ଏସ.ୟୁ.ଜେର ମୁଖପତ୍ର “ସଂକଳ୍ପ” କଟକ ଜିଲ୍ଲାପାଳଙ୍କୁ ପ୍ରଦାନ

ରାଜ୍ୟ
Spread the love

କଟକ : ଆଜି ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ଓଡ଼ିଶାର ମୁଖପତ୍ର ସଂକଳ୍ପ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଙ୍କୁ ପ୍ରଦାନ କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ମୁଖପତ୍ର ‘ସଂକଳ୍ପ’ ପ୍ରକାଶ ପାଇଥିଲା। ଏହି ଅବସରରେ (ଏସ.ୟୁ.ଜେ)ର ଯୋଗାଯୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ, କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶିଶିର କୁମାର ଦାଶ, ସମ୍ପାଦକ ବସନ୍ତ କୁମାର ସାମଲ ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ‘ସଂକଳ୍ପ’ ପ୍ରଦାନ କରିଥିଲେ।

ଜିଲ୍ଲାପାଳ ମହୋଦୟ ମୁଖପତ୍ର ‘ସଂକଳ୍ପ’ କୁ ପଢି ଏହାର କଳେବରକୁ ପ୍ରଶଂସା କରିବା ସହିତ ଏସ.ୟୁ.ଜେ ର ଏହା ଏକ ଭଲ ପ୍ରୟାସ ବୋଲି ପ୍ରକାଶ କରିଥିଲେ ଏବଂ ରାଜ୍ୟ ସାମ୍ବାଦିକ ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *