କଟକ : ଆଜି ସନ୍ଧ୍ୟା ୬:୩୦ରୁ ୮:୩୦ ପର୍ଯ୍ୟନ୍ତ କଟକ ପୋତାପୋଖରୀ ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦର ୬୧ତମ ପ୍ରତିଷ୍ଠା ଦିବସ ଏବଂ ବେଦାନ୍ତ କେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ୧୭ତମ ବଳିଦାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୂଜ୍ୟପାଦ ବାବା ସତ୍ୟ ଚୈତନ୍ୟ ସମାଜକୁ ବେଦ ପୁରାଣ ଦର୍ଶାଇଥିବା ମାର୍ଗରେ ଚାଲିବାକୁ ଆହ୍ୱାନ କରିଥିଲେ। ସମାଜସେବୀ ଶ୍ରୀ ଦୀନେଶଜୀ ଗୁପ୍ତା ସତ ପଥରେ ଚାଲିବା ପାଇଁ ଦିଗଦର୍ଶନ ଦେଇଥିବା ବେଳେ ସଂଗଠନ ସମ୍ପାଦକ ଶ୍ରୀ ଶରତ ପ୍ରଧାନ ପୂରା କାର୍ଯ୍ୟକ୍ରମ ଯୋଜନା ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରାନ୍ତ ପ୍ରମୁଖ ଶ୍ରୀ ସୁଧୀର ପ୍ରସାଦ ନନ୍ଦ, ଶଙ୍କର୍ଷଣ ରାଉତ, ବିଶ୍ୱଜିତ ବାରିକ, ସାଗର ରଞ୍ଜନ ନାୟକ, ପରମିତା ଲେଙ୍କା, ଜ୍ୟୋତିର୍ମୟୀ ବେହେରା ଏବଂ ପ୍ରମୋଦ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ।
