Screenshot 2025 06 12 120206 750

ଓଡ଼ିଶାରୁ ସିଧା ଆବୁଧାବି, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ଆବୁଧାବି ସିଧା ବିମାନସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରୁ UAE ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା ।

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯.୩୫ ସମୟରେ ବିମାନ ଉଡାଣ ଭରିଥିଲା। ଯୋଗାଯୋଗ ସମ୍ପର୍କ ସମେତ ବ୍ୟବସାୟିକ ସମ୍ପର୍କ ଆଶା ବଢିଛି। ୟୁନାଇଟେଡ଼ ଷ୍ଟେଟସ ଅଫ ଏମିରେଟସ ସହ ସିଧାସଳଖ ବିମାନ ସେବା ଯୋଡି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି। ଏହି ବିମାନରେ ଆଜି ୧୮୦ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଯେବେଠାରୁ ନୂଆ ସରକାର ଦାୟିତ୍ୱ ନେଲେ ବିଶେଷ କରି ମିଡିଲ୍-ଇଷ୍ଟ ଦେଶ ଗୁଡ଼ିକ ସହ ଓଡ଼ିଶା ଯୋଡିହେବାର ସୁଯୋଗ ଆସଲା । ସିଧାସଳଖ ଓଡ଼ିଶା ସହ ସୁସମ୍ପର୍କ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନ, ପୁଞ୍ଜିନିବେଶ, ଓ ବାଣିଜ୍ୟିକ କ୍ଷେତ୍ରରେ ଲାଭଦାୟକ ହେବ। ଏହି ବିମାନରେ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି। ବିଶେଷ କରି କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, ରାୟଗଡ଼ା ଯେଉଁଠି ଭଲ ଆମ୍ବ ଉତ୍ପାଦନ ହେଉଛି ସେଠାରୁ ୫୦ ଟନ୍ ଆମ୍ରପଲି ଆମ୍ବ ପଠାଯାଇପାରିଲା। ଆଜି ବିଶାଖପାଟଣାକୁ ମଧ୍ୟ ପୁନର୍ବାର ବିମାନ ସେବା ଆରମ୍ଭ ହେବାକୁ ଯାଉଛି।”

Leave a Reply

Your email address will not be published. Required fields are marked *