ହେରୋଇନ୍ ଜବତ, ଗିରଫ ହେଲେ ନିଶାବେପାରୀ

ରାଜ୍ୟ
Spread the love

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଓହଳ ଗ୍ରାମରେ ବଡ଼ ଧରଣର ଚଢଉ କରି ଜଣେ ନିଶା ବେପାରୀଙ୍କୁ ଗିରଫକରିଛି ଜଗତସିଂହପୁର ଅବକାରୀଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୧୨୧ ଗ୍ରାମର ହେରୋଇନ୍ ଜବତ କରାଯାଇଛି।
ସୂଚନାଯୋଗ୍ଯ ଯେ ଓହଳ ଗ୍ରାମର ମିର୍ଜା ଜୁଲଫିକର ବେଗ୍ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ଜଗତସିଂହପୁର ଅବକାରୀ ଥାନାକୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଥାନାର ଉପନିରିକ୍ଷକ ଭାଗ୍ୟଲକ୍ଷ୍ମୀ ଦଳାଇଙ୍କ ନେତୃତ୍ବରର ଏକ ଟିମ୍ ଗଠନ ହୋଇଥିଲା । ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଜଗତସିଂହପୁର ଅବକାରୀ ଥାନାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ଓହଳସ୍ଥିତ କୋର୍ଟ ଷ୍ଟାପ କଲୋନି ନିକଟରେ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଓହଳ ଗ୍ରାମର ସ୍ବର୍ଗତ ମିର୍ଜା ସିରାଜ ବେଗ୍ ଙ୍କ ପୁତ୍ର ମିର୍ଜା ଜୁଲଫିକର ବେଗ୍ (୩୨)।
ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୧୨,୧୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି। ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ଏହି ବ୍ୟବସାୟ ସହିତ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି। ଅବକାରୀ ବିଭାଗକୁ ଅଭିଯୁକ୍ତମାନଙ୍କର ଲୋକେସନ ଏବଂ କଲ ଟ୍ରାକିଙ୍ଗର ସୁବିଧା ପ୍ରଦାନ କରkଗଲେ ଅବକାରୀ ବିଭାଗ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *