ରଥଯାତ୍ରା: ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ଚଳାଚଳ କରିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

ରାଜ୍ୟ
Spread the love

ଭୁବନେଶ୍ବର/ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ୨୭ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ | ଏହି ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି |
ଏହାକୁ ଆଖିଆଗରେ ରଖି ଭାରତୀୟ ରେଳବାଇ ତରଫରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ପୂର୍ବତଟ ରେଳପଥ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।
ମହାପ୍ରଭୁଙ୍କ ବାର୍ଷିକ ଯାତ୍ରାରେ ପୁରୀରେ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସହଜ କରିବା ପାଇଁ ରେଳବାଇ ପକ୍ଷରୁ ଏହିଭଳି ବ୍ୟବସ୍ଥା କରାଯାଇଛି।
ରେଳବାଇ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଟ୍ରେନ୍‌ ଚଳାଚଳ କରିବା ପାଇଁ ଉଦ୍ୟମ ଜାରି ରଖିଛି। ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ମଧ୍ୟ‌ ପୁରୀକୁ ଟ୍ରେନ୍‌  ବି ଗଡ଼ିବ। ଆନ୍ଧ୍ରପ୍ରଦେଶର ପଲାସା, ବିଶାଖାପାଟଣା, ଛତିଶଗଡ଼ର ଜଗଦଲପୁର, ମହାରାଷ୍ଟ୍ରର ଗୋଣ୍ଡିଆ ଓ ପଶ୍ଚିମବଙ୍ଗର କୋଲକାତାରୁ  ପୁରୀକୁ ଟ୍ରେନ୍‌ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *