ସାରଳା ପବ୍ଲିକ ସ୍କୁଲରେ ୭୭ତମ ଜନରାଜ୍ୟ ଦିବସ ପାଳନ

ଜଗତସିଂହପୁର ଜିଲା ଖବର
Spread the love

ଝଙ୍କଡ଼ :   ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସ୍କୁଲ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଡାକ୍ତର, ଇଞ୍ଜିନିଅର ଠାରୁ ଆରମ୍ଭ କରି ବହୁ ବଡ଼ବଡ଼ ପଦପଦପି ରେ ନିଯୁକ୍ତି ପାଇ, ପ୍ରତିଷ୍ଠିତ ହୋଇ ପାରିଛନ୍ତି | ତେଣୁ ପିଲାମାନେ ମନଦେଇ ପାଠପଢିବା ସହିତ ରାଷ୍ଟ୍ରଗଠନ କ୍ଷେତ୍ରରେ ମଧ୍ୟ ମନନିବେଶ କରିବାକୁ ଆହ୍ୱାନ ଦେଇଥିଲେ |

ମୁଖ୍ୟବକ୍ତା ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଆଜି ଦିନର ମହତ୍ତ୍ୱ ଓ ବିଶେଷତ୍ୱ ଉପରେ ବକ୍ତବ୍ୟ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସାହୁ ଙ୍କ ସମେତ କଳ୍ପନା ଜେନା, ସଙ୍ଗୀତା ମହାନ୍ତି, ସସ୍ମିତା ସାହୁ, ମୋନାଲିସା ରଣା, ସ୍ଥିତିପ୍ରଜ୍ଞ୍ୟା ରାଉଳ, ମିତାଲି ବେହେରା, ଆଟିଆ ସାକାରା ପରୱାନୀ, ପ୍ରମ୍ମୁଖ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ | ତୋଫାନ ଦାସ, ଅଜୟ ସେଠି,ରଶ୍ମିତା ଦାସ ଓ ଲକ୍ଷ୍ମୀପ୍ରିୟା କୁଅଁର ଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ରହିଥିବା ବେଳେ ପିଲାମାନଙ୍କ ଦ୍ୱାରା ରାଷ୍ଟ୍ରୀୟ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *