କଟକ: ଆସନ୍ତା ଫେବ୍ରୁଆରି ୧୬ ତାରିଖରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ। ଏହି ଦିନ କୋର୍ଟ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାର ଭରଣା ପାଇଁ ୨୦୨୬ ମସିହା ମେ’ ୨ ତାରିଖରେ କୋର୍ଟ କାର୍ଯ୍ୟ ଜାରି ରହିବ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ସତ୍ୟ ରଞ୍ଜନ ପ୍ରଧାନ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୬ ମସିହା ମେ’ ୨ ତାରିଖ ଦ୍ବିତୀୟ ଶନିବାର ପଡ଼ୁଥିବାରୁ ସେହିଦିନ ସାଧାରଣତଃ କୋର୍ଟ ଛୁଟି ରହିଥାଏ। ମାତ୍ର ଫେବ୍ରୁଆରି ୧୬ ତାରିଖର ଛୁଟି ବଦଳରେ ସେହି ଦ୍ବିତୀୟ ଶନିବାର ଦିନ ହାଇକୋର୍ଟ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟ ଦିବସରେ ହାଇକୋର୍ଟର ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
