Heat Wave

ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରି ପାର କଲା

ରାଜ୍ୟ
Spread the love

ଭୁବନେଶ୍ବର: ଏପ୍ରିଲ ମାସ ଶେଷ ସପ୍ତାହରେ ସୂର୍ଯ୍ୟ କିରଣ ଆହୁରି ପ୍ରଖର ହେବାରେ ଲାଗିଛି। ପୂର୍ବ ଓଡ଼ିଶାର ଅନେକ ସ୍ଥାନରେ ପାଗ କୋହଳା ଥିଲା ବେଳେ ପଶ୍ଚିମ ଓଡ଼ିଶାର ଏକାଧିକ ସହର ଜଳିଛି। ତାପମାତ୍ରାରେ ସବୁଠାରୁ ଅଧିକ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ଝାରସୁଗୁଡ଼ାବାସୀ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରି ରେକର୍ଡ କରାଯାଇଛି। ଏହା ଚଳିତ ବର୍ଷ ରାଜ୍ୟର ସର୍ବାଧିକ ତାପମାତ୍ରା। ଭୁବନେଶ୍ବରରେ ତାପମାତ୍ରା ୩୫.୪ ଡିଗ୍ରି ଥିଲା ବେଳେ ରାଜ୍ୟର ୧୧ଟି ସହରର ଏହା ୪୦ ଡିଗ୍ରି ଉପରେ ରହିଛି।
ସୂର୍ଯ୍ୟଙ୍କ ପ୍ରଖର କିରଣ ଆଜି ପଶ୍ଚିମ ଓଡ଼ିଶାରେ ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଯିବା ଅସମ୍ଭାଳ ହୋଇଛି। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଇ ନଥିଲେ। ପ୍ରବଳ ଖରା ଏବଂ ଅଂଶୁଘାତ ଲୋକଙ୍କୁ ଭୟ ଦେଖାଇଛି। ମଧ୍ୟାହ୍‌ଣ ସମୟରେ ରାସ୍ତାଘାଟଗୁଡ଼ିଖ ଖାଲିଖାଲି ଲାଗୁଥିଲା। ଏବେ ମନରେ ଗୋଟିଏ ପ୍ରଶ୍ନ ହେଲା, ଚଳିତ ବର୍ଷ ଖରା ପ୍ରାୟ ଆହୁରି ୨ ମାସ ପର୍ଯ୍ୟନ୍ତ ଜାରି ରହିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ‌ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଯଦି ଆଗୁଆ ଆସିବ, ତାହେଲେ ଲୋକଙ୍କୁ ପ୍ରବଳ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ।
ସୂଚନାଯୋଗ୍ୟ, ଗ୍ରୀଷ୍ମ ଲହରି କେବଳ ଓଡ଼ିଶାରେ ନୁହେଁ; ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଜାରି ରହିଛି। ଉତ୍ତରପ୍ରଦେଶର ବାନ୍ଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୭.୬ ଡିଗ୍ରି ରେକର୍ଡ କରାଯାଇଛି। କୁହାଯାଉଛି ଯେ, ଏହା ବିଶ୍ବର ସର୍ବୋଚ୍ଚ ତାପମାତ୍ରା। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହରାଷ୍ଟ୍ରରେ ଆଜି ୪୬ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜସ୍ଥାନର ଜୈସଲମେରରେ ୪୬.୪, ମହାରାଷ୍ଟ୍ରର ୱାର୍ଦ୍ଧାରେ ୪୬.୫ ଏବଂ ଅମରାବତୀରେ ୪୬.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଭାଗ ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତର କିଛି ସ୍ଥାନ ପାଇଁ ହିଟ୍‌ ୱେଭ୍‌ ଜାରି କରିଛି।

Leave a Reply

Your email address will not be published. Required fields are marked *