Ff35a46d B760 46d3 A683 2db3691b9d23

୪୨ମୌଜା ଥାନାକୁ ରାଜ୍ୟର ଶ୍ରେଷ୍ଠ ଥାନା ଘୋଷଣା, ଅଧିକାରୀ ଶ୍ରୀ ଗିରୀଶ ଚନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

ରାଜ୍ୟ
Spread the love

ବୟାଳିଶମୌଜା :  ୪୨ମୌଜା ଥାନା ଅଧିକାରୀ ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ମହାରଣାଙ୍କ କାର୍ଯ୍ୟଦକ୍ଷତା, ଅପରାଧ ନିୟନ୍ତ୍ରଣ ଏବଂ ଅଞ୍ଚଳର ସମସ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ଯୋଗୁଁ ୪୨ମୌଜା ଥାନାକୁ ରାଜ୍ୟର ପ୍ରଥମ ଥାନା ଭାବରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ଶ୍ରୀଯୁକ୍ତ ମହାରଣା ୪୨ମୌଜାରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ କମିଟି ସହ ସୁସମ୍ପର୍କ ରକ୍ଷା କରି ବହୁ ବିବାଦୀୟ ପରିସ୍ଥିତିର ସମାଧାନ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ୪୨ମୌଜା ଥାନା ରାଜ୍ୟ ସ୍ତରରେ ଗୌରବାନ୍ୱିତ ହୋଇପାରିଛି, ଯାହା ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏହାଦ୍ୱାରା ସାରା ରାଜ୍ୟରେ ୪୨ମୌଜା ଏକ ଶୃଙ୍ଖଳିତ ତଥା ସଂସ୍କୃତିସମ୍ପନ୍ନ ଅଞ୍ଚଳ ଭାବରେ ପରିଚିତ ହୋଇପାରିଛି।

ଏହି ସଫଳତାକୁ ପାଥେୟ କରି ୪୨ମୌଜା ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାୟଙ୍କ ନେତୃତ୍ୱରେ କମିଟିର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାନ୍ତି, ଉପ-ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ରାଉତ, ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ମହାନ୍ତି, ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଦାସ, ଶ୍ରୀଯୁକ୍ତ ସାରଦା କାନ୍ତ ମହାନ୍ତି ଏବଂ ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ ପ୍ରମୁଖ ଥାନା ପରିସରରେ ଶ୍ରୀଯୁକ୍ତ ମହାରଣାଙ୍କ ସହ ଦୀର୍ଘ ୪୫ ମିନିଟ ଧରି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଓ ତାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ।

ଶେଷରେ ସରକାରଙ୍କୁ ସାଧୁବାଦ ଜଣାଇବା ସହ ଶ୍ରୀଯୁକ୍ତ ମହାରଣାଙ୍କୁ କମିଟି ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *