]

ସଂପୂର୍ଣ୍ଣ ପଢନ୍ତୁ

ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ

ଭୁବନେଶ୍ବର, ୩/୧୨: ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ଵ ଦିଆଯାଇଛି। ମନ୍ତ୍ରୀମାନେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରିବେ। ଧାନ ସଂଗ୍ରହ ସମୟରେ ସମନ୍ବୟ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲାପାଳ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଅଫିସରଙ୍କୁ ଦାୟିତ୍ବ ଦେବେ । ଅଫିସରମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ସମବାୟ, ପଞ୍ଚାୟତିରାଜ, ଖାଦ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀ ଟିକେଟ୍ ବିକ୍ରି : ପୂର୍ବ ରାତିରୁ ଲମ୍ବା ଲାଇନ୍‌

କଟକ, ୩/୧୨ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। ସେ କହିଛନ୍ତି କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ। ୧୧ ହଜାର ଟିକେଟ୍‌ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ। […]

ସଂପୂର୍ଣ୍ଣ ପଢନ୍ତୁ

ଆନ୍ତଃ ଜିଲା ୫ ଡକାୟତ ଗିରଫ

ବଲାଙ୍ଗୀର, ୩/୧୨: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକର ରୋତ ବଜାରକୁ ଗାଈଗୋରୁ, ଛେଳିମେଣ୍ଢା କିଣିବାକୁ ଯାଉଥିବା ବୁଢୀସିଣ୍ଢୋଲ ଗାଁର ଦୁଇଜଣ ବେପାରୀଙ୍କୁ ପୁଇଁତଲା ଥାନା ବନ୍ଦନାକଟା ଗାଁ ନିକଟରେ ଅଟକାଇ ୭/୮ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ୨ ଲକ୍ଷ ୨ ହଜାର ୫ ଶହ ଟଙ୍କା ଲୁଟ କରିନେଇଥିଲେ। ଗତ ୨୮ ତାରିଖ ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏହି ଘଟଣା ଘଟିଥିଲା। ଏନେଇ ଦୁଇ ବେପାରୀ ପୁଇଁତଲା ଥାନାରେ ଅଭିଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

୬୫ ଲକ୍ଷର ବ୍ରାଉନସୁଗର ଜବତ, ମା’-ପୁଅ ସମେତ ୩ ଗିରଫ

ଖୋର୍ଦ୍ଧା, ୨/୧୨: ଖୋର୍ଦ୍ଧା ସହରରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବ୍ରାଉନସୁଗର ସହିତ ୧୭୫ ବୋତଲ କଫ ସିରପ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା’-ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ପ୍ୟାକିଂ ମେସିନ, ଜରି, ଓଜନ ଯନ୍ତ୍ର ଏବଂ ୩ ମୋବାଇଲ ଜବତ ହୋଇଛି।ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା […]

ସଂପୂର୍ଣ୍ଣ ପଢନ୍ତୁ

ଜାମିଆ ଅଲ ହବିବ ରେ ଜସନେ ଇଦ ମିଲାଦୁନ ନବୀ 2025 ପାଳିତ

ଝଙ୍କଡ଼, ୨/୧୨: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ, ଜିଲ୍ଲାର ସର୍ବୋତ୍ତମ, ଆଦର୍ଶ, ଆବାସିକ ଶିକ୍ଷାନୁଷ୍ଠାନ, ଜାମିଆ ଅଲ ହବିବ ର ସତରତମ ଜସନେ ଇଦ ମିଲାଦୁନ 2025 ବାର୍ଷିକ ଉତ୍ସବ, ଗତ ମଙ୍ଗଳବାର, ସନ୍ଧ୍ୟାରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶେଖ ରିୟାଜତ ହସେନ ଅଜହରି ଙ୍କ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ, […]

ସଂପୂର୍ଣ୍ଣ ପଢନ୍ତୁ

ଆର ଏମ ସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ

କଟକ ସଦର, ୨/୧୨: ୪୨ମୌଜା, କୁଲସରିଚୁଆଁ ସ୍ଥିତ ଆର ଏମ ସ୍କୁଲ ( ରେକୀ ମିଶନ ସ୍କୁଲ) ଠାରେ ଏକ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି, ପୂଜ୍ୟ ବିଜ୍ଞାନିଗୁରୁ ଶ୍ରୀସନ୍ଥ ଙ୍କ ନିର୍ଦ୍ଦେଶରେ ତଥା ଉପଦ୍ଧକ୍ଷା ସରସ୍ଵତୀ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା, ପାଖାପାଖି ୬୦ ଜଣ ପ୍ରତିଯୋଗୀ ମେଳା ରେ ଭାଗନେବା ସହ, ଅନେକ ଗୁଡ଼ିଏ ଜ୍ଞାନ ବିଜ୍ଞାନ ର କଳାକୃତି ପ୍ରସ୍ତୁତ କରି ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ଭେନେଜୁଏଲା ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ଧମକ: ତୁରନ୍ତ ଦେଶ ଛାଡ଼ି ପଳାଅ

ନୂଆଦିଲ୍ଲୀ,୧/୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍‌ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍‌ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ ଯେ, “ଯଦି ଆପଣ ନିଜକୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ତୁରନ୍ତ ଭେନେଜୁଏଲା ଛାଡ଼ି ପଳାଇଯାଆନ୍ତୁ। ”ଟ୍ରମ୍ପ, ମାଦୁରୋ, ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଏବଂ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ବାର୍‌ ଓ ପବ୍‌ରେ ଅବକାରୀ ବିଭାଗର ଧରପଗଡ

ଭୁବନେଶ୍ଵର, ୨/୧୨: ଆଉ ଦିନ କେଇଟା ପରେ ଆସୁଛି ବଡଦିନ ଏବଂ ନୂଆବର୍ଷ। ତେଣୁ ଏବେ ଠାରୁ ରାଜ୍ୟ ଅବକାରୀ ବିଭାଗ ତତ୍ପରତା ଦେଖାଇଛି। ବଡଦିନ ଏବଂ ନୂତନ ବର୍ଷ ବଡ ଧୂମଧାମ ସହକାରେ ପାଳନ କରିବା ଲାଗି ଯୁବପିଢ଼ିମାନେ ବାର୍‌ ଏବଂ ପବ୍ ଗୁଡିକରେ ବେଶ୍ ଭିଡ ଜମାଇଥାନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀରେ ଥିବା ବିଭିନ୍ନ ବାର ଓ ପବ୍ ରେ ଧରପଗଡ ଆରମ୍ଭ ହୋଇଛି । ବାର ଏବଂ ପବ୍ ଗୁଡିକୁ […]

ସଂପୂର୍ଣ୍ଣ ପଢନ୍ତୁ