କଟକ : ବରିଷ୍ଠ ସାମ୍ବାଦିକ, ପଣ୍ଡିତ ତଥା ଶ୍ରୀ ଲୋକନାଥ ଭାଗବତ ପ୍ରଚାର ସମିତିର ଅଧ୍ୟକ୍ଷ ବସନ୍ତ ରଥଙ୍କ ୬୬ତମ ଜନ୍ମଦିବସ ଆଜି ବୋଧପୁର ପଞ୍ଚାୟତବାସୀଙ୍କ ଗହଣରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି।
ପଞ୍ଚାୟତର ଇଷ୍ଟଦେବତା ପ୍ରଭୁ ଶ୍ରୀ ଲୋକନାଥଙ୍କ ମନ୍ଦିର ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ବେହେରା, ପଞ୍ଚାୟତ ବିଜେପି ପ୍ରମୁଖ ଅରବିନ୍ଦ ମହାନ୍ତି, ଶିକ୍ଷାବିତ୍ ତଥା ବିଜେପି ଯୁବ ସଂଗଠନ ମୁଖ୍ୟ ରୋଶନ ରଥ ଏବଂ ଯୁବ ସାମ୍ବାଦିକ, ଗୀତିକାର ତଥା ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରଥଙ୍କୁ ସ୍ୱାଗତ କରିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ଏହି ଅବସରରେ ବୋଧପୁର ପଞ୍ଚାୟତ ତରଫରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ରଥ ଏବଂ ତାଙ୍କ ଧର୍ମପତ୍ନୀ ତଥା ସମାଜସେବୀ ରୀନା ରଥଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ପଣ୍ଡା, ଯୁବନେତା ଅଭିତ୍ ରଥ, ବିକାଶ ପାତ୍ର, ସନ୍ତୋଷ ମହାନ୍ତି, ଭାରତ ବେହେରା, ନିର୍ମଳ ରଥ, ନୃସିଂହ ମହାନ୍ତି, ଜୀବନ ମହାନ୍ତି, ପ୍ରମୋଦ ସାହୁ, ବିଶ୍ୱନାଥ ବସ୍ତିଆ, ନିକୁଞ୍ଜ ବିଶ୍ୱାଳ, ଆଦିତ୍ୟ ଦାସ, ଚିତ୍ତରଞ୍ଜନ ଖୁଣ୍ଟିଆ, ବାବାଜୀ ବେହେରା, ମାନସ ମିଶ୍ରଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା, ଛାତ୍ର ସଂଗଠନର ପ୍ରତିନିଧି ଏବଂ ପଞ୍ଚାୟତବାସୀ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀ ରଥଙ୍କ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଥିବା ଅବଦାନର ପ୍ରଶଂସା କରିଥିଲେ।
