E5f66d0c 06db 475c 82f7 D3fd6d5771c5

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସାରଳା ମନ୍ଦିର ପରିଦର୍ଶନ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀଙ୍କ ଚନ୍ଦନ ଯାତ୍ରା ଓ ପବିତ୍ର ବୃଷ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସପରିବା ରେ ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚି ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିବା ସମୟରେ, ନାଟ୍ୟମଣ୍ଡପ ଉପରେ ମାଆଙ୍କ ସେବାୟତ ମାନଙ୍କ ତରଫରୁ ତାଙ୍କୁ ଚନ୍ଦନ ସିନ୍ଦୁର ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ତାଙ୍କ ସହିତ ଜଗତସିଂହପୁର ଜିଲ୍ଲା ବିଜେଡି ର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ, କଟକ ପୌର ପରିଷଦ ର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟ ଜେନା, ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରୀପାଠୀ, ଯୁବନେତା ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l

F58cc983 Bc7b 45f1 Ad0b Eb21c6b9b52d

ଏହି ଅବସରରେ ସାରଳା ମନ୍ଦିରର ନବୀକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ପାଇଁ, ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ, ଲକ୍ଷ୍ମୀଧର ମହାପାତ୍ର, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ ପଣ୍ଡା ସେବକ ମାନେ ପ୍ରସ୍ତାବ ଦେଇଥିଲେ ।

ମାଆ ଙ୍କ ପୀଠର ଅଭାବ ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା କରି ଶ୍ରୀ ଜେନା ଏହାର ଆଶୁ ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *