Suresh Pujari

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ସରକାରଙ୍କ ପାଖରେ ଥାଏ ଏପରି ପ୍ଲାନ

ରାଜ୍ୟ
Spread the love

ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ। କହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ଅତିରିକ୍ତ ତହସିଲଦାରଙ୍କୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି? କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ ଭାବେ ସାମ୍ନାକୁ ଆସିଥିଲି। ଆମ ଉପରେ ଅଧିକାରୀ ଭରସା ରଖନ୍ତୁ। ଯେଉଁ ଅଫିସରମାନେ ଧର୍ମଘଟ ଅଛନ୍ତି ତାଙ୍କ କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତି। ସେମାନଙ୍କୁ ନେଇ କି ସରକାର ଚାଲେ। ଘଟଣାରେ ୫ ଜଣ ଗିରଫ ହୋଇଛି ସାରିଲେଣି। ଦଳରୁ ବି ନିଲମ୍ବନ ହୋଇଛନ୍ତି।

ମନ୍ତ୍ରୀ ପୁଣି କହିଛନ୍ତି, ବିନା ପ୍ରମାଣରେ ପ୍ରଚ୍ଛଦ ପଟରେ କିଏ ତାକୁ ଖୋଜିବାକୁ ଟିକେ ସମୟ ଲାଗିବ। ବିନା ପ୍ରମାଣରେ ଯଦି କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ। ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି ସେମାନେ ଗିରଫ ହୋଇଛନ୍ତି। ତେବେ ଏହି ଘଟଣାରେ କେହି ବର୍ତ୍ତିବେ ନାହିଁ। ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି ତେଣୁ ଧର୍ମଘଟ ସ୍ଥଗିତ ରଖନ୍ତୁ। ଏହା ପରେ ବି କରିପାରିବେ। ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ବୋଲି କହି ରାଜସ୍ବ ମନ୍ତ୍ରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି।

Leave a Reply

Your email address will not be published. Required fields are marked *