C33cfdaa 3b8f 4259 Bbb1 785fad436fc2

ଶାଖା କେନାଲରେ ପାଣି ଆସୁନାହିଁ, ଚାଷ କାମ ବାଧାପ୍ରାପ୍ତ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ମାଛଗାଁ କେନାଲ, ଜଗତସିଂହପୁର ୧୦ ନମ୍ବର କଲେଜଛକ ଠାରୁ ଆରମ୍ଭ ହୋଇଥିବା ୧୦ ଏଲ୍ ବ୍ରାଞ୍ଚ କେନାଲ ରେ ଖରିଫ ଚାଷ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ, ଜଳସମ୍ପଦ ବିଭାଗ ତରଫରୁ ପାଣି ଛଡ଼ାଯାଇନାହିଁ । ଏହି ଶାଖା କେନାଲ ପାଣି ଉପରେ ତିର୍ତ୍ତୋଲବ୍ଲକ ର ବିରିତୋଳ , ସଂଅରା ଓ ଗୋପାଳପୁର ତିନିଗୋଟି ଗ୍ରାମ ପଞ୍ଚାୟତ ର ପ୍ରାୟ ୫୦ ଟି ଗ୍ରାମର ଶହ ଶହ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ।

ମାତ୍ର ଜଳସମ୍ପଦ ବିଭାଗର, ବିଭାଗୀୟ ଯନ୍ତ୍ରୀ ଓ ଖଲାସୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ପାଣି ଆସିପାରୁନାହିଁ। ଯାହା ଫଳରେ ସଂପୃକ୍ତ ଅଞ୍ଚଳର ଶହ ଶହ ଚାଷୀମାନେ ତଳି ଉପାଡିବା , ରୁଆବଛା ଓ ବେଉଷଣ ଆଦି କାର୍ଯ୍ୟ କରିପାରୁ ନାହାନ୍ତି।

କେତେକ ଚାଷଜମିରେ ଟ୍ରାକ୍ଟର ରେ ହଳ ମଧ୍ୟ ହୋଇପାରିନି। ଯଥାଶୀଘ୍ର 10 / L ବ୍ରାଞ୍ଚ କେନାଲ ରେ ପାଣି ଛାଡ଼ିବା ପାଇଁ ଜଳସମ୍ପଦ ବିଭାଗର ପଦସ୍ଥ ଅଧିକାରୀ ମାନେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର କୃଷକ ମୂରଲୀଧର ପରିଡ଼ା, ପ୍ରଶାନ୍ତ ସାସମଲ , ଅକ୍ଷୟ କୁମାର ମହାନ୍ତି , ସୁଦାମ ଚରଣ ସାସମଲ , ବିଜୟ କୁମାର ସାହୁ, ନରୋତ୍ତମ ଭୂୟାଁ ବିଜୟ କୁମାର ମୁଦୁଲି ଓ ମନୋଜ କୁମାର ବେହେରା ପ୍ରମୁଖ ଦୃଢ଼ ଦାବୀ କରିଅଛନ୍ତି।

Leave a Reply

Your email address will not be published. Required fields are marked *