ଟିପିସିଡିଓଏଲ ଏସଡିଓଙ୍କୁ ଭେଟି ଦାବିପତ୍ର ଦେଲା ବିଦ୍ୟୁତ ଉପଭୋକ୍ତା କମିଟି

ରାଜ୍ୟ
Spread the love

୯୪ ଟି ରାଜସ୍ବ ଗ୍ରାମର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥପାଇଁ ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ

ମାହାଙ୍ଗା  :  ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ବିତରଣ ଓ ପରିଚାଳନା ଦାୟୀତ୍ୱ ନେବା ପରଠାରୁ ସାଧାରଣ ଉପଭୋକ୍ତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାରୁ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଛି । ଟିପିସିଓଡ଼ିଏଲ ର ଏହି ମନମାନି ବିରୁଦ୍ଧରେ ସାଲେପୁର ଡିଭିଜନ ବିଦ୍ୟୁତ ଉପଭୋକ୍ତା ସଂଘ ଓଇଆରସି ଚେୟାରମ୍ୟାନଙ୍କୁ ଏକ ୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ଶୁକ୍ରବାର ପୂର୍ବାହ୍ନରେ ମାହାଙ୍ଗା ବ୍ଲକର କୋଠପଦା, ଏରକଣା ଏବଂ ମାହାଙ୍ଗା ବିଦ୍ୟୁତ ସେକ୍ସନକୁ ନେଇ ଗଠିତ ମିଳିତ ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଟିପିସିଓଡିଏଲ ଏସଡିଓଙ୍କୁ ପ୍ରଦାନ କରାଯାଇଥିଲା ।
ସାଲେପୁର ବିଦ୍ୟୁତ ଡିଭିଜନ ଉପଭୋକ୍ତା ସଂଘର ସଭାପତି ନନ୍ଦ କିଶୋର ଭୂୟାଁଙ୍କ ନେତୃତ୍ୱରେ ମାହାଙ୍ଗା ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଠପଦା ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି ଅଖିଳେଶ ମହାନ୍ତି, ମାହାଙ୍ଗା ଉପଭୋକ୍ତା ସଂଘ ସମ୍ପାଦକ ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ, ବିଜୟ କୁମାର ରାଉତ, ଚୈତନ୍ୟ ଚରଣ ପାଣି, ଯାଦବ ଚନ୍ଦ୍ର ଦାଶ,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବିଜୟ ମହାପାତ୍ର, ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର ସାମଲ, କଂଗ୍ରେସ ନେତା ସରୋଜ କୁମାର ପରିଡା,ପୂର୍ବତନ ସରପଞ୍ଚ ରୁଷି କୁମାର ରାଉତ,ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କର,କଂଗ୍ରେସ ନେତା ଅଲେଖ ପ୍ରସାଦ ସ୍ୱାଇଁ,ରାମଚନ୍ଦ୍ର ମହାପାତ୍ର, ଅଞ୍ଜନ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ପଣ୍ଡା, ନିରଞ୍ଜନ ଦାଶ, ହେମନ୍ତ ବେହେରା, ପ୍ରଶାନ୍ତ କୁମାର ବରାଳ, ବାଦଲ ନାୟକ, ମଧୁସୂଦନ ମଲ୍ଲିକ, ବାସୁଦେବ ବାରିକ, ବୃନ୍ଦାବନ ବାରିକ,ଅଶୋକ ଦାଶ, ସୁବ୍ରତ ମହାନ୍ତି,ଯୁବ ସଂଗଠକ ଅକ୍ଷୟ ଗୋଛାୟତ,ଦୀପକ ଶତପଥୀ, ପ୍ରମୁଖ କୁଆଁପାଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଂଚି ବିଭାଗୀୟ ଏସଡିଓ ଦୀପକ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏସଡିଓ ଶ୍ରୀ ସାହୁ ଏବଂ ବିଦ୍ୟୁତ ଉପଭୋକ୍ତା ସଂଘ ନେତା ମାନଙ୍କ ମଧ୍ୟରେ ଏକ ସକରାତ୍ମକ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସ୍ମାର୍ଟ ମିଟର ବସେଇବା ପାଇଁ କୌଣସି ବିଦ୍ୟୁତ ଗ୍ରହକଙ୍କ ଉପରେ ଚାପ ସୃଷ୍ଟି କରାଯିବନି ବୋଲି ଏସଡିଓ ପ୍ରତିଶୃତି ଦେଇଥିଲେ ।
ଟିପିସିଓଡିଏଲ କର୍ମଚାରୀ ମାନେ ୨0୨0 ମସିହା ଜୁନ ମାସ ପୂର୍ବରୁ କୌଣସି ପିଛିଲା ବିଲ ଆଦାୟ କରି ପାରିବେ ନାହିଁ ବୋଲି ସଂଘ ଦେଇଥିବା ପରାମର୍ଶକୁ ଏସଡିଓ ଗ୍ରହଣ କରିଥିଲେ ।
ଏନ୍ଫୋଟମେଣ୍ଟ ଚଢ଼ାଉ ହେଉ କିମ୍ବା ବିଲ ପ୍ରଦାନରେ ବିଳମ୍ବ ଦର୍ଶାଇ ବିଦ୍ୟୁତ ଗ୍ରହକଙ୍କ ଘରକୁ ଯୋଗାଇ ଦିଆଯାଇଥିବା ସଂଯୋଗ ଯେପରି ବିଛିନ୍ନ କରାନଯାଏ, ସେଥିପ୍ରତି ଧ୍ୟାନ୍ନ ଦେବାକୁ ସହମତି ପ୍ରକାଶ ପାଇଥିଲା । ପ୍ରତ୍ୟେକ ରାଜସ୍ବ ଗ୍ରାମରେ ବିଦ୍ୟୁତ ଗ୍ରାହକ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜନ ସଚେତନତା ଶିବିର ଆୟୋଜନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଏସଡିଓ ପ୍ରତିଶ୍ରୁତି ଦେଇଥିଲେ ।
ଯେପରି ବିଦ୍ୟୁତ ଗ୍ରାହକ ମାନେ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରିବେ ଓ ସେମାନେ ବେଆଇନି ବିଦ୍ୟୁତ ବ୍ୟବହାର କରିବେ ନାହିଁ, ଏନେଇ ଏସଡିଓ ଶ୍ରୀ ସାହୁ ଉପଭୋକ୍ତା ସଂଘର ନେତା ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ମାହାଙ୍ଗା ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ଉପଭୋକ୍ତା ମାନଙ୍କ ଉପରେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଜୁଲମ ହେଲେ, ଏହାର ଦୃଢ ପ୍ରତିବାଦ ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଉପଭୋକ୍ତା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ବିଦ୍ୟୁତ ଉପଭୋକ୍ତା ସଂଘର ନେତା ଏବଂ ସେମାନଙ୍କ ସମର୍ଥକ ମାନେ ମିଳିତ ହୋଇ ବଣୁଆ ମହାପୁରୁଷଙ୍କ ପୀଠରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ କୁଆଁପାଳ ବିଦ୍ୟୁତ ବିଭାଗର ଏସଡିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *