ଚାମେଲୀ ଘଟଣାରେ ଗିରଫ ହେଲେ ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ

ରାଜ୍ୟ
Spread the love

ମହାକାଳପଡ଼ା : ଚଳିତ ଜୁନ୍‌ ୧୧ ତାରିଖ ମହାକାଳପଡ଼ା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ସହିତ ବିଡ଼ିଓ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ଉପୁଜିଥିବା ବିବାଦ ସମ୍ପ୍ରତି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ଘଟଣାରେ ଆଜି (ଶୁକ୍ରବାର) ପୁଲିସ ଦ୍ବିତୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚାମେଲୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତକାଲି (ଗୁରୁବାର) ଘରକୁ ଫେରିଛନ୍ତି। ଅପରପକ୍ଷରେ, ଚାମେଲୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାମେଲୀଙ୍କ ଫୋନ ଛଡାଇବା ସହିତ ଅଶାଳୀନ ବ୍ୟବହାର କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ପୂର୍ବରୁ, ଏ ନେଇ ତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ୭ ଜଣଙ୍କ ନାମରେ ମହାକାଳପଡ଼ା ଥାନାରେ ଚାମେଲୀ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ପୁଲିସକୁ ଆକ୍ରମଣ କରିଥିବା ନେଇ ତାଙ୍କ ବିରୋଧରେ ମଧ୍ୟ ପୁଲିସ ପାଲଟା ଅଭିଯୋଗ କରିଥିଲା।
ଗତ କିଛି ଦିନ ହେବ ମହାକାଳପଡ଼ା ପୁଲିସ ବ୍ଲକ୍‌ର ସିସିଟିଭି ଫୁଟେଜ ସଂଗ୍ରହ କରି ଏହି ଘଟଣାରେ ସମ୍ପୃକ୍ତ ଥିବା କଂସାର ବଡ଼ଦାଣ୍ଡୁଆ ପଂଚାୟତ ଏକଲପୁର ଗ୍ରାମର ହିମାଂଶୁ ଶେଖର ପ୍ରଧାନ (୪୬)ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ସମସ୍ତେ ଫେରାର ଥିବା କୁହାଯାଉଛି. ସୂଚନାଯୋଗ୍ୟ ହିମାଂଶୁ ବର୍ତ୍ତମାନ ମହାକାଳପଡ଼ା ବ୍ଲକ୍‌ ଆତ୍ମା କମିଟିର ଅଧ୍ୟକ୍ଷ ଅଛନ୍ତି।

Leave a Reply

Your email address will not be published. Required fields are marked *