କୋଣାର୍କ, ୧/୧୨: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା ୩୬ତମ କୋଣାର୍କ ଉତ୍ସବ, ୧୫ତମ ଅର୍ନ୍ତାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାକୁ ସୋମବାର ଉଦ୍ଘାଟନ ହେବ। ପୂର୍ବ ସ୍ଥିରୀକୃତ ନିର୍ଘଣ୍ଟ ସମୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ଏନେଇ କୋଣାର୍କ ଉତ୍ସବ, ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାର ସମସ୍ତ ଶେଷ ପ୍ରସ୍ତୁତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ସହାୟକ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଆୟୋଜନସ୍ଥଳ ପରିଦର୍ଶନ କରିଛନ୍ତି।
