ବାଘୁଆବାରିରେ ଦୋଳମହୋତ୍ସବ

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତ ଅଧିନ କାବଲପୁର ବାଘୁଆବାରିରେ, କାଉମରା ବରଗଛ ସ୍ଥିତ, ଦୋଳଗୋବିନ୍ଦ ମେଳଣପଡିଆରେ, ଦୋଳ ମହୋତ୍ସବ 2026 ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ମାତୃ ମହାବୀର ସେବାସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗ୍ରହଣପଡୁଥିବାରୁ ଗତ ଦୁଇତାରିଖ ସୋମବାର ଦିନ ଗୋମାତା ଙ୍କ ସ୍ନାନ, ପୂଜନ ପରେ ଗୋପାଳ ବେହେରା ଭାଇ ଙ୍କ ନେତୃତ୍ୱରେ ତିରିଶଟି ସଜ ପୁଷ୍ପାଦି ରେ ସଜ୍ଜିତ କରାଯାଇ, କଳସପୂଜା ପରେ ବାଉଁଙ୍ଗି ରେ ଧାରଣକରି, ପୁଣ୍ୟତୋୟା ମହାନଦୀ ରୁ ଏକ କଳସ ଶୋଭାଯାତ୍ରା କୁ ଶହଶହ ଗୋପାଳ ଓ ଗୋପାଙ୍ଗନା ମାନେ ହରିବୋଲ ହୁଳହୁଳି ଧ୍ଵନି ରେ ସ୍ୱାଗତ କରିଥିଲେ l

ପରମ୍ପରା ଅନୁଯାଇ ଜାଡୁଆ କାଳିସୀ ନୃତ୍ୟ ଓ କାଠିଲଉଡ଼ି ନାଚ ସହିତ ଗୋବରରେ ଗିରିଗୋବର୍ଦ୍ଧନ ନିର୍ମାଣ କରାଯାଇ ସେଥିରେ କେନ୍ଦୁବାଡ଼ି ପୋତି, ଗିରିଗୋବର୍ଦ୍ଧନ ପୂଜା କରାଯାଇଥିଲା l ମୁଖ୍ୟବେହେରା ଧ୍ରୁବଚରଣ ଦାସ ଙ୍କ ସହିତ ସୁଦର୍ଶନ ଦାସ, ଗାୟକ ନିରଞ୍ଜନ ଦାସ, ଗଜେନ୍ଦ୍ର ଦାସ, ରଘୁନାଥଦାସ, ନଟବର ଦାସ, ଜଗବନ୍ଧୁ ଦ ଟୁକୁନା ଦାସ, ଦୀପକ ଦାସ, କୈଳାଶ, ରାଜକିଶୋର ଓ ବିଜୟ ଦାସ ପ୍ରମ୍ମୁଖ, ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ କୃତ ରାସ ଲଉଡ଼ି ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା l ଶେଷରେ ପ୍ରବଚକ ଅନୀଲ କୁମାର ଦାସ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *