ବାରଙ୍ଗ : ବାରଙ୍ଗ ନିକଟବର୍ତୀ ମରିଚିଆ ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ସର୍ବଭାରତୀୟ ମରିଚିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ୩ଟି ମ୍ୟାଚ ଖେଳାଯାଇଛି। ପ୍ରଥମ ଲିଗ ମ୍ୟାଚ ବନ ମହାବୀର ଜୟପୁର ଓ ମଦନମୋହନ ସୋଟିଂ ଉଷୁମା ମଧ୍ୟରେ ଖେଳା ଯାଇ ଥିଲା।ବାନ ମହାବୀର କ୍ଲବ୍ ଜୟପୁର ଦଳ ୧/୦ ଗୋଲରେ ମଦନ ମୋହନ ସ୍ପୋଟିଂ କ୍ଲବ୍ ଉଷୁମାକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ଼ ମହାବୀର କ୍ଲବ୍ ନରଣପୁର ସହିତ ଟାରଜନ କ୍ଲବ୍ ମଧ୍ୟରେ ଖେଳା ଯାଇଥିଲା। ମହାବୀର କ୍ଲବ୍ ନରଣପୁର ୧/୦ ଗୋଲରେ ଟାରଜନ କ୍ଲବ୍ କୁ ପରାସ୍ତ କରିଥିଲା।
ପରେ ମହାବୀର କ୍ଲବ୍ ଜୟପୁର ଓ ମହାବୀର ବ୍ଳକ୍ ନରଣପୁର ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ଼ ଖେଳା ଯାଇଥିଲାା ଗୋଲ ଶୂନ୍ୟ ରହିବାରୁ ଟାଇବ୍ରେକରରେ ବନ ମହାବୀର ଦଳ ୩/୨ ଗୋଲରେ ମହାବୀର କ୍ଲବକୁ ପରାସ୍ତ କରିବି ରବିବାର ହେବାକୁ ଥିବା ସେମିଫାଇନାଲରେ ପ୍ରତାପ ନାଗରୀ ସହିତ ଖେଳିବାକୁ ଯୋଗ୍ୟତ ହାସଲ କରିଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅଲମ୍ପିକ ଆସୋସେନର ସଭାପତି ସମୀର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବାରଙ୍ଗ ବ୍ଲକ୍ ୩୨ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତି, ନୃସିଂହ ନାଥ, ସୁବାସ ଚନ୍ଦ୍ର ପାତ୍ର,ସୁନିଲ ସ୍ୱାଇଁ, ସୁବାସ ସାହୁ,ତ୍ରୈଲୋକ୍ୟ ରାଉତ ଓ ପ୍ରମୋଦ କୁମାର ଯୋଗ ଦେଇ ଖେଳାଳି ମନଙ୍କୁ ଉତ୍ସାହିତ କରିଥିଲେ। ରେଫରୀ ନିକୁନ ମହାନ୍ତି,ସାକଲିନ୍ ଓ ପିଙ୍କି ହାଂଶଦା କ୍ରୀଡା ପରିଚାଳନା କରଥିଲେ ।
