ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅପରାଧ ଦେଶବିଦେଶ
Spread the love

ନଆଦିଲ୍ଲୀ, ୧୨/୧୦: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ବୁଧବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତମାନଙ୍କୁ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଆହତ ଏବଂ ତାଙ୍କ ପରିବାରବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହିତ ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପୀଡ଼ିତମାନଙ୍କୁ ନ୍ୟାୟ ଦେବା ଲାଗି ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଘଟଣା ପଛରେ ରହଥିବା ସମସ୍ତ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି।ରାଜଧାନୀ ନୂଆଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନଂ. ଗେଟ୍‌ ପାଖରେ ସୋମବାର ସନ୍ଧ୍ୟାରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଏକ କାରରେ ବିସ୍ଫୋରକ ରଖାଯାଇଥିବାବେଳେ ସେଥିରେ ବିସ୍ଫୋରଣ ଘଟିଥିଲା।

Leave a Reply

Your email address will not be published. Required fields are marked *