ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର: ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ

ଫୁଲନଖରା: ଭିଜିଲାନ୍ସ ବିଭାଗ ଆଜି ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇ ଭୁବନେଶ୍ୱର ସହରାଞ୍ଚଳ ବନ ବିଭାଗ ଅନ୍ତର୍ଗତ ଫୁଲନଖରା ରେଞ୍ଜର ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି। ମିଳିଥିବା ସୂଚନା ମୁତାବକ ଜୁଲାଇରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ୩ଟି ବୃକ୍ଷରୋପଣ ସ୍ଥାନର ରକ୍ଷାବେକ୍ଷଣ ବାବଦ ମଞ୍ଜୁରୀ ବିଲ୍ ପାସ୍ କରିବା ପାଇଁ ଶ୍ରୀମତୀ ବେହେରା ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ୧ ଲକ୍ଷ ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ରାହାମା ଜଗନ୍ନାଥ ମନ୍ଦିର ନିକଟରେ ଥିବା ବେଆଇନ ବାଣ ଦୋକାନକୁ ସିଜ୍ କଲା ତିର୍ତ୍ତୋଲ ପୋଲିସ

ଝଙ୍କଡ଼, ତା. ୨୮/୧୦/୨୦୨୬: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତାଳପଡ଼ା ବଜାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ଏକ ଫର୍ଣ୍ଣିଚର ଦୋକାନ ପାର୍ଶ୍ୱରେ ଥିବା ବାଣ ଦୋକାନରୁ ବେଆଇନ ଭାବେ ରଖାଯାଇଥିବା ୪୦ କାର୍ଟୁନ୍ ବିଭିନ୍ନ କିସମର ବାଣକୁ ଆଜି ମଧ୍ୟାହ୍ନ ୧୨ଟା ୫୬ ମିନିଟ ସମୟରେ ତିର୍ତ୍ତୋଲ ପୋଲିସ କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନଙ୍କ ଉପସ୍ଥିତିରେ ଜବତ କରିଛି। ଜବତ ହୋଇଥିବା ବାଣଗୁଡ଼ିକ ମଧ୍ୟରୁ ୩୦ଟି ବଡ଼ କାର୍ଟୁନ୍ ହୋଇଥିବା ବେଳେ ୧୦ଟି ଛୋଟ କାର୍ଟୁନ୍ […]

ସଂପୂର୍ଣ୍ଣ ପଢନ୍ତୁ

ଗଇଠିପୁର ଗ୍ରାମର ୰ସ୍ଵର୍ଣ୍ଣଲତା ସାହୁଙ୍କ ଦ୍ଵାଦଶାହରେ ସ୍ମୃତି ସଭା

ଝଙ୍କଡ:୨୪/୧୦ ତିର୍ତ୍ତୋଲ ବ୍ଲକର କନିମୂଳ ପଞ୍ଚାୟତର ଗଇଠିପୁର ଗ୍ରାମର ବିଶିଷ୍ଟ ମୂରବୀ ସ୍ବର୍ଗତଃ ମକର ସାହୁଙ୍କ ଧର୍ମପତ୍ନୀ ୰ସ୍ଵର୍ଣ୍ଣଲତା ସାହୁଙ୍କ ଦ୍ଵାଦଶାହରେ ତାଙ୍କ ନିଜ ବାସଭବନଠାରେ ଦ୍ଵାଦଶାହ ଦିବସରେ ସ୍କୃତିସଭା ୨୩ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସନାତନ ଦଳାଇ ଯୋଗ ଦେଇ ସ୍ଵର୍ଗତା ସାହୁଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ନିଜର ବକ୍ତବ୍ୟ ପ୍ରଦାନ କରିବା ସଂଗେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦୌଡ଼ରେ ସୁଶାନ୍ତଙ୍କ ଶ୍ରୀମନ୍ଦିର ବର୍ଜ୍ୟବସ୍ତୁ ନଡ଼ା ଓ ପଟିରେ ଅନନ୍ୟ କଳାକୃତି ନିଜ ହାତର ଯାଦୁରେ ତିଆରି କରିଛନ୍ତି ଶତାଧିକ ମନ୍ଦିର, ଅଟ୍ଟାଳିକା ଓ ସୌଖୀନ ସାମଗ୍ରୀ

ମାହାଙ୍ଗା: ଅଦରକାରୀ ସାମଗ୍ରୀ ଯଥା କାଗଜ ପଟି ଓ ଧାନ ଗଛର ଶୁଖିଲା କୁଟା ବା ନଡ଼ା, ଯାହାକୁ କି ଆମେ ସାଧାରଣତଃ ବର୍ଜ୍ୟବସ୍ତୁ ଭାବରେ ଫିଙ୍ଗି ଦେଇଥାଉ, ସେଗୁଡ଼ିକୁ ଯତ୍ନର ସହ ଏକାଠି କରି ଅଠା ସାହାଯ୍ୟରେ ନିଜ ହାତର ଯାଦୁରେ ସୁଶାନ୍ତ ସୃଷ୍ଟି କରନ୍ତି ଗୋଟିଏ ପରେ ଗୋଟିଏ ଅନନ୍ୟ ହସ୍ତକଳାକୃତି। ଯେଉଁ କଳାକୃତିକୁ ଦେଖିଲେ ବାଟରେ ଯାଉଥିବା ଲୋକ ମଧ୍ୟ ନିଜ କାମଧନ୍ଦା ଭୁଲିଯାଇ ବେଶ୍ କିଛି କ୍ଷଣ ପାଇଁ ସେଠାରେ ଅଟକି […]

ସଂପୂର୍ଣ୍ଣ ପଢନ୍ତୁ

ଝିଙ୍କିରିଆ ଗ୍ରାମରେ ଲକ୍ଷ୍ମୀପୂଜା ମହୋତ୍ସବ ମହା ଆଡମ୍ବରରେ ସମ୍ପନ୍ନ

କଟକ ସଦର(୨୯/୧୦) : ବୟାଳିଶ ମୌଜା ସ୍ଥିତ ଝିଙ୍କିରିଆ ଗ୍ରାମରେ ଲକ୍ଷ୍ମୀପୂଜା ସମିତି ପକ୍ଷରୁ ଲକ୍ଷ୍ମୀପୂଜା ମହୋତ୍ସବ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହୋଇ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି। ଏହି ଉପଲକ୍ଷେ ଅକ୍ଟୋବର ୨୫ରେ କଳସ ଶୋଭାଯାତ୍ରା ଓ ପ୍ରସାଦସେବନ, ଅକ୍ଟୋବର ୨୬ରେ ସୂର୍ଯ୍ୟ ପୂଜା, ପ୍ରସାଦ ସେବନ ଓ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଓ ପରେ ପରେ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା। ସେହିପରି ଅକ୍ଟୋବର ୨୮ ତାରିଖ ବୁଧବାର ଅପରାହ୍ନ ୩ଘଟିକାରେ […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବିକା ଆର୍ଜୁ ବିବିଙ୍କୁ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ପ୍ରଦାନ

କଟକ, ୨୯/୧୦: ସାମାଜିକ ଅନୁଷ୍ଠାନ ‘ହାପି ମୋମେଣ୍ଟସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ’ ପକ୍ଷରୁ ୧୪ତମ ‘ଜୁହାର ଓଡ଼ିଶା ଦିବସ’ ପାଳନ ଅବସରରେ ‘ପ୍ରତିଭା ଉତ୍ସବ–୨୦୨୬’ ଏବଂ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ସମାରୋହ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବିକା ଆର୍ଜୁ ବିବିଙ୍କୁ ତାଙ୍କର ନିସ୍ୱାର୍ଥପର ଜନସେବା ତଥା ସମାଜ ପ୍ରତି ଅତୁଳନୀୟ ଅବଦାନ ନିମନ୍ତେ ଗୌରବମୟ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା […]

ସଂପୂର୍ଣ୍ଣ ପଢନ୍ତୁ

ୟୁକ୍ରେନର ଏକ ରେଳ ପ୍ଲାଟଫର୍ମରେ ରୁଷର ଡ୍ରୋନ୍‌ ମାଡ଼, ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ୟୁକ୍ରେନର ନିପ୍ରୋ ସହରସ୍ଥିତ ଏକ ରେଳ ପ୍ଲାଟଫର୍ମ ଉପରେ ରୁଷ ପକ୍ଷରୁ ଡ୍ରୋନ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ରେଳ ବିଭାଗ ପକ୍ଷରୁ ଏହି ଦୁଃଖଦ ସୂଚନା ପ୍ରଦାନ କରାଯାଇଛି। ନିପ୍ରୋପେଟ୍ରୋଭସ୍କ ଆଞ୍ଚଳିକ ମିଲିଟାରୀ ଆଡମିନିଷ୍ଟ୍ରେସନର ମୁଖ୍ୟ ଓଲେକ୍ସାଣ୍ଡର ହାନଜା ଏହି ଆକ୍ରମଣ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ଆକ୍ରମଣ ପରେ […]

ସଂପୂର୍ଣ୍ଣ ପଢନ୍ତୁ

ନାଭିଗେସନ୍ ସାଟେଲାଇଟ୍ NVS-03 ଉତକ୍ଷେପଣ ପୂର୍ବରୁ ତିରୁପତିରେ ଇସ୍ରୋ ମୁଖ୍ୟ: ନେଲେ ଭେଙ୍କଟେଶ୍ୱରଙ୍କ ଆଶୀର୍ବାଦ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ରାତି ୧୧ଟା ୫୧ ମିନିଟରେ ନାଭିଗେସନ ସାଟେଲାଇଟ୍ ଏନଭିଏସ୍-୦୩ (NVS-03) ଲଞ୍ଚ୍ କରାଯିବ। ଏହାକୁ ଜିଏସ୍‌ଏଲ୍‌ଭି-ଏଫ୍-୧୮ (GSLV-F18) ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସ୍ୱଦେଶୀ ନାଭିଗେସନ ପ୍ରଣାଳୀ ‘ନାଭିକ୍’ (NavIC)ର ସେବାକୁ ଅଧିକ ସୁଦୃଢ଼ ତଥା ମଜଭୁତ କରିବା। ଏହି ଉତକ୍ଷେପଣ ସଫଳ ହେଲେ ଭାରତର ମହାକାଶ […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ଦ୍ଧାରିତ ସୀମାରୁ ୨୦% ଅଧିକ ବେଗରେ ଗାଡ଼ି ଚଳାଇଲେ କଟିବନି ଚାଲାଣ: ନିୟମ ସ୍ପଷ୍ଟ କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଏକ୍ସପ୍ରେସ ୱେରେ ଦ୍ରୁତ ଗାଡ଼ି ଚାଳନାରେ କଟୁଥିବା ଚାଲାଣ ନିୟମ କୋହଳ ହୋଇପାରେ। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡକରି ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଏକ୍ସପ୍ରେସ ୱେରେ ଯେଉଁମାନେ ନିର୍ଦ୍ଧାରିତ ସୀମା ଠାରୁ ୨୦ ପ୍ରତିଶତ ଅଧିକ ସ୍ପିଡରେ ଗାଡ଼ି ଚଲାନ୍ତି, ସେମାନଙ୍କର ଚାଲାଣ କଟାଯିବା ଉଚିତ୍ ନୁହେଁ। ଯେଉଁମାନେ ଏହି ସୀମା ଅତିକ୍ରମ କରିବେ ସେମାନଙ୍କର ଚାଲାଣ କାଟିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭାରୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଇନଷ୍ଟାରେ ଯୁବତୀଙ୍କ ଡିପି ଲଗାଇ ନ୍ୟୁଡ୍ ଫଟୋରେ ବ୍ଲାକମେଲ୍: ଧରାପଡ଼ିଲେ ପିଆଜ ବେପାରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ମିଛ ପରିଚୟ। ଆଉ ନାବାଳିକାଙ୍କୁ ବ୍ଲାକମେଲିଂ। ଇନଷ୍ଟାଗ୍ରାମରେ ଝିଅଙ୍କ ଫଟୋକୁ ଡିପିରେ ରଖି ପଠାଉଥିଲା ଫ୍ରେଣ୍ଡ ରିକ୍ୟୁଏଷ୍ଟ। ବନ୍ଧୁତାର ଜାଲରେ ଫସାଇବା ପରେ ଆରମ୍ଭ କରୁଥିଲା ବ୍ଲାକମେଲିଂ। ନାବାଳିକାମାନଙ୍କୁ ପଠାଉଥିଲା ନ୍ୟୁଡ ଫଟୋ। ଡାକୁଥିଲା ହୋଟେଲ ଏବଂ ପାର୍କକୁ। ମନାକଲେ ସେମାନଙ୍କୁ କରୁଥିଲା ବ୍ଲାକମେଲିଂ। ଜଣେ କି ଦୁଇ ଜଣ ନୁହେଁ, ଏମିତି ଅନେକ ଶିକାର। ଘଟଣା ବାହାରକୁ ଆସିବା ପରେ ଜଣେ କାମୁକକୁ ବାନ୍ଧିଛି ଭୁବନେଶ୍ବର ପୋଲିସ। ଆଳୁ, ପିଆଜ ବେପାରୀ ଦୀପ୍ତୀ […]

ସଂପୂର୍ଣ୍ଣ ପଢନ୍ତୁ