ଲେବାନନ, ୧୯/୧୧: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ କରିଛି । ଦକ୍ଷିଣ ଲେବାନନରେ ଥିବା ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ଏହି ଆକ୍ରମଣରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସେହି ଶିବିର ଉପରେ ହୋଇଥିଲା ଯେଉଁଠାରେ ହମାସ ତାଲିମ ନେଉଥିଲା । ଇସ୍ରାଏଲୀ ସେନା କହିଛି ଯେ ଇସ୍ରାଏଲ ଏବଂ ଏହାର ସେନା ଉପରେ ଆକ୍ରମଣ କରିବା ପାଇଁ ଶିବିରରେ ପ୍ରସ୍ତୁତି ଚାଲିଛି । ଏଥିରେ କୁହାଯାଇଛି ଯେ ହମାସ ଯେଉଁଠାରେ ସକ୍ରିୟ ଥାଉ ନା କାହିଁକି ଇସ୍ରାଏଲୀ ସେନା ହମାସ ବିରୁଦ୍ଧରେ ଏହି କାର୍ଯ୍ୟାପୁଷ୍ଠାନ ଜାରି ରଖିବ ।ସରକାରୀ ଅଧିକାରୀଙ୍କ ଅନୁଯାୟୀ ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଲେବାନନରେ ଏକ ପାଲେଷ୍ଟାଇନୀ ଶରଣାର୍ଥୀ ଶିବିର ଉପରେ ବିମାନ ଆକ୍ରମଣ କରିଛି । ଏପର୍ଯ୍ୟନ୍ତ ବିମାନ ଆକ୍ରମଣରେ ୧୧ଜଣ ମୃତ୍ୟୁ ହୋଇଛି, ଏଥରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏଠାରେ କହି ରଖୁଛୁ ଯେ ଇସ୍ରାଏଲ-ହିଜବୋଲା ଯୁଦ୍ଧରେ ଏକ ବର୍ଷ ପୂର୍ବରୁ ଯୁଦ୍ଧବିରତି ହୋଇଛି । ସେବେଠାରୁ ଲେବାନନ ଉପରେ ଏହା ଭୟଙ୍କର ଆକ୍ରମଣ ଥିଲା ।
