ଆୟୁଷ୍ମାନ କାର୍ଡରେ ମିଳିବ ଅତ୍ୟାଧୁନିକ କର୍କଟ ଚିକିତ୍ସା; ଯୋଡ଼ି ହେବ ୧୨୧ଟି ପ୍ୟାକେଜ୍‌

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟୁଷ୍ମାନ କାର୍ଡରେ ମିଳିବ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏହି ଚିକିତ୍ସା କ୍ଷେତ୍ରରେ ୧୨୧ଟି ପ୍ୟାକେଜ୍‌ ଯୋଡ଼ିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉପଲବ୍ଧ ଚିକିତ୍ସା ତୁଳନାରେ ନୂଆ ପ୍ୟାକେଜ୍‌ଗୁଡ଼ିକ ରୋଗୀଙ୍କ ପାଇଁ ବେଶ୍‌ ଫଳପ୍ରଦ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, ସରକାର କର୍କଟ ଚିକିତ୍ସା ଯୋଜନାକୁ ଆହୁରି ବ୍ୟାପକ କରି ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ତିନିବର୍ଷିଆ ଏଲଏଲବି ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ତିନିବର୍ଷିଆ ଏଲଏଲବି (ଆଇନ୍‌) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମ ନିମନ୍ତେ ନିଜର କମନ୍ ଆପ୍ଲିକେସନ ଫର୍ମପୂରଣ କରିପାରିବେ। ଆଜିଠାରୁ ୩୦ ଜୁଲାଇ ରାତ୍ର ୧୧.୪୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମପୂରଣ କରିପାରିବେ। ଅଗଷ୍ଟ ୬ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୬ ଅଗଷ୍ଟ ରୁ […]

ସଂପୂର୍ଣ୍ଣ ପଢନ୍ତୁ

ହାଇଡ୍ରୋଜେନ୍‌ ଟ୍ରେନର ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡୀଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ନର୍ଦେର୍ଣ୍ଣ ରେଲୱେ ଅଧୀନରେ ହରିୟାଣାର ଜିନ୍ଦ୍‌ରୁ ସୋନିପତ୍‌ ମଧ୍ୟରେ ୮୯ କିଲୋମିଟର ରେଳ ଲାଇନରେ ଚାଲିବ। ପ୍ରଥମ ଥର ପାଇଁ ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ। ଏହି ପ୍ରଯୁକ୍ତିବିଦ୍ୟା ବିଦ୍ୟୁତ୍ ଉତ୍ପାଦନ ପାଇଁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ବ୍ୟବହାର କରିବ। ଏହି ପ୍ରକଳ୍ପରେ ହାଇଡ୍ରୋଜେନ୍ ସଂରକ୍ଷଣ ଓ ଇନ୍ଧନ ଭର୍ତ୍ତି ସୁବିଧା […]

ସଂପୂର୍ଣ୍ଣ ପଢନ୍ତୁ

ତୃଣମୂଳ ଛାଡ଼ି ବିଜେପିକୁ ଯାଇଥିବା ୩ ପୂର୍ବତନ ସାଂସଦ ପୁଣି ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ୩ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ଶୁକ୍ରବାର ପଶ୍ଚିମବଙ୍ଗରୁ ବିଜେପି ପ୍ରାର୍ଥୀ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଓ ପ୍ରକାଶ ଚିକ୍‌ ବାରାଇକଙ୍କ ବିଜୟ ସହ ପଶ୍ଚିମବଙ୍ଗ ରାଜନୀତିରେ ଦଳବଦଳର ପ୍ରଭାବ ସ୍ପଷ୍ଟ ହୋଇଛି। ଏଥି ସହ ରାଜ୍ୟସଭାରେ ବିଜେପି ତଥା ଏନ୍‌ଡିଏର ଶକ୍ତି ବୃଦ୍ଧି ପାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଗୁଣ୍ଡିଚାଘରେ ତିନି ରଥ: ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ: ଶରଧାବାଲିରେ ପହଞ୍ଚିଛନ୍ତି ତିନି ରଥ। ଭକ୍ତବତ୍ସଳ କାଳିଆ ସାଆନ୍ତଙ୍କୁ ଭାବ ଡୋରିରେ ଜନ୍ମବେଦିକୁ ଟାଣି ଆଣିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିବା ଆରମ୍ଭ କରିଥିଲା। ଜୟ ମା’ ସୁଭଦ୍ରା ଧ୍ୱନି ଓ ହରିବୋଲରେ ପରିବେଶ ମୁଖରିତ ହୋଇଥିବାବେଳେ ଭକ୍ତମାନେ ଅପାର ଭକ୍ତିଭାବରେ ରଥ ଟାଣିଥିଲେ। ଉକ୍ତ ଦୁଇ ରଥ ଢେର ସମୟ ଆଗରୁ ପହଞ୍ଚିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ବାଚନ ଓ ଭୋଟରଙ୍କ ମଧ୍ୟରେ ଗଣମାଧ୍ୟମ ହେଉଛି ସେତୁ: ସିଇସି

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଣ୍ଟ ପରିସରରେ ଭାରତ ନିର୍ବାଚନ ଆୟୋଗ (ଇଆଇସି)ଙ୍କ ଦ୍ୱାରା ଆୟୋଜିତ ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ ୨୦୨୬ ରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଆଜି ସାମିଲ ହୋଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ, ଭାରତରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଭାରତୀୟ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ୍ ଏବଂ ସମୟାନୁକ୍ରମେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହେଉଛି। […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ କଙ୍ଗାରୁ କୋର୍ଟ : ପୂର୍ବଶତ୍ରୁତାରୁ ନାବାଳକଙ୍କୁ ଉଲଗ୍ନ କରି ମାଡ଼, ଭିଡ଼ିଓ ଭାଇରାଲ୍‌

କଟକ: କଟକ ଚାଉଳିଆଗଞ୍ଜ ଅଂଚଳରେ କଙ୍ଗାରୁ କୋର୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଭିଡ଼ିଓ ସମ୍ପ୍ରତି ଭାଇରାଲ୍‌ ହେବାରେ ଲାଗିଛି। ମାଡ଼ମାରିଥିବା ଯୁବକମାନେ ହିଁ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁାସରେ, ଦୁଇ ଦିନ ପୂର୍ବେ ଏହି ଘଟଣା ଘଟିଥିଲା। ମାଡ ଖାଉଥିବା ନାବାଳକ ସେବେଠୁ ଘରକୁ ଆସୁ ନଥିଲେ। ଆଜି ସେ ଘରକୁ […]

ସଂପୂର୍ଣ୍ଣ ପଢନ୍ତୁ

କଢ଼ାଙ୍ଗ – ସଅଁରା କେନାଲବନ୍ଧ ରାସ୍ତା ଶୋଚନୀୟ -କଢ଼ାଙ୍ଗ – ପୁରୋହିତପୁର ରାସ୍ତା ସମ୍ପ୍ରସାରଣ କାମ ଧିମା

ଝଙ୍କଡ଼ : କଢ଼ାଙ୍ଗ, ସଅଁରା କେନାଲବନ୍ଧ ରାସ୍ତା ଟି ଦୀର୍ଘବର୍ଷବର୍ଷ ଧରି ମରାମତି ହୋଇନଥିବାରୁ, ଏହି ରାସ୍ତାର ଉଭୟପାର୍ଶ୍ଵ ଖାଲଖମା ରେ ପରିଣତ ହୋଇଥିବାବେଳେ, ଏହି ରାସ୍ତାର ଅନ୍ୟତମ ଶାଖା ରାସ୍ତା ଟି ସିଧାସଳଖ ଜିଲ୍ଲା ସଦର ମହକୁମା, ଜଗତସିଂହପୁର ର ପୁରୋହିତପୁର କୁ ସଂଯୋଗ କରୁଛି l ଏହି ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିବା ବେଳେ, କାମ ମନ୍ଥରଗତିରେ ଚାଲିଥିବାରୁ ପ୍ରତିଦିନ ଜଗତସିଂହପୁର କୁ ଯାତାୟତ କରୁଥିବା ଯାନବାହାନ ଗୁଡିକ ନାହିଁ ନଥିବା ଅସୁବିଧାର […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ରଥଯାତ୍ରାରେ ଅଘଟଣ: ଗୁମୁଟରେ ଅଟକିଲେ ଶ୍ରୀଜଗନ୍ନାଥ, ଠେଲାପେଲା, ୨ ମୃତ ଓ ୭ରୁ ଊର୍ଦ୍ଧ୍ବ ଆହତ

ପୁରୀ/ଭୁବନେଶ୍ବର: ସହସ୍ରାଧିକ ପୁଲିସ କର୍ମଚାରୀ, ବର୍ଷକ କାଳ ପ୍ରସ୍ତୁତି, ଘନଘନ ବୈଠକ ପରେ ମଧ୍ୟ ଆଜି ଶ୍ରୀପୁରୁ‌ଷୋତ୍ତମ ପୁରୀ କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଗୁଣ୍ଡିଚା ଯାତ୍ରାରେ ଅଘଟଣ ଘଟିଛି। ପହଣ୍ଡି ବେଳେ ଗୁମୁଟ ନିକଟରେ ପ୍ରଭୁ ଜଗନ୍ନାଥ ଗୁମୁଟ ନିକଟରେ ପ୍ରାୟ ୪୦ରୁ ୫୦ ମିନିଟ ଅଟକି ରହିଥିବା ବେଳେ ଲାଗିଥିବା ଟାହିଆକୁ ମଧ୍ୟ ବାହାର କରିଦିଆଯାଇଥିଲା। ଏହି ସମୟରେ ବଡ଼ଦାଣ୍ଡର ମରିଚକୋଟ ଛକ ନିକଟରେ ଦଳାଚକଟା ସ୍ଥିତିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀର ଐତିହାସିକ ବଡ଼ଦାଣ୍ଡ। ବର୍ଷାର ପ୍ରତ୍ୟେକ ବୁନ୍ଦା ସହ ଆଧ୍ୟାତ୍ମିକ ଉତ୍ସାହରେ ଭିଜିଛି ପୁରୀ, ଯେଉଁଠି ବର୍ଷା ପାଣିରେ ମିଶିଯାଇଛି ଭକ୍ତର ଆଖିରୁ ଝରି ପଡ଼ୁଥିବା ଭକ୍ତିର […]

ସଂପୂର୍ଣ୍ଣ ପଢନ୍ତୁ