ମହିଳା ଆନ୍ଦୋଳନ କୁ ଆଗେଇ ନେବାକୁ ଏକ ନ ଜଣିଆ କମିଟି ଗଠନ କରାଇଛି।ଶୁଭ୍ରା ମହାପାତ୍ର, ବୁଲି ସାହୁ, ସାରଦା ନାୟକ,ଜ୍ୟୋସନା ପ୍ରଧାନ, ମମତା ପାଣି, ଗାୟତ୍ରୀ ସ୍ୱାଇଁ, ପ୍ରମୁଖ ଙ୍କୁ ନେଇ କମିଟି ଗଠନ କରା ଯାଇ ବୁଲି ସାହୁ ଙ୍କୁ ସମ୍ପାଦିକା ଭାବରେ ନିର୍ବାଚିତ କରାଯାଇ ଥିଲା।
କଟକ, ୧/୯: ଆଜି ଗଣତାନ୍ତ୍ରିକ ମହିଳା ସମିତି, କଟକ, ଜିଲ୍ଳା କମିଟି ତରଫରୁ ରାଜ୍ୟ ରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ହିଂସା ସମ୍ପର୍କରେ ଏହି ସଭାରେ ଆଲୋଚନା ଆଲୋଚନା କରାଯାଇ ଗଭୀର ଉଦବେଗ ପ୍ରକାଶ କରାଯାଇ ଥିଲା। ଜିଲ୍କା ସଭାପତି ଇନ୍ଦୁମତୀ ରାଉତ, ପୂର୍ବତନ କର୍ପୋରେଟର ଶ୍ରୀମତୀ ଶୁଭ୍ରା ମହାପାତ୍ର, ଜିଲ୍ଳା ସମ୍ପାଦିକା ବୁଲି ସାହୁ, ଗଣତାନ୍ତ୍ରିକ ମହିଳା ସମିତି ର ରାଜ୍ୟ ସମ୍ପାଦକ ସୁରାଜିତା ନାୟକ,ସହ ସମ୍ପାଦିକା ମିନତୀ ପାଣିଗ୍ରାହୀ, ବରିଷ୍ଠ କର୍ମଚାରୀ ନେତା ରବି ନାରାୟଣ ମଲ୍ଲିକ, ଇଂ ମନମୋହନ ପତି ପ୍ରମୁଖ ବକ୍ତବ୍ୟ ରଖି ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସଂଗ୍ରାମ ରେ ଅଧିକ ସଂଖ୍ୟକ ମହିଳା ଙ୍କୁ ସାମିଲ କରିବା ପାଇଁ ଅହରହ କାମ କରିବାକୁ ସମସ୍ତେ ଆହ୍ୱାନ ଦେଇଥିଲେ। ଆଜି ପର୍ଯ୍ୟନ୍ତ ସୋମ୍ୟା ଶ୍ରୀ ନ୍ୟାୟ ପାଇଁ ପାରିଲା ନାହିଁ ବୋଲି ସୋମ୍ୟା ଶ୍ରୀ ଙ୍କ ପିତା ଙ୍କ ଅଭିଯୋଗକୁ ସମର୍ଥନ କରି ଏକପ୍ରସ୍ତାବ ସଭାରେ ଗୃହୀତ ହୋଇଥିଲା।
