ଭୁୁବନେଶ୍ବର, ୧/୧୨: କିଟ୍ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ । ଖବର ପାଇ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତ ଛାତ୍ରଙ୍କ ନାମ ରାହୁଲ ଯାଦବ ବୋଲି ଜଣାଯାଇଛି। ତାଙ୍କ ଘର ଛତିଶଗଡ଼ରେ ଏବଂ ସେ କଂପ୍ୟୁଟର୍ ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ ବୋଲି ଜଣାଯାଇଛି।
ଗତକାଲି ରାତିରେ ଫ୍ୟାନରେ ଝୁଲି ପଡ଼ି ଜୀବନ ହାରିଥିବା କୁହାଯାଉଛି। ରାହୁଲ ଏକ ସିଙ୍ଗଲ ରୁମ୍ରେ ରହୁଥିଲେ। ଘଟଣା ସଂପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଅ୍ରାସିବ। ତେବେ କିଟ୍ରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
