8666c2a2 6b60 485c 9f12 F069a1e26a1c

ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ତୃତୀୟ ବାର୍ଷିକ ଜଗନ୍ନାଥ ପଞ୍ଚରାତ୍ର ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :   ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ମାର୍ଗଦର୍ଶନ ରେ ଜୁଲାଇ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ଜଗନ୍ନାଥ ପଞ୍ଚରାତ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ, ଏହାର ପରିଚାଳନା କମିଟି ର ସଭାପତି କାଳୀ କିଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ମାନେ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ବିଭିନ୍ନ ସବକମିଟି ମାନ ଗଠନ କରିଥିଲେ। ପ୍ରତିଦିନ ସନ୍ଧ୍ୟା ୭ ଟା ରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ , ସ୍କନ୍ଧ ପୁରାଣ ବର୍ଣ୍ଣିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ମହାମହିମାଲୀଳା ଉପରେ ପ୍ରବଚନ ଦେବା ସହିତ ଏହି କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣି ବିଦ୍ୱାନ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସମେତ ସମସ୍ତ ଭଗବତପ୍ରେମୀ ଜନସାଧାରଣ ଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ରୁହିତ ହୋଇଥଲା।

ଏଥିସହିତ ଅଧିକ ଆକର୍ଷଣୀୟ କରିବା ପାଇଁ ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ପ୍ରତିଦିନ ବ୍ୟାସ ପଣ୍ତିତ ସୁରେନ୍ଦ୍ର ନାଥ ଦାଶ ପାରାୟଣ କରିବେ ଓ ଅଧିକ ରୁ ଅଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରୟାସ କରିବାକୁ ସ୍ଥିର କରାଯାଇଥିଲା। ଏହି ଆଲୋଚନାରେ ରାମଚନ୍ଦ୍ର ଦାଶ, ଆଶିଷ ମହାପାତ୍ର, ସୁରେନ୍ଦ୍ର ନାଥ ସାହୁ, ସୁଶାନ୍ତ କୁମାର ବେହେରା, ଅଭୟ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ସାରଦା ପ୍ରସନ୍ନ ସାହୁ ଓ ଶୁକଦେବ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି , ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ ସିଦ୍ଧ ବଳଦେବ ଜୀଉ ଙ୍କ ଜୟଧ୍ଵନି ରେ ସଭାର ପରିସମାପ୍ତି ଘଟିଥିଲା।

Leave a Reply

Your email address will not be published. Required fields are marked *