ସାଲେପୁର, ୦୬/୦୯: ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କଟକ ଜିଲ୍ଲା ସାରଥୀ ସମ୍ମିଳନୀ ଓ ବୈଠକ ସାଲେପୁରସ୍ଥିତ ସାଲେପୁର ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ‘ପତ୍ରିକା ନ୍ୟୁଜ୍’ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାଶିଷ ମିଶ୍ର ଯୋଗଦେଇ ଡିଜିଟାଲ ମିଡ଼ିଆର ଗୁରୁତ୍ୱ, ସାମ୍ବାଦିକଙ୍କ ଦାୟିତ୍ୱ ଓ ନିରପେକ୍ଷ ସାମ୍ବାଦିକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ପବ୍ଲିକ ସ୍କୁଲର ମ୍ୟାନେଜିଂ ଡିରେକ୍ଟର ଜୟନ୍ତୀ ମିଶ୍ର, ମିଡ଼ିଆ ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କବିରାଜ ପାତ୍ର, ରାଜ୍ୟ କାଉନସିଲ ସଭାପତି ସୂର୍ଯ୍ୟ ଖେଦୁଆଲସିଂ, ଷ୍ଟେଟ୍ ଲିଗାଲ୍ ସେଲ୍ ସଂଯୋଜକ ଆଡଭୋକେଟ୍ ପ୍ରଭାତ କୁମାର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ସଭାରେ ଡିଜିଟାଲ ମିଡ଼ିଆର ବିକାଶ, ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକତାର ନୀତିନିୟମ ଏବଂ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡିଜିଟାଲ ମିଡ଼ିଆ ସହ ଜଡ଼ିତ ସାମ୍ବାଦିକ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ସଭାକୁ ‘ପ୍ରଭାବ’ ଖବରକାଗଜର ସମ୍ପାଦକ ପ୍ରସନ୍ନ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ମିଡ଼ିଆ ମହାସଂଘର ଉପଦେଷ୍ଟା ବସନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। କଟକ ଜିଲ୍ଲା ଡିଜିଟାଲ ମିଡ଼ିଆ ମହାସଂଘର ସମ୍ପାଦକ ଅକ୍ଷୟ କୁମାର ଦାଶ ସଭାର ସଂଯୋଜନା କରିଥିଲେ। ସମସ୍ତ ସାମ୍ବାଦିକ ମାନଂକୁ ଏହିସଭାରେ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯାଇ ଥିଲାlଶେଷରେ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକମାନଙ୍କ ଏକତା ଓ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
