ଥୋରିଆପଡା ଗ୍ରାମରେ ଗଣେଷପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ରାଜ୍ୟ
Spread the love

କଟକ ସଦର : କଟକସଦର ଅନ୍ତର୍ଗତ ଥୋରିଆପଡା ଗ୍ରାମରେ ଗଣେଷ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଗ୍ରାମଟି ସର୍ବପରିଚିତ ଏକ ଭାଇଚାରାର ଗାଁ ହୋଇଥିବାରୁ,ଗ୍ରାମର ଆବାଳବୃଦ୍ଧ ବନିତା ସମସ୍ତେ ଏକତ୍ରିତ ହୋଇ, କାର୍ଯ୍ୟକ୍ରମଟିକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବାରେ ସହଯୋଗ ପ୍ରଦାନ କରିଥିଲେ।

ଏହି ଅବସରରେ,ସୁଭଦ୍ରା ଟ୍ରକ୍ ମାଲିକ ମହାସଂଘ ଅଲ ଓଡ଼ିଶା ର ସମ୍ପାଦିକା ପରୱାନା ପରବୀନ, ସାଧାରଣ ସମ୍ପାଦକ ଜହର ଅଲ୍ଲୀ ଖାଁ ଅତିଥି ଭାବରେ ଯୋଗ ଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ,ପୂଜା ଅନୁଷ୍ଠାନର କର୍ମକର୍ତ୍ତା ସୁବାସ ସାହୁ,ପ୍ରମୋଦ ସାହୁ,ଅଜୟ ସାହୁ,ଅଭୟ ସାହୁ,ପ୍ରାଣ କୃଷ୍ଣ ସାହୁ, ବିରବ୍ରତ ସାହୁ, ବ୍ରତିଶ ସାହୁ,ବିରଞ୍ଚି ସାହୁ,ଲିଙ୍କନ ସାହୁ ପ୍ରମୁଖ ଙ୍କ ସମେତ ଗ୍ରାମର ସମସ୍ତ ମୁରବୀ ଓ ଯୁବ ଗୋଷ୍ଠୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *