ଓଡ଼ିଶାରେ ବଢ଼ିବ ୧୧ ଲୋକସଭା, ୭୪ ବିଧାନସଭା ଆସନ!

ଭୁବନେଶ୍ବର : କେନ୍ଦ୍ର ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଯାହା ସମଗ୍ର ଦେଶ ସମେତ ଓଡ଼ିଶାର ରାଜନୈତିକ ମାନଚିତ୍ରକୁ ବଦଳାଇ ଦେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୧୬ ତାରିଖରୁ ସଂସଦର ଏକ […]

ସଂପୂର୍ଣ୍ଣ ପଢନ୍ତୁ

ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍‌ହଲ ମିଟିଂ, ଯୋଗଦେଲେ ମୁଖ୍ୟମନ୍ତ୍ରୀ 

ସଶକ୍ତ ନାରୀ, ସଶକ୍ତ ଭାରତ ଗଠନ ପାଇଁ  ଏକ ଯୁଗାନ୍ତକାରୀ ପଦକ୍ଷେପ, ସମୟର ଆହ୍ବାନ ଭୁବନେଶ୍ୱର  :  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଜଣାଇ ଗତ ୧୨ ବର୍ଷ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ, ସବୁଠାରୁ ବୈପ୍ଲବିକ ନିଷ୍ପତି ହେଉଛି ୨୦୨୩ ମସିହାର ନାରୀ ଶକ୍ତି ବନ୍ଦନ ଅଧିନିୟମ। ଯାହା ସ୍ୱାଧୀନତ୍ତୋର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ବୋଲି ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ରେ ଶୋକର ଛାୟା: ମା’ ସାରଳାଙ୍କୁ କ୍ଷୀର ଯୋଗାଉଥିବା ଧର୍ମପ୍ରାଣା ରଙ୍ଗଲତା ଦାସଙ୍କ ପରଲୋକ

ଝଙ୍କଡ଼ : ବର୍ଷବର୍ଷ ଧରି ମା’ ସାରଳା ଠାକୁରାଣୀଙ୍କ ପ୍ରାତଃ ମାର୍ଜ୍ଜନା ନିମନ୍ତେ ଶୁଦ୍ଧ ଗାଈକ୍ଷୀର ଯୋଗାଇ ଆସୁଥିବା ଧର୍ମପ୍ରାଣା ମହିଳା ରଙ୍ଗଲତା ଦାସ (୯୨)ଙ୍କର ପରଲୋକ ହୋଇଯାଇଛି। ଗତ ପବିତ୍ର ପଣା ସଂକ୍ରାନ୍ତି ଦିନ ମଧ୍ୟାହ୍ନରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମରଶରୀର ନିଜ ଜନ୍ମମାଟି କନକପୁରରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବସନ୍ତବଗିଚା ସ୍ଥିତ ଗ୍ରାମ୍ୟ ଶ୍ମଶାନରେ ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ନୀତୀଶଙ୍କ ପରେ ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଶପଥ ଗ୍ରହଣ

ପାଟନା: ବିହାର ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ପରେ ଏବେ ରାଜ୍ୟର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ବିଜେପିର ଶକ୍ତିଶାଳୀ ନେତା ସମ୍ରାଟ ଚୌଧୁରୀ। ସମ୍ରାଟ ଚୌଧୁରୀଙ୍କ ନାମରେ ବିଜେପି ବିଧାୟକ ଦଳର ମୋହର ବାଜିବା ପରେ ସେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସମ୍ରାଟ ଚୌଧୁରୀଙ୍କ ରାଜନୈତିକ ଜୀବନ ବେଶ୍ ଘଟଣାବହୁଳ। […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାପୀଠରେ ଓଡ଼ିଆ ନୂଆବର୍ଷ ଉପଲକ୍ଷେ ନୂଆ ଭକ୍ତିଗୀତର ଉନ୍ମୋଚନ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଓଡ଼ିଆ ନୂଆବର୍ଷ, ମହାବିଷୁବ ପଣାସଂକ୍ରାନ୍ତି, ଝାମୁଯାତ୍ରା ଦିନ ସନ୍ଧ୍ୟାରେ କନକପୁର ବଜାର ପଡିଆରେ, ପ୍ରାର୍ଥନା ଟିଭିର ଭକ୍ତିର ସ୍ୱର କାର୍ଯ୍ୟକ୍ରମର ଖ୍ୟାତନାମା କଳାକାର ମାନଙ୍କୁ ନେଇ ଗୀତିକାର ଦେବୀଦତ୍ତ ମହାନ୍ତି ଙ୍କ ରଚିତ ଓ ମାସାରଳା, ହନୁମାନଜୀଉ ଙ୍କ ଉପରେ ଆଧାରିତ ନଅଗୋଟି ନୂଆ ଭକ୍ତିଗୀତି ର ଉନ୍ମୋଚନ ବିପୁଳ ଜନସମାବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାର୍ଥନା ଚ୍ୟାନେଲ ର ମୁଖ୍ୟସଂଯୋଜକ ଅଭୟ ଗଡ଼ନାୟକ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାଙ୍କ ଝାମୁଯାତ୍ରାରେ, ଲକ୍ଷାଧିକ ଭକ୍ତ ସମାଗମ : ନିଆଁରେ ଚାଲିଲେ ବ୍ରତଧାରୀ ଘଟ ପାଟୁଆ

ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠରେ ଓଡ଼ିଆ ନବବର୍ଷ, ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ରା ଉପଲକ୍ଷେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଥିଲା l ପ୍ରତ୍ୟୁଷରୁ ସହସ୍ରାଧିକ ଶ୍ରଦ୍ଧାକୁ ଭକ୍ତ ଚତୁଃପାର୍ଶ୍ୱରୁ ମାଆଙ୍କ ଦର୍ଶନ ପାଇଁ ସୁଅଛୁଟିଥିଲ l ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ଵିଧିବ୍ୟବସ୍ଥା ଅନୁଯାଇ ଭୋର ଚାରିଟାରେ ମାଆଙ୍କ ପହୁଡ଼ଖୋଲା ନୀତି ଓ ମଙ୍ଗଳଆଳତୀ ଦର୍ଶନ ନିମନ୍ତେ ପ୍ରବଳଭିଡ଼ ଲାଗିରହିଥିଲା l ମାର୍ଜ୍ଜନା, ବେଶ, ମହାପ୍ରସାଦ ସମର୍ପଣ ପରେ […]

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାରେ ବିଶାଳ ଓଡିଶା ଉଡ୍ର ମହାସଂଘ ପକ୍ଷରୁ ବିଷୁବ ମିଳନ

ମହଙ୍ଗା  :  ବରାହୀପୁର ପଞ୍ଚାୟତ ବିକାଶ ଭବନ ପ୍ରାଙ୍ଗଣରେ ବିଶାଳ ଓଡ଼ିଆ ଉଡ୍ର ମହାସଂଘ ପକ୍ଷରୁ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ଓ ବିଷୁବ ମିଳନ କାର୍ଯ୍ୟକ୍ରମ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ଅଧ୍ୟାପକ,ସାମ୍ବାଦିକ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉତ୍ସବରେ ମୁଖ୍ୟ ଅତିଥିଭାବେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ଉର୍ବି”ର ସମ୍ପାଦକ […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଅଧିବେଶନ

ଝଙ୍କଡ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ପଣ୍ଡୁଆ ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଏକ ବିଶେଷ ଅଧିବେଶନ ପରୁଡି ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଅନୁଷ୍ଠାନର ସ୍ଥାୟୀ ସଭାପତି ତଥା ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ସୁବୋଧ କୁମାର ନାୟକ, ଉପଦେଷ୍ଟା ଗୌରାଙ୍ଗ ଚରଣ ଦାସ, ମଣିଚରଣ ନାୟକ, ନିମାଇଁ ଚରଣ ସ୍ୱାଇଁ, ବିଷ୍ଣୁ ଚରଣ ବାରିକ,ବିକ୍ରମ କେଶରୀ […]

ସଂପୂର୍ଣ୍ଣ ପଢନ୍ତୁ

ବିଶିଷ୍ଟ କୃଷକ ନେତା ବିଶ୍ୱନାଥ ଜେନାଙ୍କ ପରଲୋକ

ମାହାଙ୍ଗା : ଜଣାଶୁଣା ସମାଜସେବୀ, ବିଶିଷ୍ଟ କୃଷକ ନେତା ବିଶ୍ୱନାଥ ଜେନାଙ୍କ ପରଲୋକ ଘଟିଛି | ମାହାଙ୍ଗା ଅଂଚଳର ଜଣେ ଜନପ୍ରିୟ ବ୍ୟକ୍ତି ଭାବରେ ତାଙ୍କୁ ସମସ୍ତେ ଶ୍ରଦ୍ଧା କରନ୍ତି | ସେ ଥିଲେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ମଣିଷ | ରବିବାର ଦିନ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା | ବିଶ୍ଵନାଥଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ବିୟୋଗରେ ବିଧାୟକ ଶାରଦା ପ୍ରଧାନ, […]

ସଂପୂର୍ଣ୍ଣ ପଢନ୍ତୁ

କୋଠପଦାରେ ପୁରାତନ ଛାତ୍ରଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗ୍ରହ

ମାହାଙ୍ଗା  : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ଦେଖିବାକୁ ମିଳିଥିଲା| ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଓ ଗଣକବି ବୈଷ୍ଣବ ପାଣି କ୍ଲବ କୋଠପଦାର ମିଳିତ ସହଯୋଗରେ ଏହି ଶିବିରରୁ ୪0 ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି | ବିଦ୍ୟାଳୟର ପୁରାତନ ଛାତ୍ର କିଶୋର ଚନ୍ଦ୍ର ଦାଶ,ପୁରାତନ ଛାତ୍ର ମହେନ୍ଦ୍ର କୁମାର ମହାନ୍ତି, ପୁରାତନ ଛାତ୍ର ସୁଧୀର କୁମାର ମହାନ୍ତି,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,ସମାଜସେବୀ […]

ସଂପୂର୍ଣ୍ଣ ପଢନ୍ତୁ