E2d93fa0 Fab4 48cc 947c 111f884511d7

ମହିୟସୀ ବିଦ୍ୟୁତ୍ ପ୍ରଭାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର ପୁରୁଣାବସନ୍ତ ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ, ଧର୍ମପରାୟଣା ମହିଳା ସ୍ବର୍ଗତ ବିଦ୍ୟୁତ୍ ପ୍ରଭା ଦାସଙ୍କ ଏକାଦଶାହ ଅବସରରେ ଗତ ଶୁକ୍ରବାର ସନ୍ଧ୍ୟାରେ ବାଣୀକ୍ଷେତ୍ର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ବିଦ୍ୟୁତ୍ ପ୍ରଭାଙ୍କ ସୁପୁତ୍ର ଶ୍ରୀ ଅମୂଲ୍ୟ କୁମାର ଦାସ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ସଭାରେ ସାରଳା ସଂସ୍କୃତି ଗବେଷକ ଶ୍ରୀ ରମାକାନ୍ତ ରାଉଳ, ସ୍ଥାନୀୟ ସରପଞ୍ଚ ଶ୍ରୀ କାଳନ୍ଦୀ ଚରଣ ମହାନ୍ତି, ଆଇନଜୀବୀ ଶ୍ରୀ ମନମୋହନ ରାଉତ, ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପ୍ରଶାନ୍ତ ଦାସ, ଶ୍ରୀ ମୈତ୍ରୀଜିତ୍ ମହାନ୍ତି, ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର, ଶ୍ରୀ ମିହିର କୁମାର ଦାସ, ଶ୍ରୀ ଅଭିଷେକ ମହାନ୍ତି, ଶ୍ରୀମତୀ ସ୍ୱପ୍ନା ରାଣୀ ଦାସ, ଶ୍ରୀମତୀ ସତ୍ୟଭାମା ଦାସ, ଶ୍ରୀମତୀ ଆରତୀ ପ୍ରଭା ଦାସ, ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର, ଶ୍ରୀ ଅଭିଷେକ ଦାସ, ଶ୍ରୀମତୀ ଅଳକା ନନ୍ଦିନୀ ଦାସ ଏବଂ ଶ୍ରୀ ପ୍ରହଲ୍ଲାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ବକ୍ତାମାନେ ସ୍ବର୍ଗତ ବିଦ୍ୟୁତ୍ ପ୍ରଭାଙ୍କୁ ଜଣେ ଆଧ୍ୟାତ୍ମିକବାଦୀ, ସମାଜସେବୀ, ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଆଦର୍ଶ ଗୃହିଣୀ ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କ ସହ ବିତାଇଥିବା ସ୍ମୃତିଚାରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ କମଳାକାନ୍ତ ଦାସ, ଶ୍ରୀ ବିମଳକାନ୍ତ ଦାସ, ଶ୍ରୀ ଶ୍ୟାମଳକାନ୍ତ ଦାସ, ଶ୍ରୀ ନୟନ ଦାସ ଓ ଶ୍ରୀ ଅଙ୍କିତ ଦାସଙ୍କ ସମେତ ଗ୍ରାମବାସୀମାନେ ସକ୍ରିୟ ଭାବେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *