ସମାଜସେବୀ ନିରଞ୍ଜନ ସ୍ୱାଇଁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ମାହାଙ୍ଗା  : ବିଜୁ ବାବୁଙ୍କ ଏକାନ୍ତ ଅନୁଗାମୀ,ପୂର୍ବତନ ବ୍ଲକ ଜନତାଦଳ ସଭାପତି, ପୂର୍ବତନ ସମିତିସଭ୍ୟ, ଜେଏନ କଲେଜ କୁଆଁପାଳ ର ପ୍ରତିଷ୍ଠାତା ସଦସ୍ୟ ନିରଞ୍ଜନ ସ୍ୱାଇଁଙ୍କ ବିୟୋଗରେ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ କୋଠପଦା ଗୌରୀ ପ୍ୟାଲେସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ମାହାଙ୍ଗା ବୁଦ୍ଧିଜୀବୀ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ବାସୁଦେବପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ l
ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ କର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ,ଡକ୍ଟର ଭାବଗ୍ରାହୀ ରାଉତ,ପ୍ରବାଚକ ଶୁକଦେବ ସ୍ୱାଇଁ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସ୍ଵର୍ଣ୍ଣଲତା କର,ସମାଜସେବୀ ସୁଧୀର ମହାନ୍ତି,ବରିଷ୍ଠ ନାଗରିକ ରବୀନ୍ଦ୍ର ମହାନ୍ତି,ଅଚ୍ୟୁତାନନ୍ଦ ପଲେଇ,ଦେବେନ୍ଦ୍ର ମହାନ୍ତି,ବ୍ରହ୍ମାନନ୍ଦ ବିଶ୍ୱାଳ,ରଞ୍ଜନ ବଳବନ୍ତରାୟ, ପରମାନନ୍ଦ ମହାନ୍ତି,ଗଣେଶ ବେହାରୀ,ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସ୍ୱାଇଁଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ମାହାଙ୍ଗା ବ୍ଲକ ଅଂଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରୀ ସ୍ୱାଇଁଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *