ଅରାଜକତା ସୃଷ୍ଟି କରି ମୋଦୀ ସରକାରକୁ ଭାଙ୍ଗିବାକୁ ଚାହୁଛନ୍ତି ରାହୁଲ ଗାନ୍ଧୀ: ବିଜେପିର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶୀ ଶକ୍ତିଙ୍କ ଇଶାରାରେ ଦେଶରେ ଅରାଜକତା ସୃଷ୍ଟି କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ବିଜେପି ରବିବାର ଅଭିଯୋଗ କରିଛି। ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଦାବି କରିଛନ୍ତି ଯେ, ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ପରିଷଦର ଏକ ବୈଠକରେ ମୋଦୀ ସରକାର ଏକ ବର୍ଷ ମଧ୍ୟରେ ଭାଙ୍ଗିଯିବ ବୋଲି କହିବା ପରେ ରାହୁଲ ଗାନ୍ଧୀଙ୍କ କଥିତ ‘ଯୋଜନା’ ସାମ୍ନାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରେନ୍‌ ଉପରେ ରିଲ୍‌ସ ସୁଟିଂ: ଛୁଇଁ ଦେଲା ୩୩ହଜାର କେଭି ତାର, ଜଳିଗଲେ ଯୁବକ

ଭୁବନେଶ୍ବର : ରବିବାର ପୂର୍ବାହ୍‌ଣରେ ମଞ୍ଚେଶ୍ବର ରେଳୱେ ଷ୍ଟେସନରେ ଜଣେ ଯୁବକ ଟ୍ରେନ୍ ବଗି ଉପରେ ଠିଆ ହୋଇ ରିଲ୍‌ସ ନେବା ବେଳେ ନିକଟରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ୩୩ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଳିଯାଇଛନ୍ତି। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇ ପ୍ରଥମେ ରେଳବିଭାଗ ପୁଲିସ୍ ମଞ୍ଚେଶ୍ବର ରେଲୱେ ହସ୍ପିଟାଲ ପରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତର କରିଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନସ୍ ଯୋଗେ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀ ମାନସମନ୍ଥନ, ଫିଟିଲା ମୀମାଂସା ବାଟ

ପୁରୀ/ଭୁବନେଶ୍ବର: ମହାନଦୀ ଉପରେ ଛତିଶଗଡ଼ ବନ୍ଧ ନିର୍ମାଣ କରିବା ଓ ଓଡ଼ିଶାର ବିଧିବଦ୍ଧ ବିରୋଧର ପ୍ରାୟ ୧୦ ବର୍ଷ ପରେ ଏବଂ ବିବାଦର ସମାଧାନ ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବୁନାଲ୍‌ ଗଠନର ୮ ବର୍ଷ ପରେ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆଶା ଦେଖାଦେଇଛି। ପୁରୀରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଆଇନ ପରାମର୍ଶଦାତାଙ୍କ ମାନସମନ୍ଥନ ପରେ ରାଜ୍ୟ ସରକାର ‘ସମାଧାନ’ ନେଇ ଆଶାବାଦୀ ହୋଇଛନ୍ତି। ପୁରୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷାଦାନ ସେବାର ଅନୁପମ ସ୍ୱର ଆଉ ସ୍ୱାକ୍ଷର : ନାଇସ ଇନଷ୍ଟିଚ୍ୟୁଟ

କଟକ : ଯା ବିଦ୍ୟା ସା ବିମୁକ୍ତୟେ” ଏହି ମହାନ ଆଦର୍ଶକୁ ପାଥେୟ କରି ଜ୍ଞାନର ଆଲୋକ ବିତରଣ କରିଚାଲିଛି ‘ନାଇସ ଇନଷ୍ଟିଚ୍ୟୁଟ’ । ପୁରାତନ ସଭ୍ୟତାରେ ଗୁରୁକୁଳ ଆଶ୍ରମ ଯେଉଁଭଳି ମଣିଷ ଗଢ଼ିବାର କାରଖାନା ଥିଲା, ଆଜିର ଏହି କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ବୈଷୟିକ ଯୁଗରେ ‘ନାଇସ ଇନଷ୍ଟିଚ୍ୟୁଟ’ ସେହିଭଳି ଏକ ଆଧୁନିକ ଜ୍ଞାନର ମନ୍ଦିର ଭାବେ ପ୍ରତିଷ୍ଠା ଲାଭ କରିଛି । ଆମସେହି ତ୍ୟାଗ ଓ ସେବାର ମନୋଭାବକୁ ବଜାଇ ରଖି, ନାଇସ […]

ସଂପୂର୍ଣ୍ଣ ପଢନ୍ତୁ

ଝାଞ୍ଜି ଖରାରୁ ଆଶ୍ୱସ୍ତି: ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାରମ୍ପରିକ “ଗୁଡ଼ ପଣା” ବଣ୍ଟନ

କେନ୍ଦ୍ରାପଡ଼ା: ଓଡ଼ିଶାର ମାଟି, ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ଅନନ୍ୟ। ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନତାଙ୍କ ସମେତ ପଶୁପକ୍ଷୀ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏହି ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମହତ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ରାସ୍ତାରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ବଣ୍ଟନ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ବିଭୁତି ଭୂଷଣ ମହାନ୍ତିଙ୍କ ଦେହାନ୍ତ

ମାହାଙ୍ଗା : ବିରୂପା-ଗେଙ୍ଗୁଟୀ ଦ୍ବିପାଞ୍ଚଳ ଅନ୍ତର୍ଗତ ସାହାପୁର ପଞ୍ଚାୟତ ବାଲିପଡ଼ିଆ ଗ୍ରାମର ବର୍ଷିଆନ ମୁରବୀ, ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପୁରୋଧା, ରାଜ୍ୟ ପଶୁ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅବସରପ୍ରାପ୍ତ ଧର୍ମପ୍ରାଣ ବିଭୁତି ଭୂଷଣ ମହାନ୍ତିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା | ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ, ଆଧ୍ୟାତ୍ମିକବାଦୀ ବ୍ୟକ୍ତିଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ପକ୍ଷରୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କଲେ ରୁବିଓ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ହ୍ୱାଇଟ ହାଉସକୁ ନିମନ୍ତ୍ରଣ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ଏପରି ନିମନ୍ତ୍ରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମୋଦିଙ୍କୁ ହ୍ୱାଇଟ ହାଉସକୁ ରୁବିଓ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି। ସେହିପରି ରୁବିଓଙ୍କ ସହ ମୋଦି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଓ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ରୁବିଓ ଆଜି ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Highcourt 750x430 1

ମୁନା ସମେତ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ (Police SI Exam Scam)ର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୧୭ ଜଣଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତଦନ୍ତରୁ ମିଳିଥିବା ତଥ୍ୟ ଓ ଅପରାଧର ଗମ୍ଭୀରତା ଦୃଷ୍ଟିରୁ ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦକୁ ହାଇକୋର୍ଟ ଖାରଜ କରିଛନ୍ତି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପାଇଁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସିଲିକନ ମାଲିକ ସୁରେଶ ନାୟକ ଷଡ଼ଯନ୍ତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରେନ୍‌ରେ ଅଳିଆ ଓ ପଙ୍କ ଭର୍ତ୍ତି, ବର୍ଷା ପୂର୍ବରୁ କଟକରେ ଜଳବନ୍ଦୀ ଚିନ୍ତା

ଆଉ ଅଳ୍ପ ଦିନ ପରେ ଆସିବ ବର୍ଷା ଋତୁ। ବର୍ଷା ଋତୁ ଆସିଲେ କଟକ ସହରବାସୀଙ୍କ ଚିନ୍ତା ବଢ଼ିଯାଏ। କାରଣ ବର୍ଷା ଦିନେ ସହରରେ ଦେଖାଯାଏ ଜଳବନ୍ଦୀ ସମସ୍ୟା। ଜଳବନ୍ଦୀ ଯୋଗୁ ସାଧାରଣ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ମୌସୁମୀ ବାୟୁ ଆସିବା ପୂର୍ବରୁ କଟକ ସହରବାସୀ ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ସହରର ନାଳନର୍ଦ୍ଦମାଗୁଡ଼ିକରୁ ଅଳିଆ-ଆବର୍ଜନା ଓ ପଙ୍କ ବାହାର କରିବା କାର୍ଯ୍ୟ ଶେଷ ହୋଇନାହିଁ। ଏପର୍ଯ୍ୟନ୍ତ ପଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

୧୫ଦିନରେ ତୃତୀୟଥର: ପୁଣି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ମାତ୍ର ୧୫ଦିନ ମଧ୍ୟରେ ତୃତୀୟଥର ପାଇଁ ପୁଣିଥରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଛୁଟିଦିନରେ ଖାରବେଳ ଭବନଠାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଶିଳ୍ପାୟନ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁସାରେ, ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ନିଜର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ