ତିର୍ତ୍ତୋଲରେ ଓଡ଼ିଶା ସାମ୍ବାଦିକ ସଂଘର ସାଧାରଣ ବୈଠକ ଓ ନୂତନ ସଦସ୍ୟଙ୍କ ଯୋଗଦାନ

ରାଜ୍ୟ
Spread the love

ଝଙ୍କଡ଼: ଓଡ଼ିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ତିର୍ତ୍ତୋଲସ୍ଥିତ ଆନନ୍ଦମଣ୍ଡପ ପରିସରରେ ଏକ ସାଧାରଣ ବୈଠକ ଜିଲ୍ଲା ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ରାଜ୍ୟ ସମ୍ପାଦକ ଡ. ସୁନାକର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟୁକନ ଚରଣ ସେଠୀ, ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଓଡ଼ିଶା ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ସଂଘର ନୂତନ ସଦସ୍ୟ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶରତ କୁମାର ଦାଶ, ଶେଖ ସନୱାର ଅଲ୍ଲୀ, କବିତା ଦାଶ, ସୋନାଲି ପଣ୍ଡା, କେଶବ ଚନ୍ଦ୍ର ପଣ୍ଡା, ଅମୂଲ୍ୟ କୁମାର ଦାସ ପ୍ରମୁଖ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସଂଘରେ ନୂତନ ସଦସ୍ୟ ଭାବେ ସ୍ୱାଗତ ଓ ସାମିଲ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ଦେବାଶିଷ, ଅକ୍ଷୟ କୁମାର ମହାନ୍ତି, ସୁଶୀଲ ମହାପାତ୍ର, ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ସଂଘର ବହୁ ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଶେଷରେ ଓଡ଼ିଶା ସାମ୍ବାଦିକ ସଂଘ ଜିଲ୍ଲା ଉପସଭାପତି ରଞ୍ଜନ ଖୁଣ୍ଟିଆ ମଞ୍ଚ ସଞ୍ଚାଳନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *