ଝଙ୍କଡ଼ ସାରଳା ପୀଠରେ ମା’ ସାରଳା ତେଲଗୁ ଦଳିତ ମହାସଂଘର ୧୦୩ତମ ବାର୍ଷିକ ମହୋତ୍ସବ

ରାଜ୍ୟ
Spread the love

ଝଙ୍କଡ଼ :  ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାସାରଳା ଙ୍କ ପୀଠରେ ଗତ ରବିବାର ଦିନ, ମହାସଂଘ ର ସଭାପତି ଗୌରାଙ୍ଗ ଚରଣ ଦାସଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତା ରେ ମା ସାରଳା ତେଲଗୁ ଦଳିତ ମହାସଂଘ ର 103 ତମ ବାର୍ଷିକ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l

ଜଗତସିଂହପୁର ଜିଲ୍ଲାରେ ବସବାସ କରୁଥିବା ତେଲଗୁ ସମ୍ପ୍ରଦାୟର ଅଧିବାସୀ ମାନେ ଏହି ବାର୍ଷିକ ମହୋତ୍ସବ ରେ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ସାରଳା ଙ୍କ ଚନ୍ଦନ ପୁଷ୍କରିଣୀ ରୁ ଏହି ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ସାରଳା ହାଟ, ମାଉସୀମା ମନ୍ଦିରରେ ପହଞ୍ଚିବା ପରେ ସେଠାରେ ବୈଦିକ ଋତିନୀତି ରେ ସାରଳା ମେଳା ଓ ଭଜନସମାରୋହ ଅନୁଷ୍ଠିତ ହୋଇଥିଲା l ପରେ ପରେ ବସନ୍ତବଗିଚା ଖେଳପଡିଆ ରେ ରାମଲୀଳା ନାଟକ ପରିବେଷଣ କରାଯାଇଥିଲା l

ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ମହାସଂଘ ର ଉପସଭାପତି ଆଲୋକ uଦାସ, ସମ୍ପାଦକ କୈଳାଶ ଦାଶ , ସହସମ୍ପାଦକ ଵିଷ୍ଣୁଚରଣ ଦାସ ଓ ବାଚସ୍ପତି ରମେଶ ଦାସ ଙ୍କ ସମେତ ଶତାଧିକ ସଦସ୍ୟ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l

ତେବେ ମଧ୍ୟାହ୍ନ ରେ ମହାସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ରେ ତେଲଗୁ ସମ୍ପ୍ରଦାୟ ର ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ରୁ ବଞ୍ଚିତ କରାଯାଇ, ଅଣଦେଖା ଓ ଅବହେଳା କରାଯାଉଥିବାରୁ ସାମୁହିକ ଭାବେ ଘୋର ଉଦବେଗ ପ୍ରକାଶ ପାଇଥିବା ବେଳେ, ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଏଥିପ୍ରତି ଯଥାର୍ଥ ଦୃଷ୍ଟିଦେବାପାଇଁ ବୈଠକ ରେ ଦାବୀ କରାଯାଇଥିଲା l

Leave a Reply

Your email address will not be published. Required fields are marked *