କଟକ : କଟକ ସଦର ବୟାଲିଶ ମୋୖଜ଼ା ପିଏମ ଶ୍ରୀ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟା ପୀଠ ରେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ମାସ ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ମିଶ୍ର ଙ୍କ ପୌରାହିତ୍ୟ ରେ ସେଵା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଥିଲା | ଏସ ଏମ ସି କମିଟିର ଚେୟାରମ୍ୟାନ ସନ୍ତୋଷ ସାହାଣୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହିପ୍ରରିପ୍ରେକ୍ଷୀରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ସେଵା ସଂକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ |
ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଡ୍ରଇଂ, ସ୍ୱଚ୍ଛତା ଅଭିଯାନ, ନିଶାମୁକ୍ତି ଅଭିଯାନ ସମ୍ପର୍କିତ ପ୍ରତିଯୋଗିତା କରାଯାଇଥିଲା | ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ସାର୍ଟିଫିକେଟ, ପୁରସ୍କାର ରାଶି ଦେଇ ପୁରସ୍କୃତ କରିଥିଲେ | ସେଫଟି କମିଟି ଚେୟାରମ୍ୟାନ ସୁଜାତା ସ୍ୱାଇଁ, ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଶୁଭଶ୍ରୀ ସାସମଲ, ସ୍ନିଗ୍ଧା ପ୍ରଧାନ, ଏସଏମସି ସାଧାରଣ ସମ୍ପାଦକ ଅହଲ୍ୟା ଖଟୁଆ, ଶଙ୍କର ପତି, ପଞ୍ଚାୟତ ପ୍ରମୁଖ ଅନିଲ ମହାପାତ୍ର, ଏସଏମସି ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମୁଦୁଲି, ଅଲେଖ ଦାସ, ମିର୍ଜା ଇରଫାନ ବେଗ, ସୌଭାଗ୍ୟ ବତି ନାୟକ, ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ରେ , ସ୍ଵାଗତିକା ଦଳାଇ, ସସ୍ମିତା କାନୁନଗୋ,ସୁଦର୍ଶନ ବେହେରା, କାର୍ତିକ ଚନ୍ଦ୍ର ଦାସ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ସନ୍ତୋଷ ସାହାଣୀ ଉପସ୍ଥିତ ରହି ପିଲାମାନଙ୍କୁ ଭଲ ବାର୍ତ୍ତା ଦେଇଥିଲେ। ଶେଷରେ ରୁପାଲୀ ରୂପଜିତା ଧନ୍ୟବାଦ ଜଣାଇଥିଲେ |
