ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନକପୁର ପଞ୍ଚାୟତର ତରାପୁରସ୍ଥିତ ହରେକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନରେ ପବିତ୍ର ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକବାଦୀ ତଥା ଦରିଦ୍ରନାରାୟଣ ସେବାସଂଘର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବିରଚିତ ନବାକ୍ଷରୀ ଓଡ଼ିଆ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଏକ ଭକ୍ତିସଙ୍ଗୀତ ଆସର ପରିବେଷିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସଭାପତି ଅକ୍ଷୟ କୁମାର ଦାସ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଏବଂ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଆଲୋଚକ ଭାବେ ଯୋଗଦେଇ ଭାଗବତ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଉତ୍ସବରେ ଶିକ୍ଷକ ନବୀନ କୁମାର ପ୍ରଧାନ, ଡକ୍ଟର ସଚ୍ଚିଦାନନ୍ଦ ବେହେରା, ଅବସରପ୍ରାପ୍ତ ଶିକ୍ଷକ ବାବୁରାମ ଚୌଧୁରୀ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଧ୍ରୁବଚରଣ ଦତ୍ତ, ନାରାୟଣ ପଣ୍ଡା, ଦିଗମ୍ବର ରାଉତ, କୁମରବର ସେନାପତି, ପ୍ରହଲ୍ଲାଦ ନାୟକ, ସରସ୍ୱତୀ ଶିଶୁମନ୍ଦିରର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ, ରବୀନ୍ଦ୍ର ଚୌଧୁରୀ, ରାଜକିଶୋର ଦାଶ, ରବୀନ୍ଦ୍ରନାଥ ସିଂହ, ରାଜକିଶୋର ସେଠୀ, ଅନ୍ନଦା ବିଶ୍ୱାଳ, ବିଷ୍ଣୁଚରଣ ମୁଦୁଲି, ହାଡ଼ିବନ୍ଧୁ ବେହେରା ଓ ବୀରକିଶୋର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଲୋଚନମୋହିନୀ ସେନାପତି, ସୁଶାନ୍ତ କୁମାର ସେନାପତି, ପ୍ରଶାନ୍ତ କୁମାର ସେନାପତି, ରୀନା ସେନାପତି, ନମିତା ସେନାପତି, ଶିବବ୍ରତ ସାହୁ, ଡଲି ସାହୁ, ଅଂଶୁମାନ ସାହୁ, ସୁଜିତ ମିଶ୍ର, ନିନିମା ମିଶ୍ର, ଅଙ୍କିତା, ସାରଦା, ଚିଣ୍ଟୁ, ମନୋରଞ୍ଜନ ପଣ୍ଡା ଓ ଜ୍ଞାନରଞ୍ଜନ ନନ୍ଦଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିଲେ।
