Images

ମିଡ୍‌ନାଇଟ୍‌ କଥା ଏବେ ବି ଭୁଲିନି, ମୋତେ ଫସାଇଥିଲେ ଏବେ ଭୋଗୁଛନ୍ତି, କାହାକୁ ଇଙ୍ଗିତ କରି କହିଲେ ପ୍ରଭାତ

ରାଜ୍ୟ
Spread the love

ଭୁବନେଶ୍ୱର,୨୯ା୫: ୧୨ ବର୍ଷ ତଳର ମିଡ୍‌ନାଇଟ୍‌ ଅପରେଶନ କଥାକୁ ମନେ ପକାଇଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ। ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ପ୍ରଭାତ। ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ସେତେବେଳର ଦୁଇ ଜଣ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ। ସେହି ଦୁଇ ନେତାଙ୍କ ପାଇଁ ମୋ’ କ୍ୟାରିୟର ପ୍ରଭାବିତ ହୋଇଛି।

ଏବେ ପାଣ୍ଡିଆନ ଯେପରି ଦଳ କଥା ବୁଝୁଥିଲେ, ସେତେବେଳେ ପ୍ୟାରୀ ବୁଝୁଥିଲେ। ଆକ୍ରୋଶ ରଖି ଫସାଇଥିଲେ, ଏବେ ତା’ର ପରିଣାମ ଭୋଗୁଛନ୍ତି। ସେହି ଦୁଇ ପୂର୍ବତନ ମନ୍ତ୍ରୀ କିଏ ତାହା ସ୍ପଷ୍ଟ କରିନାହାନ୍ତି ପ୍ରଭାତ। ଯାହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *